ଗଣମାଧ୍ୟମ ଗଣତନ୍ତ୍ରର ଜଗୁଆଳି

ବାଲେଶ୍ୱର,୧୮।୮(ମାନସ ବିଶ୍ୱାଳ): ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ହେଉଛି ଗଣମାଧ୍ୟମ ଓ ଯୁବପିଢ଼ି। ‘ଧରିତ୍ରୀ’ ଖବରକାଗଜ ରାଜ୍ୟର ଏକ ଶକ୍ତିଶାଳୀ ସ୍ବର ଭାବେ ପ୍ରତିପାଦିତ ହୋଇଛି। ସଭ୍ୟତା ଆରମ୍ଭରୁ ପୃଥିବୀ ଯେତେ ପ୍ରକାର ଶାସନ ବ୍ୟବସ୍ଥାକୁ ଆପଣାଇଛି, ସେଥିମଧ୍ୟରୁ ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ। ଗଣତନ୍ତ୍ର ସୀମା ଉଲ୍ଲଂଘନ କଲେ ଗଣମାଧ୍ୟମ ସତର୍କଘଣ୍ଟି ବଜାଏ, ଯୁବଶକ୍ତି ପ୍ରତିବାଦର ସ୍ବର ଉତ୍ତୋଳନ କରିଥାନ୍ତି। ସର୍ବୋପରି ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜଗୁଆଳି ସଦୃଶ ବୋଲି ବାଲେଶ୍ୱର କୁନ୍ତଳା କୁମାରୀ ସାବତ ମହିଳା କଲେଜ ସେମିନାର ସମ୍ମିଳନୀ କକ୍ଷରେ ଗୁରୁବାର ‘ଧରିତ୍ରୀ’ର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷା ଡ. ସୁବ୍ରତା ଦେବାଙ୍ଗନା, କବି ଶ୍ରୀଦେବ ଓ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଶିରିଶ ଚନ୍ଦ୍ର ଜେନା କୁନ୍ତଳା କୁମାରୀ ସାବତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଧରିତ୍ରୀ ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ସଞ୍ଜୟ ସ ସ୍ବାଗତ ଭାଷଣ ପ୍ରଦାନ କରି ଧରିତ୍ରୀର ଏହି ବକ୍ତୃତା ଅଭିଯାନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷା ଡ. ଦେବାଙ୍ଗନା ଧରିତ୍ରୀର ଏହି ଅଭିଯାନକୁ ଭୂୟସୀ ପ୍ରଶଂସା କରିଥିଲେ। ବିକଶିତ ରାଷ୍ଟ୍ର ପାଇଁ ଛାତ୍ରୀଛାତ୍ର ତଥା ଯୁବପିଢ଼ିଙ୍କୁ ଚିନ୍ତାଶୀଳ ହେବାକୁ ପଡ଼ିବ। ଶୃଙ୍ଖଳିତ ଯୁବଶକ୍ତି ଏବଂ ଗଣମାଧ୍ୟମର ନିର୍ଭୀକତା ବଳରେ ଗଣତନ୍ତ୍ର ତା’ର ମୌଳିକତା ବଜାୟ ରଖିପାରିବ ବୋଲି ସେ ବକ୍ତବ୍ୟରେ କହିଥିଲେ। ବିଚାରକ ଭାବେ ଯୋଗଦେଇଥିବା କବି ଶ୍ରୀଦେବ ଧରିତ୍ରୀ ଏକ ଭିନ୍ନ ଧରଣର ଖବରକାଗଜ। ଯୁବପିଢ଼ି ବିପୁଳ ଅର୍ଥ ରୋଜଗାର ଆଶାରେ ଘରଦ୍ୱାର, ଦେଶ ଛାଡ଼ି ବିଦେଶକୁ ଯାଇ ଚାକିରି କରୁଛନ୍ତି। ବିଳାସବ୍ୟସନରେ ମଗ୍ନ ରହି ନିଜ ଦେଶର କଥାକୁ, ନିଜ ଦେଶ ପ୍ରତି କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି। ରାଷ୍ଟ୍ରର ସର୍ବଶ୍ରେଷ୍ଠ ଶକ୍ତି ଯୁବଶକ୍ତି। ଯୁବଶକ୍ତି ଶୃଙ୍ଖଳିତ ହୋଇ ଦାୟିତ୍ୱବାନ୍‌ ହେବା ଦରକାର। ଗଣମାଧ୍ୟମ ନ ଥିଲେ ଗଣତନ୍ତ୍ର କଳୁଷିତ ଅବସ୍ଥାରେ ଥାଆନ୍ତା ବୋଲି ସେ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ବିଚାରକ ଜେନା କହିଥିଲେ ଯେ, ପୂର୍ବରୁ ଲୋକସାହିତ୍ୟ ଓ ଲୋକ ଗୀତିକାର ମାଧ୍ୟମରେ ବିଭିନ୍ନ ତଥ୍ୟ ସମଗ୍ର ସମାଜକୁ ପ୍ରେରିତ ହେଉଥିଲା। ତାହା ହଁି ଗଣମାଧ୍ୟମର ମୂଳ ଚେହେରା ଥିଲା। ଗଣତନ୍ତ୍ରକୁ ବିକଶିତ କରିବାର ପ୍ରମୁଖ ଭୂମିକା ଉଭୟ ଗଣମାଧ୍ୟମ ଓ ଯୁବପିଢ଼ିଙ୍କ ବୋଲି ସେ ବକ୍ତବ୍ୟରେ କହିଥିଲେ। ଧରିତ୍ରୀର ବାଲେଶ୍ୱର ଡେସ୍କ ସହ ସମ୍ପାଦିକା ସ୍ମୃତିରେଖା ବେହେରା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।
ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ୧୧ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଲିପ୍‌ସିତା ପାଢ଼ୀ ପ୍ରଥମ ସ୍ଥାନ, ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀ ସମର୍ପିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଯୁକ୍ତ୨ ପ୍ରଥମବର୍ଷ ଛାତ୍ରୀ ରାଜଶ୍ରୀ ଦାସ ଓ ଯୁକ୍ତ୩ ଦ୍ୱିତୀୟବର୍ଷ ଛାତ୍ରୀ ତନୁଶ୍ରୀ ମୈକାପ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ଧରିତ୍ରୀ ରୂପ୍‌ସା ପ୍ରତିନିଧି ବାଞ୍ଛାନିଧି ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଧରିତ୍ରୀ ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ରେମୁଣା ବ୍ଲକ ପ୍ରତିନିଧି ରବୀନ୍ଦ୍ର ମହାକୁଡ଼ ଓ ଅଧ୍ୟାପିକା ଝାନ୍‌ସୀ ଜେନା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri