Posted inରାଜ୍ୟ

ଡାକ୍ତରୀ ପାଠ୍ୟକ୍ରମ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ରାଜ୍ୟରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ପ୍ରକ୍ରିୟା ଚାଲିଛି। ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ଯ୍ୟାୟ ନାମଲେଖା ରବିବାର ଶେଷ ହେଉଛି। ତେବେ ପ୍ରଥମଥର ଲାଗି ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ (ଏସ୍‌ଜେଏମ୍‌ସି) ପାଇଁ ୧୦୦ ସିଟ୍‌ରେ ନାମଲେଖାକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍‌ ପାଇଁ ଆଡ୍‌ମିଶନ କରିଛି। ବଳକା ୧୫ ସିଟ୍‌ରେ ଏନ୍‌ଇଇଟି ମାଧ୍ୟମରେ ଅଲ୍‌ ଇଣ୍ଡିଆ କୋଟାରେ ନାମାଲେଖା ହେବ। ଓଜେଇଇ ପକ୍ଷରୁ ରାଜ୍ୟର ୯ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜର ମୋଟ ୧,୩୧୨ ଏମ୍‌ବିବିଏସ୍‌ ଓ ୧୫୪ ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ହେଉଛି। ଚଳିତବର୍ଷ ହାଇଟେକ୍‌ ମେଡିକାଲ କଲେଜରେ ୫୦ ନୂଆ ସିଟ୍‌ ପାଇଁ ଆଡ୍‌ମିଶନ କରାଯାଉଛି। ରବିବାର ଏଥିପାଇଁ ନାମଲେଖା ହେବ। ଏହାପରେ ୧୪ ତାରିଖରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆସନ୍ତା ୧୫ ଓ ୧୬ ତାରିଖରେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିବେ। ତେବେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପ୍ରକ୍ରିୟାରେ ମାତ୍ର ୮୦୭ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ସେବା ନୁହେଁ, ହେବା ଲାଗି ଦଳ ଛାଡ଼ିଛନ୍ତି: ନିରଞ୍ଜନ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପିସିସି...

ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ

ପଟ୍ଟାଙ୍ଗୀ,୩ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦ ଏଯାଏ ତୁଟିନାହିଁ।...

ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’

ଆଠମଲ୍ଲିକ,୧୯।୭ (ଡି.ଏନ.ଏ.) ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ...

୫ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ଜଣ ଓଡ଼ିଆଙ୍କୁ ଦେଶରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ମିଳିଛି। ସମାଜସେବା କ୍ଷେତ୍ରରେ ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ...

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ...

ବହିର୍ବ୍ୟାପାର ବିଭାଗୀୟ ପରାମର୍ଶ କମିଟିରେ ସସ୍ମିତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ...

ବରଗଡ଼ ଧନୁଯାତ୍ରା କଂସ ଚୟନକୁ ବିରୋଧ : ଏକଜୁଟ୍‌ ହେଲେ କଳାକାର ସଂଘ

ବରଗଡ଼ ଅଫିସ,୧୧।୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧...

ବିଲୁପ୍ତି ପଥେ ତାଳପତ୍ର ଜାତକ

ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି।...

Advertisement
Archives

Model This Week