୩ ବର୍ଷ ବିତିଲା, ସରୁନି ମେଗା ଜଳଯୋଗାଣ ପ୍ରକଳ୍ପ

ବୋଲଗଡ଼,୨୫ା୪(ଡି.ଏନ୍‌.ଏ.): ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥାର ଅବହେଳା ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ଫଳରେ ଲୋକେ ପାଇପ୍‌ ଯୋଗେ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ ଅନ୍ତର୍ଗତ ପାଟପୁରଶାସନ ପଞ୍ଚାୟତ ସାନନୟାପଲ୍ଲୀରେ ନିର୍ମାଣ ହେଉଥିବା ମେଗା ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ୩ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟ ସରିନାହିଁ। ଫଳରେ ବୋଲଗଡ଼ ଓ ବେଗୁନିଆ ବ୍ଲକର ମୋଟ୍‌ ୩୫ ପଞ୍ଚାୟତବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ବୋଲଗଡ଼ ଓ ବେଗୁନିଆ ବ୍ଲକ ଅଞ୍ଚଳର ବହୁ ଗ୍ରାମରେ ପାନୀୟଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ଉକ୍ତ ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ୨୫୪କୋଟି ୮୨ଲକ୍ଷ ଟଙ୍କାର ମେଗା ଜଳଯୋଗାଣ ପ୍ରକଳ୍ପର ଆରମ୍ଭ ହୋଇଥିଲା। ୨୦୧୯ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ରେ ଏହା କାର୍ଯ୍ୟକ୍ଷମ ହେବା ନେଇ ସ୍ଥିର ହୋଇଥିଲା। ଏହି ପ୍ରକଳ୍ପ ହେଲେ ବୋଲଗଡ଼ ବ୍ଲକର ୧୯ ପଞ୍ଚାୟତବାସୀ ଓ ବେଗୁନିଆ ବ୍ଲକର ୧୬ ପଞ୍ଚାୟତବାସୀ ଉପକୃତ ହେବେ। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତୁରନ୍ତ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ବୋଲଗଡ଼ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ କହିଛନ୍ତି, ବିଭିନ୍ନ ସମସ୍ୟା ଯୋଗୁ କାର୍ଯ୍ୟ ଶେଷ ହୋଇପାରିନାହିଁ। ପ୍ରକଳ୍ପ ନିର୍ମାଣ ଅବଧିକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀଭାବେ ଘୋଷଣା କରାଯାଇଥିବା...

ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ

ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର...

୧୦ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଖାରଜ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟର ୧୦ଜଣ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ...

ରାୟଗଡ଼ାରେ ୧୩ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୩ ମହିଳା, ୧୦ ପୁରୁଷ

ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲାରୁ ସୋମବାର ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୧୦ ପୁରୁଷ...

ମୁମ୍ବାଇଠାରେ ଚିକିତ୍ସିତ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଭେଟିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ମୁମ୍ବାଇଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ବାସ୍ଥ୍ୟାବସ୍ଥା...

ପୁରୀରୁ ୩ କେଜି ବ୍ରାଉନ୍‌ସୁଗାର ଜବତ

ପୁରୀ ଅଫିସ, ୧୪।୫ : ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଶନିବାର ୩ କେଜି ୧୯୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ...

ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା

ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର...

କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର...

Advertisement
Archives

Model This Week