୨୦ରେ ଔଷଧ ଦୋକାନ ବନ୍ଦ, ଜାଣନ୍ତୁ କ’ଣ ପାଇଁ…

ସୋନପୁର,୧୯।୫(ମୃତ୍ୟୁଞ୍ଜୟ ଶତପଥୀ): ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ଦୋକାନ ବନ୍ଦ ଆନ୍ଦୋଳନକୁ ସୁବର୍ଣ୍ଣପୁର ଜିଲା ଔଷଧ ବ୍ୟବସାୟୀ ସଂଘ ସମର୍ଥନ ଘୋଷଣା କରିଛି।

ସଂଘର ନ୍ୟାୟ ସଙ୍ଗତ ଦାବିକୁ ସମର୍ଥନ ଜଣାଇ ଜିଲାପାଳ ଡ. ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ ଓ ଜିଲା ଭେଷଜ ନିରୀକ୍ଷକ ଟିକେଶ୍ୱରୀ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଘ ପକ୍ଷରୁ ଦର୍ଶାଯାଇଛି, ଦେଶବ୍ୟାପୀ ଇ-ଫାର୍ମାସୀ କାର୍ଯ୍ୟାଳୟ, କର୍ପୋରେଟ୍‌ ସଂସ୍ଥାମାନଙ୍କ ଅତ୍ୟଧିକ ରିହାତି, ନକଲି ଓ ଅନିୟନ୍ତ୍ରିତ ଔଷଧ ବିକ୍ରୟ ଭଳି ସମସ୍ୟା ଫଳରେ ସ୍ଥାନୀୟ କେମିଷ୍ଟ ଓ ସାଧାରଣ ଜନସ୍ବାସ୍ଥ୍ୟ ଗୁରୁତର ପ୍ରଭାବିତ ହେଉଛି।

ଏହାର ପ୍ରତିବାଦରେ ଅଲ ଇଣ୍ଡିଆ ଅର୍ଗାନାଇଶେନ ଅଫ୍‌ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟଙ୍କ ଆହ୍ବାନକ୍ରମେ ୨୦ ତାରିଖ ଦିନ ଔଷଧ ଦୋକାନ ବନ୍ଦ କରାଯିବ। ଜିଲା ସଂଘ ସଭାପତି ଉମେଶ ଚନ୍ଦ୍ର ସାହୁ, ସମ୍ପାଦକ ସତ୍ୟନାରାୟଣ ଦରଓ୍ବାନ, କୋଷାଧ୍ୟକ୍ଷ ପ୍ରଭାତ ଶତପଥୀଙ୍କ ସମେତ ସଂଘର ସଞ୍ଜୀବ ପାଣିଗ୍ରାହୀ, ଶାନ୍ତନୁ ମହାପାତ୍ର, ବିବେକାନନ୍ଦ ମହାଣା ଓ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri