ମେଲୋଡି ସିଙ୍ଗର ଡାଡି: ଯୁବ ଗୋଷ୍ଠୀଙ୍କ ଆକର୍ଷଣ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ହେଲା ସଙ୍ଗୀତ ସହିତ ଯୋଡ଼ି ରହିଛନ୍ତି ପ୍ରକାଶ ପାଢ଼ୀ। ଡାକ ନାଁ ତାଙ୍କର ଡାଡୀ । ଏହି ନାମରେ ରହିଛି ତାଙ୍କର ଗ୍ରୁପ ଡାଡୀ-ମିକ୍ସ । ବୟସ ହେବ ୪୪। ସଙ୍ଗୀତ କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଡାଡୀ ପ୍ରୋତ୍ସାହନ ଓ ସୁଯୋଗ ଅଭାବରୁ ଆଗେଇ ପାରି ନ ଥିବାରୁ ମନରେ ଦୁଃଖ ରହିଯାଇଛି। କଳାର ମୂଲ୍ୟ ଯଦିଓ କେହି ଦେଇ ପାରିବେ ନାହିଁ ତେବେ ଆଜିକାର ଯୁଗରେ ଜଣେ କଳାକାର ନିଜକୁ ପ୍ରତିଷ୍ଠା କରିବା ସୁବିଧାଜନକ ନୁହେଁ ବୋଲି କୁହନ୍ତି। ଭଲ ଗୀତଟିଏ ଗାଇଲେ ମିଳୁଥିବା ପ୍ରଶଂସା ଶୁଣିଲେ ସେ ସମୟରେ ମନ ଉତଫୁଲ୍ଲିତ ହୋଇଉଠେ। ସେଥିରେ ବେଶୀ ଆନନ୍ଦ ମିଳିଥାଏ ବୋଲି ସେ କୁହନ୍ତି।
କରୋନା ସମୟରେ ନିଜ ଉଦ୍ୟମରେ ସଚେତନତା ଭିଡିଓ ସଙ୍ଗୀତ ପ୍ରସ୍ତୁତ କରି ସମସ୍ତଙ୍କ ପ୍ରଶଂସନୀୟ ହୋଇଛନ୍ତି । ଯଦିଓ ବିଭିନ୍ନ ପ୍ରକାରର ଗୀତ ଗାଇଥାନ୍ତି ତେବେ ବିଶେଷ କରି ସେ ହେଉଛନ୍ତି ଯୁବପିଢିଙ୍କ ପ୍ରଥମ ପସନ୍ଦ। ସେ ମେଳା, ମହୋତ୍ସବ, ପ୍ରଦର୍ଶନୀ ତଥା ମେଲୋଡିରେ ୨୦ ବର୍ଷରୁ ଅଧିକ ସମୟ ହେଲା ଗୀତ ଗାଇଆସୁଛନ୍ତି। ଭଜନ, ଆଧୁନିକ, ଶାସ୍ତ୍ରୀୟ ତଥା ସିନେମା ସଙ୍ଗୀତ ଆଦି ଲୋକପ୍ରିୟ ଗୀତ ଗାନ କରି ଆସୁଛନ୍ତି । ଅଭାବ ଅନଟନ ମଧ୍ୟରେ ଥିଲେ ହେଁ କଳାକୁ ଛାଡି ପାରୁ ନ ଥିବା ଡାଡୀ, ଟିକିଏ ସମ୍ମାନ ଓ ପ୍ରଶଂସା ପାଇଁ ବଞ୍ଚି ରହିଛନ୍ତି ବୋଲି କୁହନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୀତ ଗାଇଛନ୍ତି । ନିଜେ ମଧ୍ୟ ଗୀତ ରଚନା କରିଥାନ୍ତି ଓ ଗାଇଥାନ୍ତି । ବହୁ ନାମୀଦାମୀ ସଙ୍ଗୀତଜ୍ଞ ଓ ଗାୟକଙ୍କ ଭଳି ମିମିକ୍ରି କରି ଗାଇଥାନ୍ତି । ଓଡ଼ିଆ, ହିନ୍ଦିରେ ଏକ ହଜାରରୁ ଅଧିକ ଗୀତ ଗାଇବା ସହ ଏବେ ରେକର୍ଡ ଟ୍ରାକରେ ମଧ୍ୟ ଗୀତ ଗାଇ ପାରଦର୍ଶିତା ଲାଭ କରିପାରିଛନ୍ତି । ଗୀତ ସାଙ୍ଗକୁ କୋରିଓଗ୍ରାଫିରେ ତାଙ୍କର ଦକ୍ଷତା ସେ ଷ୍ଟେଜରେ ଦେଖାଇଥାନ୍ତି। କେନ୍ଦୁଝର ପୁରୁଣା ସହରର ସୁର ଝଙ୍କାର ମେଲୋଡିରେ କାମ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ କଟକର ସଙ୍ଗୀତ ଧୂମ, ଅନୁଗୋଳର ସୁର ସଙ୍ଗୀତ ତଥା ତାଳଚେରର ସଙ୍ଗୀତ ସଙ୍ଗୀତ ଭଳି ବହୁ ନାମୀଦାମୀ ମେଲୋଡି ଗ୍ରୁପରେ ବଛା ବଛା କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି। ପିଲାବେଳଠୁଁ ନୃତ୍ୟଗୀତ ପ୍ରତି ଆକୃଷ୍ଟ ହୋଇ ଏବଂ ପରବର୍ତ୍ତୀ ସମୟରେ ପ୍ରଭୁଦେବା ଓ ମାଇକେଲ ଜାକସନଙ୍କୁ ଆଦର୍ଶ ମନେ କରି ନିଜକୁ ଗଢିଆସୁଥିବା ଡାଡୀ ଅର୍ଥାଭାବରୁ ନୃତ୍ୟ କିମ୍ବା ସଂଗୀତ ଶିକ୍ଷା ଲାଭ କରିପାରି ନ ଥିଲେ। ନିଜ ଉଦ୍ୟମ ଓ ଅଧ୍ୟବସାୟ ବଳରେ ଟିଭି ଓ ସିନେମା ଦେଖି ସେସବୁ ନୃତ୍ୟଗୀତକୁ ଅନୁକରଣ କରି ନିଜକୁ ପ୍ରତିଷ୍ଠିତ କରିପାରିଥିବା କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri