Posted inଜାତୀୟ

ବଞ୍ଚିବା ପାଇଁ ବିକି ଦେଉଛନ୍ତି

କାବୁଲ, ୧୪ା୯: ପୂର୍ବ କଷ୍ଟୋପାର୍ଜିତ ଅର୍ଥ ବ୍ୟାଙ୍କରେ ପଡ଼ିଛି। ତାଲିବାନ୍‌ ମୁହଁକୁ ଦେଖି ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନକୁ ପାଣ୍ଠି ଦେବାକୁ ମନା କରିଦେବା ପରେ ଲୋକଙ୍କ ମୁଣ୍ଡ ଉପରେ ପଡ଼ିଛି ଅକାଳ ଚଡ଼କ। କାହା ହାତରେ ଖାଇବାକୁ ଅର୍ଥ ନାହିଁ ତ ପୁଣି କିଏ ଜୀବନ ବଞ୍ଚାଇବା ଲାଗି ଔଷଧ କିଣିବାକୁ ନଗଦ ମୁଦ୍ରା ଖୋଜୁଛନ୍ତି। ଅଗତ୍ୟା ନିଜ ଘରର ମୂଲ୍ୟବାନ ଆସବାବପତ୍ର ଶାଗମାଛ ଦରରେ ବିକି ଦେଉଛନ୍ତି ଆଫଗାନ୍‌ମାନେ। ରାଜଧାନୀ କାବୁଲ ରାଜରାସ୍ତାରେ ଦେଖିବାକୁ ମିଳୁଥିବା ଏହି ବିକଳ ଚିତ୍ର ସାମ୍ପ୍ରତିକ ସ୍ଥିତାବସ୍ଥାକୁ
ବୟାନ କରୁଛି।

ଆଫଗାନିସ୍ତାନ ସରକାରକୁ କ୍ଷମତାଚ୍ୟୁତ କରି ତାଲିବାନ୍‌ ଦେଶ ଦଖଲ କରିବା ପରେ ସେଠାକାର ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି। ବିଶ୍ୱ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ କିଛି ସପ୍ତାହ ତଳେ ଅନ୍ତର୍ଜାତୀୟ ଫଣ୍ଡ୍‌ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଲିବାନ୍‌ର ସବୁ ରାସ୍ତା ବନ୍ଦ କରିଦେଇଛନ୍ତି। ଆଫଗାନ୍‌ ସରକାରୀ କର୍ମଚାରୀଙ୍କ ଦରମା ମିଳିନି। ଅଧିକାଂଶ ବ୍ୟାଙ୍କ ବନ୍ଦ ରହିବା ଏବଂ ଏଟିଏମ୍‌ରୁ ନଗଦ ଉଠାଣ ଉପରେ କଟକଣା ଜାରି ହୋଇଛି। ଏପରି ସ୍ଥିତିରେ ଦୈନିକ କାରବାର ପାଇଁ ଆଫଗାନ୍‌ ମାର୍କେଟରେ ନଗଦ ଅର୍ଥ ଅଭାବ ଦେଖାଦେଇଛି। ଲୋକେ ଖାଦ୍ୟ ପଦାର୍ଥ, ଔଷଧ ଆଦି ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ରାସ୍ତାରେ ନିଜ ଘର ସାମଗ୍ରୀ କମ୍‌ ଦରରେ ବିକ୍ରି କରିଦେଉଥିବା ଦେଖିବାକୁ ମିଳିଛି।
ବିଭିନ୍ନ ସ୍ଥାନରେ ଲୋକେ ନିଜ ରେଫ୍ରିଜରେଟର, ଫ୍ୟାନ୍‌, ଗଦି, ତକିଆ, ଖଟ, କମ୍ବଳ, ରୋଷେଇ ସାମଗ୍ରୀ, ପରଦା, ଚେୟାର, ଟେବୁଲ, ଥାକ ଆଦି ରାସ୍ତାରେ ଗଦା କରି ବିକ୍ରି କରୁଛନ୍ତି। ଘର ଚଳାଇବା ପାଇଁ ଜରୁରୀ ସାମଗ୍ରୀ ସେହି ଅର୍ଥରେ କିଣୁଛନ୍ତି। ଆଫଗାନିସ୍ତାନ ବ୍ୟାଙ୍କଗୁଡ଼ିକ ସପ୍ତାହକୁ ୨୦ ହଜାର ଆଫଗାନିସ୍‌ (ପ୍ରାୟ ୧୭ ହଜାର ଟଙ୍କା)ରୁ ଅଧିକ ଅର୍ଥ ଉଠାଣ ଉପରେ କଟକଣା ଲଗାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଦିନ ତମାମ ଶହ ଶହ ସଂଖ୍ୟାରେ ଲୋକ ଲାଇନରେ ଛିଡ଼ା ହେଉଛନ୍ତି। ତାଲିବାନ୍‌ ଆଫଗାନିସ୍ତାନକୁ ଦଖଲକୁ ନେବା ପୂର୍ବରୁ ମଧ୍ୟ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିଲା। ବିଦେଶୀ ସହାୟତା ଉପରେ ଦେଶ ଅନେକାଂଶରେ ନିର୍ଭରଶୀଳ ଥିଲା। ବିଶ୍ୱ ବ୍ୟାଙ୍କ ଅନୁସାରେ, ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନ ଜିଡିପିର ୪୦ ପ୍ରତିଶତ ବାହାର ଦେଶରୁ ମିଳୁଥିଲା। ଏହାଦ୍ୱାରା ପ୍ରାୟ ୧.୮ କୋଟି ଲୋକ ଉପକୃତ ହେଉଥିଲେ। ହେଲେ ତାଲିବାନ୍‌ ସରକାରକୁ ଅଧିକାଂଶ ଦେଶ ମାନ୍ୟତା ଦେଇ ନ ଥିବାରୁ ବିଦେଶୀ ସହାୟତା ବନ୍ଦ ହୋଇଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଏବଂ ମରୁଡ଼ି ଯୋଗୁ ଆଫଗାନିସ୍ତାନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତାଲିବାନ୍‌ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ଏହି ସଙ୍କଟ ଆହୁରି ଘନେଇଛି। ଏପରି ସ୍ଥିତି ଲାଗି ରହିଲେ ଆସନ୍ତା ବର୍ଷ ସୁଦ୍ଧା ୯୭ ପ୍ରତିଶତ ଆଫଗାନ୍‌ ଗରିବ ହୋଇଯିବେ ବୋଲି ଜାତିସଂଘ ଚେତାଇ ଦେଇଛି।
ଏଭଳି ସଙ୍କଟରୁ ମୁକୁଳିବା ପାଇଁ ଚାଇନା ଓ ରୁଷିଆ ଉପରେ ନିର୍ଭରଶୀଳ ହୋଇଛି ତାଲିବାନ୍‌। ପାଶ୍ଚାତ୍ୟ ସହାୟତା ଅଭାବକୁ ଏହି ଦୁଇ ଦେଶ ପୂରଣ କରିବେ ବୋଲି ତାଲିବାନ୍‌ ସରକାର ଆଶା ରଖିଥିବା ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବେଜିଂ କିମ୍ବା ମସ୍କୋ ତରଫରୁ ଆଫଗାନିସ୍ତାନର ଆର୍ଥିକ ସଙ୍କଟ ଦୂର ପାଇଁ ସେଭଳି କୌଣସି ସହାୟତା ପ୍ରଦାନ କରାଯାଇନାହିଁ।

୬୦୬ ମିଲିୟନ ଡଲାର ମାଗିଲା ଜାତିସଂଘ

ଆଫଗାନିସ୍ତାନବାସୀ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମୂଲ୍ୟବାନ୍‌ ସମ୍ପତ୍ତି କମ୍‌ ଦରରେ ବିକ୍ରି କରିଦେବା ଦ୍ୱାରା ସେଠାରେ ଦାରିଦ୍ର୍ୟ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଚେତାଇ ଦେଇଛି। ୨୦୨୨ ଅଧା ସୁଦ୍ଧା ଦେଶର ୯୭ ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ରହିବେ। ଏଭଳି ସଙ୍କଟରୁ ଆଫଗାନ୍‌ବାସୀଙ୍କୁ ମୁକୁଳାଇବା ପାଇଁ ୬୦୬ ମିଲିୟନ ଡଲାର (ପ୍ରାୟ ୪,୪୬୪ କୋଟି ଟଙ୍କା)ର ସହାୟତା ପ୍ରଦାନ ଲାଗି ସୋମବାର ଜେନେଭାରେ ଆଫଗାନ୍‌ମାନଙ୍କୁ ମାନବିକ ସହାୟତା ପ୍ରଦାନ ସମ୍ପର୍କିତ ଏକ ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ଚଳିତ ବର୍ଷର ବଳକା ଦିନ ପର୍ଯ୍ୟନ୍ତ ୧.୧ କୋଟି ଆଫଗାନ୍‌ଙ୍କୁ ସହାୟତା ମିଳିପାରିବ ବୋଲି ସେ କହିଛନ୍ତି। ଏଥିସହ ଜାତିସଂଘ କେନ୍ଦ୍ରୀୟ ଜରୁରିକାଳୀନ ପାଣ୍ଠିରୁ ୨୦ ମିଲିୟନ ଡଲାର (ପ୍ରାୟ ୧୪୭ କୋଟି ଟଙ୍କା) ସହାୟତା ପ୍ରଦାନ ପାଇଁ ଗୁଟେରସ୍‌ ଘୋଷଣା କରିଛନ୍ତି। ଦେଶରେ ଲାଗି ରହିଥିବା ଅସ୍ଥିରତା, ମାନବିକ ସଙ୍କଟ, ମରୁଡ଼ି ସ୍ଥିତି ଆଫଗାନ୍‌ଙ୍କ ପାଇଁ ଭୟଙ୍କର ଦୁର୍ଦ୍ଦଶାକୁ ଡାକି ଆଣିବ। ତେଣୁ ପାଶ୍ଚାତ୍ୟ ଦେଶ, ଜାତିସଂଘକୁ ସହାୟତା ପ୍ରଦାନ କରୁଥିବା ବଡ଼ ସଂସ୍ଥାଗୁଡ଼ିକ ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାକୁ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri