ଗଣମାଧ୍ୟମ ଗଣତନ୍ତ୍ରର ଜଗୁଆଳି

ବାଲେଶ୍ୱର,୧୮।୮(ମାନସ ବିଶ୍ୱାଳ): ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ହେଉଛି ଗଣମାଧ୍ୟମ ଓ ଯୁବପିଢ଼ି। ‘ଧରିତ୍ରୀ’ ଖବରକାଗଜ ରାଜ୍ୟର ଏକ ଶକ୍ତିଶାଳୀ ସ୍ବର ଭାବେ ପ୍ରତିପାଦିତ ହୋଇଛି। ସଭ୍ୟତା ଆରମ୍ଭରୁ ପୃଥିବୀ ଯେତେ ପ୍ରକାର ଶାସନ ବ୍ୟବସ୍ଥାକୁ ଆପଣାଇଛି, ସେଥିମଧ୍ୟରୁ ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ। ଗଣତନ୍ତ୍ର ସୀମା ଉଲ୍ଲଂଘନ କଲେ ଗଣମାଧ୍ୟମ ସତର୍କଘଣ୍ଟି ବଜାଏ, ଯୁବଶକ୍ତି ପ୍ରତିବାଦର ସ୍ବର ଉତ୍ତୋଳନ କରିଥାନ୍ତି। ସର୍ବୋପରି ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜଗୁଆଳି ସଦୃଶ ବୋଲି ବାଲେଶ୍ୱର କୁନ୍ତଳା କୁମାରୀ ସାବତ ମହିଳା କଲେଜ ସେମିନାର ସମ୍ମିଳନୀ କକ୍ଷରେ ଗୁରୁବାର ‘ଧରିତ୍ରୀ’ର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷା ଡ. ସୁବ୍ରତା ଦେବାଙ୍ଗନା, କବି ଶ୍ରୀଦେବ ଓ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଶିରିଶ ଚନ୍ଦ୍ର ଜେନା କୁନ୍ତଳା କୁମାରୀ ସାବତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଧରିତ୍ରୀ ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ସଞ୍ଜୟ ସ ସ୍ବାଗତ ଭାଷଣ ପ୍ରଦାନ କରି ଧରିତ୍ରୀର ଏହି ବକ୍ତୃତା ଅଭିଯାନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷା ଡ. ଦେବାଙ୍ଗନା ଧରିତ୍ରୀର ଏହି ଅଭିଯାନକୁ ଭୂୟସୀ ପ୍ରଶଂସା କରିଥିଲେ। ବିକଶିତ ରାଷ୍ଟ୍ର ପାଇଁ ଛାତ୍ରୀଛାତ୍ର ତଥା ଯୁବପିଢ଼ିଙ୍କୁ ଚିନ୍ତାଶୀଳ ହେବାକୁ ପଡ଼ିବ। ଶୃଙ୍ଖଳିତ ଯୁବଶକ୍ତି ଏବଂ ଗଣମାଧ୍ୟମର ନିର୍ଭୀକତା ବଳରେ ଗଣତନ୍ତ୍ର ତା’ର ମୌଳିକତା ବଜାୟ ରଖିପାରିବ ବୋଲି ସେ ବକ୍ତବ୍ୟରେ କହିଥିଲେ। ବିଚାରକ ଭାବେ ଯୋଗଦେଇଥିବା କବି ଶ୍ରୀଦେବ ଧରିତ୍ରୀ ଏକ ଭିନ୍ନ ଧରଣର ଖବରକାଗଜ। ଯୁବପିଢ଼ି ବିପୁଳ ଅର୍ଥ ରୋଜଗାର ଆଶାରେ ଘରଦ୍ୱାର, ଦେଶ ଛାଡ଼ି ବିଦେଶକୁ ଯାଇ ଚାକିରି କରୁଛନ୍ତି। ବିଳାସବ୍ୟସନରେ ମଗ୍ନ ରହି ନିଜ ଦେଶର କଥାକୁ, ନିଜ ଦେଶ ପ୍ରତି କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି। ରାଷ୍ଟ୍ରର ସର୍ବଶ୍ରେଷ୍ଠ ଶକ୍ତି ଯୁବଶକ୍ତି। ଯୁବଶକ୍ତି ଶୃଙ୍ଖଳିତ ହୋଇ ଦାୟିତ୍ୱବାନ୍‌ ହେବା ଦରକାର। ଗଣମାଧ୍ୟମ ନ ଥିଲେ ଗଣତନ୍ତ୍ର କଳୁଷିତ ଅବସ୍ଥାରେ ଥାଆନ୍ତା ବୋଲି ସେ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ବିଚାରକ ଜେନା କହିଥିଲେ ଯେ, ପୂର୍ବରୁ ଲୋକସାହିତ୍ୟ ଓ ଲୋକ ଗୀତିକାର ମାଧ୍ୟମରେ ବିଭିନ୍ନ ତଥ୍ୟ ସମଗ୍ର ସମାଜକୁ ପ୍ରେରିତ ହେଉଥିଲା। ତାହା ହଁି ଗଣମାଧ୍ୟମର ମୂଳ ଚେହେରା ଥିଲା। ଗଣତନ୍ତ୍ରକୁ ବିକଶିତ କରିବାର ପ୍ରମୁଖ ଭୂମିକା ଉଭୟ ଗଣମାଧ୍ୟମ ଓ ଯୁବପିଢ଼ିଙ୍କ ବୋଲି ସେ ବକ୍ତବ୍ୟରେ କହିଥିଲେ। ଧରିତ୍ରୀର ବାଲେଶ୍ୱର ଡେସ୍କ ସହ ସମ୍ପାଦିକା ସ୍ମୃତିରେଖା ବେହେରା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।
ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ୧୧ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଲିପ୍‌ସିତା ପାଢ଼ୀ ପ୍ରଥମ ସ୍ଥାନ, ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀ ସମର୍ପିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀ ରାଜଶ୍ରୀ ଦାସ ଓ ଯୁକ୍ତ୩ ଦ୍ୱିତୀୟବର୍ଷ ଛାତ୍ରୀ ତନୁଶ୍ରୀ ମୈକାପ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ଧରିତ୍ରୀ ରୂପ୍‌ସା ପ୍ରତିନିଧି ବାଞ୍ଛାନିଧି ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଧରିତ୍ରୀ ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ରେମୁଣା ବ୍ଲକ ପ୍ରତିନିଧି ରବୀନ୍ଦ୍ର ମହାକୁଡ଼ ଓ ଅଧ୍ୟାପିକା ଝାନ୍‌ସୀ ଜେନା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?