Posted inଜାତୀୟ

ବିନା ଏନ୍‌ଇଇଟିରେ ଡାକ୍ତରୀ ନାମଲେଖା

ଚେନ୍ନାଇ, ୧୪ା୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ନ ଦେଇ ସିଧାସଳଖ ଡାକ୍ତରୀ ପାଠ ପଢ଼ିବା ପାଇଁ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଏକ ବିଲ୍‌ ଆଣିଛନ୍ତି। ଉକ୍ତ ବିଲ୍‌ ଅନୁଯାୟୀ ଜଣେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ମେଡିସିନ୍‌, ଡେଣ୍ଟିଷ୍ଟ୍ରି, ହୋମିଓପାଥି ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ନାମଲେଖାରେ ସରକାରୀ ସ୍କୁଲ୍‌ ପିଲାଙ୍କ ପାଇଁ ୭.୫ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିବ।
ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଉକ୍ତ ବିଲ୍‌ ଆଗତ କରିଥିବାବେଳେ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ, ଏହାର ସହଯୋଗୀ ପିଏମ୍‌କେ, କଂଗ୍ରେସ ସମେତ ସବୁ ବିରୋଧୀ ଦଳ ଏହାକୁ ସମର୍ଥନ କରିଥିଲେ। ଭାଜପା ସଦସ୍ୟମାନେ ବିଲ୍‌କୁ ବିରୋଧକରି କକ୍ଷତ୍ୟାଗ କରିଥିଲେ। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.କେ. ରାଜନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସ୍‌ ଆଧାରରେ ଉକ୍ତ ବିଲ୍‌ ପ୍ରସ୍ତୁତ ହୋଇଥିଲା। କମିଟି ମେଡିକାଲ ଶିକ୍ଷା ସହ ସମ୍ପୃକ୍ତ ବିଭିନ୍ନ ବର୍ଗରୁ ୮୬,୦୦୦ ଲୋକଙ୍କ ମତାମତ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ଅଧିକାଂଶ ଏନ୍‌ଇଇଟି ଚାହାନ୍ତି ନାହିଁ ବୋଲି ମତ ଦେଇଥିଲେ। ଉକ୍ତ କମିଟିର ସୁପାରିସକୁ ବିଚାରକୁ ନେଇ ସମସ୍ତଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଏନ୍‌ଇଇଟି ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିବା ଷ୍ଟାଲିନ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏନ୍‌ଇଇଟି ଯୋଗୁ ଏମ୍‌ବିବିଏସ୍‌ ଏବଂ ଅନ୍ୟ ଉଚ୍ଚତର ଡାକ୍ତରୀ ପାଠ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳୁନାହିଁ। ସମାଜର ପ୍ରଭାବଶାଳୀ ଏବଂ ପଇସାବାଲା ଲୋକେ ଏଥିରୁ ଫାଇଦା ଉଠାଉଥିବାବେଳେ ଅବହେଳିତ ବର୍ଗଙ୍କ ସ୍ବପ୍ନ ଅଧୁରା ରହୁଛି ବୋଲି କମିଟି ରିପୋର୍ଟରେ ଦର୍ଶାଇଥିଲା। ରବିବାର ଏନ୍‌ଇଇଟି-ୟୁଜି ପରୀକ୍ଷା ପୂର୍ବରୁ ଜଣେ ୧୯ ବର୍ଷୀୟ ମେଡିକାଲ ଶିକ୍ଷା ପ୍ରତ୍ୟାଶୀ ଆତ୍ମହତ୍ୟା କରିବା ପରେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ ସରକାରଙ୍କୁ ଦୋଷାରୋପ କରିଥିଲା। ଡିଏମ୍‌କେ କ୍ଷମତାକୁ ଆସିଲେ ଏନ୍‌ଇଇଟି ବାତିଲ ହେବ ବୋଲି ଷ୍ଟାଲିନ୍‌ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସରକାର ଏପର୍ଯ୍ୟନ୍ତ ଉପଯୁକ୍ତ ନିଷ୍ପତ୍ତି ନେବାରେ ବିଫଳ ହୋଇଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ଅସହାୟ ହୋଇପଡ଼ିଛନ୍ତି ବୋଲି ବିରୋଧୀ ଦଳ ନେତା ଇ.କେ. ପଲାନିସ୍ବାମୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri