Posted inଫୁରସତ

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ମଣିଷ ପରି ବିଭିନ୍ନ ଉପକରଣ ବା ‘ଟୁଲ୍‌’ ବ୍ୟବହାର କରିବାରେ ସେ ହେଉଛି ପୃଥିବୀର ପ୍ରଥମ ଗାଈ।

ଭେରୋନିକା ନିଜ ଶରୀରର କୁଣ୍ଡେଇ ହେଉଥିବା ସ୍ଥାନରେ ପହଞ୍ଚିବା ପାଇଁ ବାଡ଼ି, ଝାଡ଼ୁ ଏବଂ କଣ୍ଟା ବ୍ୟବହାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଭିଏନା ସ୍ଥିତ ‘ୟୁନିଭରସିଟି ଅଫ୍ ଭେଟେରିନାରୀ ମେଡିସିନ୍’ର ଗବେଷକମାନେ ଏକ ଅନୁଧ୍ୟାନ କରିଥିଲେ, ଯାହା ପ୍ରସିଦ୍ଧ ପତ୍ରିକା ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ ପାଇଛି।

ଭେରୋନିକା କେବଳ ଝାଡ଼ୁ ଧରିବା ଜାଣିନାହିଁ, ବରଂ ଆବଶ୍ୟକତା ଅନୁସାରେ ଏହାର ଦୁଇ ପାର୍ଶ୍ୱକୁ ବ୍ୟବହାର କରେ। କଠିନ ସ୍ଥାନ ପାଇଁ ଖଦଖଦିଆ ପାର୍ଶ୍ୱ ଏବଂ ନରମ ସ୍ଥାନ ପାଇଁ ବାଡ଼ି ପାର୍ଶ୍ୱକୁ ସେ ବ୍ୟବହାର କରୁଛି।

ଯଦି ଝାଡ଼ୁଟି ସଠିକ୍ କୋଣରେ ନଥାଏ, ସେ ନିଜ ଜିଭ ସାହାଯ୍ୟରେ ତାକୁ ସଜାଡ଼ି ଦାନ୍ତରେ ଚାପି ଧରି ବ୍ୟବହାର କରେ। ପରୀକ୍ଷଣ ସମୟରେ ୭୦ଟି ପ୍ରୟାସ ମଧ୍ୟରୁ ପ୍ରାୟ ୭୬ ଥର ସେ ସଫଳତାର ସହ ଉପକରଣ ବ୍ୟବହାର କରିଥିବା ଦେଖାଯାଇଛି।

ଇଟାଲୀ ସୀମାନ୍ତ କାରିନ୍ଥିଆ ସହରର ଜୈବିକ ଚାଷୀ ତଥା ଭେରୋନିକାର ମାଲିକ ୱିଟ୍‌ଗାର୍ ୱିଗେଲ୍‌ କୁହନ୍ତି ଯେ, କିଛି ବର୍ଷ ପୂର୍ବେ ସେ କାଠି ଖଣ୍ଡ ସହ ଖେଳୁଥିବା ଦେଖିବାକୁ ମିଳିଥିଲା। ଧୀରେ ଧୀରେ ସେ ନିଜେ ହିଁ ଏହି କୌଶଳ ଶିଖିଗଲା। ପଶୁମାନଙ୍କ ପାଖରୁ ଧୈର୍ଯ୍ୟ ଓ ଶାନ୍ତି ଶିଖିବାର ଅଛି ବୋଲି ସେ ପ୍ରକାଶ କରିଛନ୍ତି।

ପୂର୍ବରୁ ହାତୀ, ମାଙ୍କଡ଼ ଓ ଓରାଙ୍ଗୁଟାନଙ୍କ କ୍ଷେତ୍ରରେ ଏପରି ବୁଦ୍ଧିମତା ଦେଖାଯାଇଥିବା ବେଳେ, ପ୍ରାୟ ୧୦,୦୦୦ ବର୍ଷର ଗୃହପାଳିତ ପଶୁ ଇତିହାସରେ ଗାଈ କ୍ଷେତ୍ରରେ ଏହା ପ୍ରଥମ ପ୍ରମାଣ। ଏହି ଆବିଷ୍କାର ଗୃହପାଳିତ ପଶୁଙ୍କ ବୌଦ୍ଧିକ କ୍ଷମତା ଉପରେ ପୁନର୍ବାର ଚିନ୍ତା କରିବାକୁ ବୈଜ୍ଞାନିକମାନଙ୍କୁ ବାଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri