Posted inଜାତୀୟ

ବଞ୍ଚିବା ପାଇଁ ବିକି ଦେଉଛନ୍ତି

କାବୁଲ, ୧୪ା୯: ପୂର୍ବ କଷ୍ଟୋପାର୍ଜିତ ଅର୍ଥ ବ୍ୟାଙ୍କରେ ପଡ଼ିଛି। ତାଲିବାନ୍‌ ମୁହଁକୁ ଦେଖି ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନକୁ ପାଣ୍ଠି ଦେବାକୁ ମନା କରିଦେବା ପରେ ଲୋକଙ୍କ ମୁଣ୍ଡ ଉପରେ ପଡ଼ିଛି ଅକାଳ ଚଡ଼କ। କାହା ହାତରେ ଖାଇବାକୁ ଅର୍ଥ ନାହିଁ ତ ପୁଣି କିଏ ଜୀବନ ବଞ୍ଚାଇବା ଲାଗି ଔଷଧ କିଣିବାକୁ ନଗଦ ମୁଦ୍ରା ଖୋଜୁଛନ୍ତି। ଅଗତ୍ୟା ନିଜ ଘରର ମୂଲ୍ୟବାନ ଆସବାବପତ୍ର ଶାଗମାଛ ଦରରେ ବିକି ଦେଉଛନ୍ତି ଆଫଗାନ୍‌ମାନେ। ରାଜଧାନୀ କାବୁଲ ରାଜରାସ୍ତାରେ ଦେଖିବାକୁ ମିଳୁଥିବା ଏହି ବିକଳ ଚିତ୍ର ସାମ୍ପ୍ରତିକ ସ୍ଥିତାବସ୍ଥାକୁ
ବୟାନ କରୁଛି।

ଆଫଗାନିସ୍ତାନ ସରକାରକୁ କ୍ଷମତାଚ୍ୟୁତ କରି ତାଲିବାନ୍‌ ଦେଶ ଦଖଲ କରିବା ପରେ ସେଠାକାର ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି। ବିଶ୍ୱ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ କିଛି ସପ୍ତାହ ତଳେ ଅନ୍ତର୍ଜାତୀୟ ଫଣ୍ଡ୍‌ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଲିବାନ୍‌ର ସବୁ ରାସ୍ତା ବନ୍ଦ କରିଦେଇଛନ୍ତି। ଆଫଗାନ୍‌ ସରକାରୀ କର୍ମଚାରୀଙ୍କ ଦରମା ମିଳିନି। ଅଧିକାଂଶ ବ୍ୟାଙ୍କ ବନ୍ଦ ରହିବା ଏବଂ ଏଟିଏମ୍‌ରୁ ନଗଦ ଉଠାଣ ଉପରେ କଟକଣା ଜାରି ହୋଇଛି। ଏପରି ସ୍ଥିତିରେ ଦୈନିକ କାରବାର ପାଇଁ ଆଫଗାନ୍‌ ମାର୍କେଟରେ ନଗଦ ଅର୍ଥ ଅଭାବ ଦେଖାଦେଇଛି। ଲୋକେ ଖାଦ୍ୟ ପଦାର୍ଥ, ଔଷଧ ଆଦି ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ରାସ୍ତାରେ ନିଜ ଘର ସାମଗ୍ରୀ କମ୍‌ ଦରରେ ବିକ୍ରି କରିଦେଉଥିବା ଦେଖିବାକୁ ମିଳିଛି।
ବିଭିନ୍ନ ସ୍ଥାନରେ ଲୋକେ ନିଜ ରେଫ୍ରିଜରେଟର, ଫ୍ୟାନ୍‌, ଗଦି, ତକିଆ, ଖଟ, କମ୍ବଳ, ରୋଷେଇ ସାମଗ୍ରୀ, ପରଦା, ଚେୟାର, ଟେବୁଲ, ଥାକ ଆଦି ରାସ୍ତାରେ ଗଦା କରି ବିକ୍ରି କରୁଛନ୍ତି। ଘର ଚଳାଇବା ପାଇଁ ଜରୁରୀ ସାମଗ୍ରୀ ସେହି ଅର୍ଥରେ କିଣୁଛନ୍ତି। ଆଫଗାନିସ୍ତାନ ବ୍ୟାଙ୍କଗୁଡ଼ିକ ସପ୍ତାହକୁ ୨୦ ହଜାର ଆଫଗାନିସ୍‌ (ପ୍ରାୟ ୧୭ ହଜାର ଟଙ୍କା)ରୁ ଅଧିକ ଅର୍ଥ ଉଠାଣ ଉପରେ କଟକଣା ଲଗାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଦିନ ତମାମ ଶହ ଶହ ସଂଖ୍ୟାରେ ଲୋକ ଲାଇନରେ ଛିଡ଼ା ହେଉଛନ୍ତି। ତାଲିବାନ୍‌ ଆଫଗାନିସ୍ତାନକୁ ଦଖଲକୁ ନେବା ପୂର୍ବରୁ ମଧ୍ୟ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିଲା। ବିଦେଶୀ ସହାୟତା ଉପରେ ଦେଶ ଅନେକାଂଶରେ ନିର୍ଭରଶୀଳ ଥିଲା। ବିଶ୍ୱ ବ୍ୟାଙ୍କ ଅନୁସାରେ, ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନ ଜିଡିପିର ୪୦ ପ୍ରତିଶତ ବାହାର ଦେଶରୁ ମିଳୁଥିଲା। ଏହାଦ୍ୱାରା ପ୍ରାୟ ୧.୮ କୋଟି ଲୋକ ଉପକୃତ ହେଉଥିଲେ। ହେଲେ ତାଲିବାନ୍‌ ସରକାରକୁ ଅଧିକାଂଶ ଦେଶ ମାନ୍ୟତା ଦେଇ ନ ଥିବାରୁ ବିଦେଶୀ ସହାୟତା ବନ୍ଦ ହୋଇଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଏବଂ ମରୁଡ଼ି ଯୋଗୁ ଆଫଗାନିସ୍ତାନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତାଲିବାନ୍‌ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ଏହି ସଙ୍କଟ ଆହୁରି ଘନେଇଛି। ଏପରି ସ୍ଥିତି ଲାଗି ରହିଲେ ଆସନ୍ତା ବର୍ଷ ସୁଦ୍ଧା ୯୭ ପ୍ରତିଶତ ଆଫଗାନ୍‌ ଗରିବ ହୋଇଯିବେ ବୋଲି ଜାତିସଂଘ ଚେତାଇ ଦେଇଛି।
ଏଭଳି ସଙ୍କଟରୁ ମୁକୁଳିବା ପାଇଁ ଚାଇନା ଓ ରୁଷିଆ ଉପରେ ନିର୍ଭରଶୀଳ ହୋଇଛି ତାଲିବାନ୍‌। ପାଶ୍ଚାତ୍ୟ ସହାୟତା ଅଭାବକୁ ଏହି ଦୁଇ ଦେଶ ପୂରଣ କରିବେ ବୋଲି ତାଲିବାନ୍‌ ସରକାର ଆଶା ରଖିଥିବା ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବେଜିଂ କିମ୍ବା ମସ୍କୋ ତରଫରୁ ଆଫଗାନିସ୍ତାନର ଆର୍ଥିକ ସଙ୍କଟ ଦୂର ପାଇଁ ସେଭଳି କୌଣସି ସହାୟତା ପ୍ରଦାନ କରାଯାଇନାହିଁ।

୬୦୬ ମିଲିୟନ ଡଲାର ମାଗିଲା ଜାତିସଂଘ

ଆଫଗାନିସ୍ତାନବାସୀ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମୂଲ୍ୟବାନ୍‌ ସମ୍ପତ୍ତି କମ୍‌ ଦରରେ ବିକ୍ରି କରିଦେବା ଦ୍ୱାରା ସେଠାରେ ଦାରିଦ୍ର୍ୟ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଚେତାଇ ଦେଇଛି। ୨୦୨୨ ଅଧା ସୁଦ୍ଧା ଦେଶର ୯୭ ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ରହିବେ। ଏଭଳି ସଙ୍କଟରୁ ଆଫଗାନ୍‌ବାସୀଙ୍କୁ ମୁକୁଳାଇବା ପାଇଁ ୬୦୬ ମିଲିୟନ ଡଲାର (ପ୍ରାୟ ୪,୪୬୪ କୋଟି ଟଙ୍କା)ର ସହାୟତା ପ୍ରଦାନ ଲାଗି ସୋମବାର ଜେନେଭାରେ ଆଫଗାନ୍‌ମାନଙ୍କୁ ମାନବିକ ସହାୟତା ପ୍ରଦାନ ସମ୍ପର୍କିତ ଏକ ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ଚଳିତ ବର୍ଷର ବଳକା ଦିନ ପର୍ଯ୍ୟନ୍ତ ୧.୧ କୋଟି ଆଫଗାନ୍‌ଙ୍କୁ ସହାୟତା ମିଳିପାରିବ ବୋଲି ସେ କହିଛନ୍ତି। ଏଥିସହ ଜାତିସଂଘ କେନ୍ଦ୍ରୀୟ ଜରୁରିକାଳୀନ ପାଣ୍ଠିରୁ ୨୦ ମିଲିୟନ ଡଲାର (ପ୍ରାୟ ୧୪୭ କୋଟି ଟଙ୍କା) ସହାୟତା ପ୍ରଦାନ ପାଇଁ ଗୁଟେରସ୍‌ ଘୋଷଣା କରିଛନ୍ତି। ଦେଶରେ ଲାଗି ରହିଥିବା ଅସ୍ଥିରତା, ମାନବିକ ସଙ୍କଟ, ମରୁଡ଼ି ସ୍ଥିତି ଆଫଗାନ୍‌ଙ୍କ ପାଇଁ ଭୟଙ୍କର ଦୁର୍ଦ୍ଦଶାକୁ ଡାକି ଆଣିବ। ତେଣୁ ପାଶ୍ଚାତ୍ୟ ଦେଶ, ଜାତିସଂଘକୁ ସହାୟତା ପ୍ରଦାନ କରୁଥିବା ବଡ଼ ସଂସ୍ଥାଗୁଡ଼ିକ ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାକୁ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?