Posted inଫୁରସତ

ଏକାଠି ହୋଇ ବୁଲିଲେ ୬ ବାଘ, ଭାଇରାଲ ହେଉଛି ଭିଡିଓ

ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୬ଟି ବାଘ ଏକାଠି ହୋଇ ବୁଲିବାର ବିରଳ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଆଜି ସକାଳେ ଅଭିନେତା ରଣଦୀପ ହୁଡା ତାଙ୍କ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରିଛନ୍ତି।

ଭିଡିଓରେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏକ ରାସ୍ତାରେ ଏହି ବାଘମାନେ ଏକାଠି ବୁଲୁଥିବାର ନଜର ଆସିଛନ୍ତି। ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଉମ୍ରେଦ-କାରଖଣ୍ଡଲା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଭିଡିଓଟି ଶୁଟିଂ ହୋଇଥିବା ଜଣାଯାଇଛି।

ଭିଡିଓରେ ଅଫ୍‌ କ୍ୟାମେରାରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ କଥା ଶୁଣିବାକୁ ମିଳିଛି। ବାଘଗୁଡ଼ିକ ତାଙ୍କ ଆଡକୁ ଆସୁଥିବା କହୁଛନ୍ତି। କିଛି ସମୟର ଏହି ଭିଡିଓରେ ଏକ ଗାଡ଼ି ପଛରୁ ବଡ଼ ବିଲେଇଟି ତାଙ୍କ ନିକଟକୁ ଆସୁଛି। ଗାଡ଼ିଟିକୁ ଦେଖିବା ପରେ ଗୋଟିଏ ବାଘ ଜଙ୍ଗଲରେ ଅଦୃଶ୍ୟ ହୋଇଥିବାବେଳେ ଅନ୍ୟମାନେ ଚାଲି ଯାଉଛନ୍ତି।

ଭିଡିଓ ଶେୟାର କରି ଅଭିନେତା ରଣଦୀପ ଏଥିରେ କ୍ୟାପଶନ ଲେଖିଛନ୍ତି: ‘ଛପର ଫାଡ୍‌ କେ’। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଏହା ଉପରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବାସ୍ତବରେ କୌତୂହଳପ୍ରଦ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଅବିଶ୍ୱସନୀୟ। ସେହିପରି ଆଉ କିଛି ୟୁଜରଙ୍କୁ ଭିଡିଓଟି ଏତେ ପସନ୍ଦ ଆସିଛି ଯେ, ସେମାନେ ନିଜ ନିଜ ସୋସିଆଲ ମିଡିଆ ପେଜ୍‌ରେ ଶେୟାର କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri