Posted inଜାତୀୟ

ଅଭିଯୁକ୍ତଙ୍କ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ଜରୁରୀ, ହାଇକୋର୍ଟଙ୍କ ଗୁରୁତ୍ୱାରୋପ…

ଚେନ୍ନାଇ,୨୦।୧୧: ମାନସିକ ସମସ୍ୟା ରହିଥିବା ଅଭିଯୁକ୍ତଙ୍କ ଯାଞ୍ଚ୍‌ ଜରୁରୀ। ପ୍ରଥମେ ସେମାନଙ୍କୁ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ବୋଲି ପୋଲିସ, ଜେଲ୍‌ ଅଧିକାରୀ ଏବଂ ରିମାଣ୍ଡିଙ୍ଗ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମାନସିକ ସ୍ବାସ୍ଥ୍ୟ ଅଧିନିୟମ ଧାରା ୨୦(୧) ଅନ୍ତର୍ଗତ ମାନସିକ ସମସ୍ୟା ଭୋଗୁଥିବା ପ୍ରତ୍ୟେକ ଅଭିଯୁକ୍ତଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

ବିଚାରପତି ଜି.ଆର୍‌. ସ୍ବାମୀନାଥନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ପ୍ରୋଫର୍ମାରେ ମାନସିକ ସ୍ବାସ୍ଥ୍ୟର ସ୍ତମ୍ଭ ରହିବା ଆବଶ୍ୟକ। ଏହି ସ୍ତମ୍ଭରେ ସୂଚନା ଔପଚାରିକ ପ୍ରଶ୍ନ ନୁହେଁ ଡାକ୍ତରଙ୍କ ଯାଞ୍ଚ୍‌ ଅନୁସାରେ ପୂରଣ କରାଯିବା ଜରୁରୀ। ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟ ଅବା ବନ୍ଧୁବାନ୍ଧବଙ୍କ ସହିତ କଥାବାର୍ତ୍ତା ହେବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।

ଜଣେ ଅପରାଧୀଙ୍କ ସ୍ତ୍ରୀଙ୍କ ପକ୍ଷରୁ ଏନେଇ ହୋଇଥିବା ଆବେଦନର ବିଚାର କରି ଖଣ୍ଡପୀଠ ଏପରି କହିଛନ୍ତି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମାନସିକ ଯାଞ୍ଚ୍‌ ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏହାର ବିଚାର କରି ଖଣ୍ଡପୀଠ ମାନସିକ ସମସ୍ୟାକୁ ଟାଇମ୍‌ ବମ୍‌ ସହିତ ତୁଳନା କରିଛନ୍ତି। ପ୍ରଥମେ ଏହାର ଚିକିତ୍ସା କରାଯିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି।...

‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’

ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ...

ସ୍ବର୍ବେଦ ମହାମନ୍ଦିରରେ ମୋଦି

କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ...

ବଢ଼ିଲା ଚିତ୍ରାଙ୍କ ଅଡୁଆ

ନୂଆଦିଲ୍ଲୀ,୨୮।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର...

ନୂଆ ସଂସଦ ଭବନର ଡିଜାଇନ ପାଇଁ ୨୨୯.୭୫ କୋଟି ଫି ନେବେ ବିମଲ ପଟେଲ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦର ଉଦଘାଟନ କରିଛନ୍ତି। ୯୭୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ସଂସଦ ନିର୍ମାଣ କରାଯାଇଛି। ଏହା...

ପରଲୋକରେ ମନ୍ତ୍ରୀ ସୁବ୍ରତ ଶାହା

କୋଲକାତା,୨୯ା୧୨: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସି ନେତା ସୁବ୍ରତ ଶାହାଙ୍କର ମୁର୍ସିଦାବାଦ ଜିଲାରେ ଗୁରୁବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ଏନେଇ...

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

Advertisement
Archives

Model This Week