Posted inଜାତୀୟ

ମେହବୁବା ପୁଣି ନଜର ବନ୍ଦୀ, ଘର ସମ୍ମୁଖରେ ସିଆର୍‌ପିଏଫ୍‌ ଗାଡ଼ି…

ଶ୍ରୀନଗର, ୨୧।୮ : ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଘେରିଛନ୍ତି।

ମେହବୁବା ମୁଫତି ଏକ ଟୁଇଟରେ ଲେଖିଛନ୍ତି ଯେ ଭାରତ ସରକାର କାଶ୍ମୀରୀ ପଣ୍ଡିତଙ୍କ ଦୁଃଖକୁ ଅଣାଦେଖା କରୁଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁଁ ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କିଲିଂ କରାଯାଉଛି। ସରକାର ଆମକୁ ଶତ୍ରୁ ଭାବରେ ଦେଖୁଛନ୍ତି, ଯେଉଁଥିପାଇଁ ମୋତେ ଘରେ ନଜର ବନ୍ଦୀ ରଖାଯାଇଛି।

ମେହବୁବା ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି ଯେ ଆଜି ଚୋଟିଗାମରେ ସୁନୀଲ କୁମାରଙ୍କ ପରିବାରକୁ ଭେଟିବା ପାଇଁ ମୋର ଉଦ୍ୟମକୁ ପ୍ରଶାସନ ପକ୍ଷରୁ ବିଫଳ କରିଦିଆଯାଇଛି।

ଏହାପୂର୍ବରୁ ମେହବୁବ ମୁଫତି କଂଗ୍ରେସକୁ ଏଏପି ବିରୋଧୀ ପ୍ରଦର୍ଶନ ପାଇଁ ସମାଲୋଚନା କରିଥିଲେ। ସେ କହଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତର ସମ୍ମୁଖୀନ ହେଉଥିବା ଆମ ଆଦମୀ ପାର୍ଟିର ନେତାଙ୍କ ସମର୍ଥନରେ କଂଗ୍ରେସ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ବିଫଳ ହୋଇଛି। କଂଗ୍ରେସ ନେତା ମଣିକମ ଟାଗୋର ଏହାର ଜବାବରେ କହିଛନ୍ତି ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତାଙ୍କ ଦଳ ପ୍ରକୃତ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି ଏବଂ ସେମାନଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁବଳୀ ବିଧାୟକଙ୍କ ଶୁଟର ପୁଅ ଆବ୍ବାସଙ୍କ ଘରେ ଚଢ଼ାଉ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମଉର ବାହୁବଳୀ ବିଧାୟକ ମୁଖ୍‌ତାର ଅନସାରୀଙ୍କ ପୁଅ ଆବ୍ବାସ ଅନସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି। ଆବ୍ବାସଙ୍କ ଘରୁ କୋଟି କୋଟି...

ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଲକ୍‌ଡାଉନ୍‌ ସମୟରେ ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ...

ଉନ୍ନାଓ ବଳାତ୍କାର ଘଟଣାର ୫ ମାମଲା ଦିଲ୍ଲୀ ସ୍ଥାନାନ୍ତର: ୪୫ ଦିନରେ ହେବ ଶୁଣାଣି

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଘଟଣା  ସହ ଜଡିତ ସମସ୍ତ ୫ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୪୫ ଦିନ ମଧ୍ୟରେ ଏହାର...

‘ନମସ୍ତେ ଟ୍ରମ୍ପ୍‌’

ଅହମଦାବାଦ,୨୫ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଦକ୍ଷିଣ ଏସିଆରେ ଶାନ୍ତି ପ୍ରସାରରେ ନୂଆଦିଲ୍ଲୀ ନେତୃତ୍ୱ ନେବାକୁ...

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ...

‘ରାହୁଲ ଚାହୁଁଛନ୍ତି ଚାଇନା ସାମ୍ନାରେ ଆତ୍ମ ସମର୍ପଣ କରୁ ଭାରତ’: ଭାଜପା ନେତା

ନୂଆଦିଲ୍ଲୀ,୩ ।୧: ଚାଇନା ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ଏହାର ଜବାବ ଦେବାକୁ ଆଗେଇ ଆସିଛି...

ସୋସିଆଲ୍‌ ମିଡିଆରେ ସିବିଆଇ

ନୂଆଦିଲ୍ଲୀ,୩।୧୦(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭା ଆସନ୍ତା ଅକ୍ଟୋବରରୁ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)...

ରାଜଧାନୀରେ କରୋନା ବେଲଗାମ୍‌…

ନୂଆଦିଲ୍ଲୀ, ୯।୧ : ରାଜଧାନୀ ଦିଲ୍ଲୀରେ କରୋନା ବେଲଗାମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ୭୫୧ ଜଣ ନୂଆ ଆକ୍ରାନ୍ତଙ୍କୁ...

Advertisement
Archives

Model This Week