ମେଣ୍ଟ ସରକାର

ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ ହଲ୍‌ରେ ଏନ୍‌ଡିଏ ସହଯୋଗୀଙ୍କ ସହ କଥା ହୋଇଥିଲେ। ତାଙ୍କର ବାର୍ତ୍ତା ଥିଲା, ସେ ଆଉ ଦଶବର୍ଷ ପ୍ରଧାନମନ୍ତ୍ରୀ ରହିବେ। ସହଯୋଗୀ ଦଳକୁ ଖବର ପ୍ରତି ଧ୍ୟାନ ନ ଦେବାକୁ କହିବା ଥିଲା ତାଙ୍କ ବାର୍ତ୍ତାର ମୁଖ୍ୟାଂଶ। ସେ କହିଥିଲେ, ଏବେଠାରୁ ସେମାନଙ୍କ ସରକାର ବିଷୟରେ କିଛି ରିପୋର୍ଟ କରାଯିବ। କିନ୍ତୁ ସହଯୋଗୀମାନେ ଏହି ରିପୋର୍ଟକୁ ଏଡ଼ାଇଯିବା ଦରକାର ଏବଂ ଯାଞ୍ଚ ନ କରି କିଛି ବି ବିଶ୍ୱାସ କରିବା ଅନୁଚିତ। ଏଭଳି କହିବାର କାରଣ ହେଲା, ବିଷୟଗୁଡ଼ିକ ଉପରେ ଏପରି ଭାବେ ରିପୋର୍ଟିଂ ଆରମ୍ଭ ହେବ, ଯାହା ଗତ ଦଶନ୍ଧିରେ କେବେ ହୋଇ ନ ଥିଲା। କହିବାକୁ ଗଲେ ଆମେ ଏକ ସମ୍ପୂର୍ଣ୍ଣ ଗୁପ୍ତଯୁଗରୁ ବାହାରି ଆସିଛୁ। ବିମୁଦ୍ରୀକରଣ ହେଉଛି ବୋଲି ମୋଦିଙ୍କ ନିଜ କ୍ୟାବିନେଟ୍‌ ମନ୍ତ୍ରୀମାନେ ଜାଣି ନ ଥିଲେ। ଆମେ ଏହା ଜାଣୁ, କାରଣ ବିମୁଦ୍ରୀକରଣକୁ ଅନୁମତି ଦେବା ପାଇଁ ମୋଦିଙ୍କ ଭାଷଣର କିଛି ଘଣ୍ଟା ପୂର୍ବରୁ କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା। ହେଲେ ସେହି ବୈଠକକୁ ମନ୍ତ୍ରୀମାନଙ୍କୁ ଫୋନ୍‌ ନ ନେବା ଲାଗି କୁହାଯାଇଥିଲା। ଏହି ଖବର ବାହାରକୁ ପ୍ରସାରଣ ନ ହେବା ପାଇଁ ଏଭଳି କଟକଣା କରାଯାଇଥିଲା। ୨୦୨୦ରେ ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା, ଯାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ଏବେ ଏହି ପ୍ରକାର ଘଟଣା ଆଉ ଘଟିବ ନାହିଁ। କାରଣ ମିଳିତ ସହଯୋଗୀଙ୍କୁ ନେଇ ଏକ କ୍ୟାବିନେଟ୍‌ ପୁନର୍ବାର ଫେରିଛି। ଜଣଙ୍କ ନେତୃତ୍ୱରେ ରହିଥିବା ସାମୂହିକ କ୍ୟାବିନେଟ୍‌ ଯୁଗ ଶେଷହୋଇଛି। ଏହା ଭଲ କଥା। ଗଣତନ୍ତ୍ରରେ ଗଣମାଧ୍ୟମର ବିଚାର ବା ଅନୁଧ୍ୟାନର ଏକ କାରଣ ଅଛି। ଗୋଟିଏ ଦିଗ ହେଉଛି, ଏକ ସ୍ବାଧୀନ ଗଣମାଧ୍ୟମ ବିନା ଭୟରେ କ୍ଷମତାରେ ଥିବା ଲୋକଙ୍କ ବିଷୟରେ ମତ ଦେଇପାରିବ। ଅନ୍ୟଟି ହେଉଛି, ଯାହା ଗୁପ୍ତରେ କୁହାଯାଏ କିମ୍ବା ଆଦୌ କୁହାଯାଇପାରେନାହିଁ, ଲାଭ ପାଇବା ପାଇଁ ସରକାର ଭିତରର ଲୋକମାନେ ଏହାକୁ ସମର୍ଥନ କରିଥାନ୍ତି। ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସାଧାରଣ କଥା। ଏକଚ୍ଛତ୍ରବାଦ ଶାସନରେ ଅସାମାନ୍ୟ ଘଟଣାଗୁଡ଼ିକ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଏ ନାହିଁ। ସେଠାରେ ସର୍ବେକ୍ଷଣ ବା ଯାଞ୍ଚ ହେବାର ଭୟ ଅଛି ଏବଂ କଥା କହି ଦଣ୍ଡିତ ହେବାର ଆଶଙ୍କା ରହିଛି। ତେଣୁ ଅନ୍ତତଃପକ୍ଷେ ଗଣମାଧ୍ୟମର ଏକ ପରିବର୍ତ୍ତନ ଆସୁ ଓ ପ୍ରଧାନମନ୍ତ୍ରୀ ଏହାକୁ ସ୍ବୀକୃତି ଦିଅନ୍ତୁ ବୋଲି ଆମେ ଆଶା କରିବା ଉଚିତ୍‌। ତାଙ୍କ ସହଯୋଗୀମାନେ ମିଡିଆକୁ ଶୁଣିବେନି ବୋଲି ଯାହା ସେ ଭାବୁଛନ୍ତି ତାହା ହେବନାହିଁ। କାରଣ ଯେଉଁ ଘଟଣା ସେମାନଙ୍କ ପାଇଁ ଚିନ୍ତାଜନକ ତାହାକୁ ସେମାନେ ନିଶ୍ଚିତ ଶୁଣିବେ।
ନରସିଂହ ରାଓଙ୍କ ସରକାରର ପତନ ପରେ ମେଣ୍ଟ ସରକାରର ଧାରା ଆରମ୍ଭ ହୋଇଥିଲା। ଏବେ ମୋଦିଙ୍କ ପାଇଁ ଏଭଳି ସରକାର ସୁବିଧାଜନକ, ଅର୍ଥାତ୍‌ ତାଙ୍କ ପାଖରେ ୨୪୦ ସାଂସଦ ଅଛନ୍ତି। ତାଙ୍କ ପୂର୍ବରୁ ଏନ୍‌ଡିଏ ନେତା ଅଟଳ ବିହାରୀ ବାଜପେୟୀଙ୍କ ପାଖରେ ଶେଷ ପାଳିରେ ୧୮୦ ସାଂସଦ ଥିଲେ। ନିର୍ଦ୍ଦିଷ୍ଟ ଭାବେ ମେଣ୍ଟ ଅଧିକ ବିପଦରେ ଥିଲା ଓ ତାହା ଖବର ପାଲଟୁଥିଲା। ଫେବୃଆରୀ ୧୯୯୯ରେ ଏକ ରୋଚକ ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ ଏଡିଏମ୍‌କେ ନେତା ତଥା ଏନ୍‌ଡିଏ ସହଯୋଗୀ ଜୟଲଲିଥାଙ୍କୁ ଶାନ୍ତ କରିବା ପାଇଁ ବାଜପେୟୀ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍‌ଙ୍କୁ ପଠାଇଥିବା ବିଷୟ ଦର୍ଶାଯାଇଥିଲା। ଫର୍ନାଣ୍ଡିଜ୍‌ ଭାଜପା ନେତା ପ୍ରମୋଦ ମହାଜନଙ୍କ ସହ ଜୟଲଲିଥାଙ୍କ ଚେନ୍ନାଇସ୍ଥିତ ପୋସ ଗାର୍ଡେନ୍‌ ବାସଭବନକୁ ଯାଇଥିଲେ। କିନ୍ତୁ ଜୟଲଲିଥା ଦେଖା ନ ଦେଇ ଫର୍ନାଣ୍ଡିଜ୍‌ଙ୍କୁ ଇଣ୍ଟରକମ୍‌ରେ କଟୁବାକ୍ୟ ପ୍ରୟୋଗ କରିଥିଲେ। ନଭେମ୍ବର ୨୦୦୧ରେ ଆଉ ଏକ ଖବର ପ୍ରକାଶ ପାଇଥିଲା। ଏନ୍‌ଡିଏରେ ଯୋଗଦେବା ପରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କିପରି ଏକ କ୍ୟାବିନେଟ ବୈଠକରେ ଯୋଗଦେଇ ନ ଥିଲା ସେହି ବିଷୟରେ ଏଥିରେ ଉଲ୍ଲେଖ କରାଯାଇଥିଲା। ଭାଜପା ଅଧ୍ୟକ୍ଷ ଜନ କୃଷ୍ଣମୂର୍ତ୍ତି କହିଥିଲେ, କିପରି ଜଣେ ତୁରନ୍ତ ମନ୍ତ୍ରୀ ହେବାକୁ ଆଶା କରିପାରିବ। ମନ୍ତ୍ରୀ ହେବାକୁ ଭାଜପାର ଅନେକ ସାଂସଦ ଅଛନ୍ତି ଏବଂ ସେମାନେ ଅନେକ ଦିନ ହେଲା ଅପେକ୍ଷାରେ ରହିଆସିଛନ୍ତି।
ଭାରତୀୟ ଗଣତନ୍ତ୍ରରେ ଏଭଳି ସବୁ ମେଣ୍ଟ ସରକାର ରହିଆସିଛି। ହେଲେ ଗତ ଦଶନ୍ଧି ଥିଲା ଦେବା ଏବଂ ନେବାର ରାଜନୀତି, ଯାହା ଏକ ବିଚ୍ୟୁତି। ବାଜପେୟୀ ଜଣେ ପ୍ରଗତିଶୀଳ ରାଜନେତା ଥିଲେ। ସେ ଅସନ୍ତୋଷ, କ୍ରୋଧ ଏବଂ ଅପମାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। ସେଥିପାଇଁ ତାଙ୍କ ପାଖରେ କମ୍‌ ସଂଖ୍ୟା ଥିଲେ ମଧ୍ୟ ସେ ମୋଦିଙ୍କଠାରୁ ଅଧିକ ସୁବିଧାରେ ଥିଲେ। ଏଣୁ ମୋଦିଙ୍କୁ ଆପୋଷ ବୁଝାମଣା କରିବା କୌଶଳ ଶିଖିବାକୁ ପଡ଼ିବ। ଅନୁମାନ କରାଯାଏ, ବାଜପେୟୀ ଯେଭଳି ସ୍ଥିତିରେ ରହିଥିଲେ, ହାତରେ ଅଧିକ ସିଟ୍‌ ଥିଲେ ମଧ୍ୟ ମୋଦି ସେପରି ସ୍ଥିତିରେ ରହିବେ ନାହିଁ। କିନ୍ତୁ ଗତ ଦଶନ୍ଧି ଅର୍ଥାତ୍‌ ୨୦୧୪ ରୁ ୨୦୨୪ ମଧ୍ୟରେ ଯାହା ଘଟିଛି ତାହା ସମୟକ୍ରମେ ହେବନାହିଁ। ଯେତେବେଳେ ତାଙ୍କ କ୍ୟାବିନେଟ୍‌ର ମୁଖ୍ୟଙ୍କ ଉପରେ କିଛି ଲଦିବେ ସେ ବିଷୟରେ ଅନୁଧ୍ୟାନ କରାଯିବ। ଆମେ ନିଶ୍ଚିତ ହୋଇପାରିବା ଯେ, ଏ ସମ୍ପର୍କରେ ଖବର ପ୍ରକାଶ ପାଇବ କାରଣ ସହଯୋଗୀ ଦଳ କିମ୍ବା ଭାଜପା ଭିତରେ ଥିବା ଲୋକମାନେ ଜଣାଇବାକୁ ଚାହୁଁଛନ୍ତି। ଲୋକଙ୍କୁ ଖବରକୁ ଅଣଦେଖା କରିବା କହିଲେ ବି ତାହା କାମ କରିବ ନାହିଁ।
ଏକ ମେଣ୍ଟ ରାଜନୀତିରେ ‘ସହଯୋଗୀ’ ଶବ୍ଦ ଭ୍ରମାତ୍ମକ ମନେହୁଏ, କାରଣ ସହଯୋଗୀ ପରାମର୍ଶ ଦିଅନ୍ତି ଓ ସର୍ବଦା ଆପଣଙ୍କ ପାଇଁ ଏବଂ ଆପଣଙ୍କ ସହିତ ଥାଆନ୍ତି। ହେଲେ ଏହା ଭୁଲ୍‌। ସେମାନେ ସର୍ବଦା ନିଜ ପାଇଁ ଏବଂ ବେଳେବେଳେ ଆପଣଙ୍କ ସହ ରହନ୍ତି। ଆମଭଳି ମରଣଶୀଳ ମାନବ ବିଶ୍ୱର ଅପ୍ରୀତିକର ବାସ୍ତବତା ସହ ଜଡ଼ିତ ହେବାକୁ ପଡ଼ିବ। ତାହାକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ସେଗୁଡ଼ିକ ନିଶ୍ଚିତ ଭାବେ ସାମ୍ନାକୁ ଆସିବେ। ଯେଉଁମାନେ ଖବର ଲେଖନ୍ତି, ରିପୋର୍ଟ କରନ୍ତି ଏବଂ ପଢୁଛନ୍ତି, ସେମାନଙ୍କ ପାଇଁ ପାଞ୍ଚବର୍ଷ ଏକ ରୋଚକ, ଆକର୍ଷକ ଏବଂ ଅନେକ ସମୟରେ ମନୋରଞ୍ଜକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?