ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.), ୨୪।୫ : ଗଣତନ୍ତ୍ରରେ ଯେପରି ବିରୋଧୀ ନ ଥିଲେ ଶାସନ ବ୍ୟବସ୍ଥା ଭୁଶୁଡି ପଡେ, ସେହିପରି ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ ସାଜିଥାଆନ୍ତି ା ବିଶେଷକରି କହିବାକୁ ଗଲେ ସରକାର ଓ ଲୋକଙ୍କ ମଧ୍ୟରେ ଗଣମାଧ୍ୟମ ସମନ୍ବୟର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଯାଜପୁର ଜିଲା ରଗଡ଼ି ସରକାରୀ ପଲିଟେକ୍‌ନିକ କଲେଜରେ ମଙ୍ଗଳବାର ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବକ୍ତା ଓ ପ୍ରତିଯୋଗୀମାନେ ଏହି ମତବ୍ୟକ୍ତ କରିଛନ୍ତି।
ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଅଧ୍ୟକ୍ଷତା କରି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପୃଷ୍ଟି କହିଥିଲେ, ବୈଷୟିକଭିତ୍ତିକ କଲେଜରେ ସାହିତ୍ୟ ଏବଂ ସାଧାରଣ ଜ୍ଞାନର ବି ଆବଶ୍ୟକତା ରହିଛି। ରାଜନୀତି ଓ ଗଣମାଧ୍ୟମ ସମ୍ପର୍କରେ ଜାଣିବା ସମସ୍ତ ଛାତ୍ରୀଛାତ୍ରଙ୍କ ପ୍ରାଥମିକତା ହେବା ଉଚିତ । ବରିଷ୍ଠ ସାହିତି୍ୟକା ତଥା ଅରେଇକଣା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର ଅତିଥି ଏବଂ ବିଚାରକ ଭାବେ ଯୋଗଦେଇ ଗଣତନ୍ତ୍ରର ନକାରାତ୍ମକ ଓ ସକାରାତ୍ମକ ଦିଗ ଉପରେ ଗଣମାଧ୍ୟମ ସବୁବେଳେ ତା’ର କର୍ତ୍ତବ୍ୟ ତୁଲାଇ ଆସୁଛି ବୋଲି କହିଛନ୍ତି। ଗଣମାଧ୍ୟମ ନ ଥିଲେ ଗଣତନ୍ତ୍ର ଦିଗହରା ହୋଇପଡ଼ନ୍ତା। ଏହାସହ ଯୁବପିଢ଼ି ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ। ଧରିତ୍ରୀର ଡେପୁଟି ନିଉଜ୍‌ ଏଡିଟର ଲାଲା ସୁନୀଲ କୁମାର ରଥ ଯୋଗଦେଇ ଧରିତ୍ରୀର ୫୦ ବର୍ଷର ଅତୀତର କିଛି କାହାଣୀ, ଗଣମାଧ୍ୟମର ଦାୟିତ୍ୱ ଏବଂ କର୍ତ୍ତ୍ୟବବୋଧ ଉପରେ ଆଲୋକପାତ କରିଥିଲେ। ଏହାସହ ସମସ୍ତ ଯୁବପିଢ଼ି ଜଣେ ଜଣେ ଖବରଦାତାଙ୍କ ଭୂମିକା ନେବା ଉଚିତ ବୋଲି ସେ କହିଥିଲେ। ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ଯୋଗଦେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାଠପଢା ସହ ଶୃଙ୍ଖଳା ଏବଂ ଦୃଢ଼ ମନୋବଳ, କଠୋର ପରିଶ୍ରମ ଭଲ ମଣିଷ ହେବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହାସହ ଗଣତନ୍ତ୍ରରେ ଗଣମାଧ୍ୟମ ଏବଂ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଗଣମାଧ୍ୟମ ଏକ ଛୋଟ ବିଷୟବସ୍ତୁ ନୁହେଁ, ଗଣମାଧ୍ୟମକୁ ବୁଝିବାକୁ ହେଲେ ବହୁତ ଗଭୀରକୁ ଯିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଲେଜର ପ୍ରାୟ ୨ଶହ ଛାତ୍ରୀଛାତ୍ର ଉପସ୍ଥିତ ଥିବାବେଳେ ୧୨ ଜଣ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସାହିତି୍ୟକା ମହାପାତ୍ରଙ୍କ ସମେତ କଲେଜର ମେକାନିକାଲ ବିଭାଗ ମୁଖ୍ୟ ଗୀତାଞ୍ଜଳି ସେଠୀ, ଇଂଲିଶ ଅଧ୍ୟାପକ ରୋଜାଲିନ ନାଥ ଏବଂ ମେଟ୍ରୋଲୋଜି ବିଭାଗର ଶୁଭେନ୍ଦୁ ମୁଦୁଲି ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ମେଟାଲୋଜି ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ସୂର୍ଯ୍ୟକାନ୍ତ ଖିଲାର ପ୍ରଥମ, ମାଇନିଂ ବିଭାଗର ୬ଷ୍ଠ ସେମିଷ୍ଟର ଛାତ୍ର ପ୍ରିୟାଂଶୁ ରଞ୍ଜନ ନାଗ ଓ ମେଟାଲୋଜି ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ବିକାଶ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ କଲେଜର କର୍ମଚାରୀ ଓ ଅଧ୍ୟାପିକା, ଅଧ୍ୟାପକମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri