Posted inଜାତୀୟ

ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ ୧୬ ଥର ଭୁଷିଲେ ଛୁରି

ନୂଆଦିଲ୍ଲୀ,୨୦।୧୧: ଅନୈତିକ ସମ୍ପର୍କକୁ ଲୁଚାଇବା ପାଇଁ ଦିଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ନବୀନ ଗୁଲେରିଆ ଓ ଦୁଇ ଜଣ କଣ୍ଟ୍ରାକ୍ଟ କିଲର (ସୋନୁ ଓ ରାହୁଲ)ଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀର ମାଲଭିୟା ନଗର ଥାନା ପକ୍ଷରୁ ଗୁରୁବାର କୁହାଯାଇଛି।

ଦମ୍ପତିଙ୍କ ପୁଅକୁ ୪ଟା ୩୦ରେ ଘରେ ଛାଡ଼ିବାକୁ ଯାଇଥିବା ଅଭିଯୁକ୍ତଙ୍କ ଜଣେ କର୍ମଚାରୀ ପ୍ରଥମେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିଥିଲେ ମାଲିକିଆଣିଙ୍କ ମୃତଦେହ। ତାଙ୍କ ପାଖରୁ ଖବର ପାଇ ମୃତଦେହକୁ ଧରି ଅଭିଯୁକ୍ତ ପହଞ୍ଚିଥିଲେ ହସ୍ପିଟାଲରେ। ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା ଯେ, ମହିଳାଙ୍କୁ ୧୬ରୁ ୧୭ ଥର ଛୁରା ମାଡ଼ କରି ହତ୍ୟା କରାଯାଇଛି।

ତଦନ୍ତ ବେଳେ ପୋଲିସକୁ ମିଳିଥିଲା ଏକ ସିସିଟିଭି ଫୁଟେଜ। ସେଥିରେ ୨ ଜଣ ଲୋକ ଘରକୁ ଭିତରକୁ ଯାଉଥିବା ବେଳେ ୩ ଜଣ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀ ଫୋନ ଚେକ୍‌ କରିବାରୁ ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କରେ ଥିବା ଜଣାପଡ଼ିଥିଲା। ଆଉ ଘଟଣା ଦିନ ସେମାନେ ଅନେକ ଥର କଥାବର୍ତ୍ତା ହୋଇଥିଲେ। ଅଭିଯୁକ୍ତଙ୍କ ଦୁଇ ଚକିଆ ଯାନରୁ ୫୦ ହଜାର ଟଙ୍କା ଓ ଏକ ମୋବାଇଲ ମିଳିଥିଲା। ସେହି ଫୋନ ଯୋଗେ ଅଭିଯୁକ୍ତ କଣ୍ଟ୍ରାକ୍ଟ କିଲରଙ୍କ ସହ ଯୋଗାଯୋଗ କରିଥିଲେ।

ପଚରାଉଚରା ବେଳେ ଅଭିଯୁକ୍ତ କହିଥିଲେ, ଅନ୍ୟ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିଲେ। ୪ ମାସ ତଳେ ଏ ବିଷୟରେ ଜଣିବା ପରେ ସ୍ତ୍ରୀ ସର୍ବଦା ସନ୍ଦେହ କରୁଥିଲେ। ଏଥିଯୋଗୁ ସେ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଗୋଇଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେଲେନି ଏଜି

ନୂଆଦିଲ୍ଲୀ, ୨୮।୨: ସର୍ବୋଚ୍ଚ ନ୍ୟାୟାଳୟ ବିରୋଧରେ ମନ୍ତବ୍ୟ ଦେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅଦାଲତ...

ଗିରଫ ହେଲେ ଅବଦୁଲ୍ଲାଙ୍କ ଭଉଣୀ

ଜମ୍ମୁ,୧୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାକୁ ପ୍ରାୟ ୭୦ ଦିନ ପୂରି ଗଲାଣି। ଏହାପରେ ମଙ୍ଗଳବାର ଶ୍ରୀଗନରରେ ସିଲିଭ ସୋସାଇଟି ଦ୍ୱାରା ବିରୋଧ ପ୍ରଦର୍ଶନ...

ବିଦାୟ ନେଲେ କୋବିନ୍ଦ…

ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ,...

ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସୋମବାର ଦୌସାର ଅଲୱାର ଜିଲାରେ ପହଞ୍ଚିଛି। ଅଲୱାରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ...

ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…

ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର...

ଭିକାରୀଙ୍କ ମୃତ୍ୟୁ ପରେ କୁଡିଆ ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ମୁମ୍ବାଇ,୭।୧୦: ମୁମ୍ବାଇର ଗୋଓ୍ବଣ୍ଡି ରେଲଓ୍ବେ ଷ୍ଟେଶନରେ ଲୋକାଲ ଟ୍ରେନର ଧକ୍କାରେ ଜଣେ ଭିକାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ରେଲଓ୍ବେ ପୋଲିସ(ଜିଆରପି) ଓ ସମ୍ପର୍କୀୟ...

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ...

ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨।୧: ଶିଖ୍‌ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା...

Advertisement
Archives

Model This Week