ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା: ୧ମ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ୧ମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୨ଟି ମେଡିକାଲ କଲେଜରେ ଉଭୟ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ରାଜ୍ୟ କୋଟା ସିଟ୍‌ରେ ମୋଟ ୧,୪୬୬ଟି ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧,୪୦୧ ସିଟ୍‌ ଆଲଟମେଣ୍ଟ କରାଯାଇଛି। ସେଥିରୁ ୧,୧୩୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ ୨୧୨(ଏମ୍‌ବିବିଏସ୍‌) ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୫୭ ଜଣ ଆଡମିଶନ କରିଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ୨୧୩ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୦ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୯୫ ଜଣ ଆଡମିଶନ କରିଛନ୍ତି। ବୁର୍ଲାସ୍ଥିତ ଭିମ୍‌ସାରରେ ୧୭୦ ସିଟ୍‌ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୬୬ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା ଏବଂ ୧୫୭ ଜଣ ଆଡମିଶନ କରିଛନ୍ତି। ବାରିପଦା ପିଆର୍‌ଏମ୍‌ଏମ୍‌ସିଏଚ୍‌ରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୭ ଜଣ ଆଡମିଶନ କରିଛନ୍ତି। କୋରାପୁଟର ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ କଲେଜରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୮ ଜଣ ଆଡମିଶନ କରିଛନ୍ତି। ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୨ ଜଣଙ୍କୁ ସିଟ୍‌ ଆଲଟମେଣ୍ଟ କରାଯାଇଥିବା ବେଳେ ସେଥିରୁ ୮୦ ଜଣ ଆଡମିଶନ କରିଛନ୍ତି। ବଲାଙ୍ଗୀର ବିବି ମେଡିକାଲ କଲେଜରେ ୮୫ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୩ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୪ ଜଣ ଆଡମିଶନ କରିଛନ୍ତି। ପୁରୀ ଏସ୍‌ଜେ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୫ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୩ ଜଣ ଆଡମିଶନ କରିଛନ୍ତି। ଭୁବନେଶ୍ୱର ହାଇଟେକ ଏମ୍‌ସିଏଚ୍‌ରେ ୧୫୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୯୯ ଜଣ ଆଡମିଶନ କରିଛନ୍ତି। ରାଉରକେଲା ହାଇଟେକ ଏମ୍‌ସିଏଚ୍‌ରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୪୩ ଜଣ ଆଡମିଶନ କରିଛନ୍ତି। ସେହିପରି ଭୁବନେଶ୍ୱର ହାଇଟେକ(ଡେଣ୍ଟାଲ)ମେଡିକାଲ କଲେଜରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାରେ ୮୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୭ ଜଣ ଆଡମିଶନ କରିଛନ୍ତି। କଟକ ଏସ୍‌ସିବି(ଡେଣ୍ଟାଲ) କଲେଜରେ ୫୪ ସିଟ୍‌ରୁ ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୪୦ ଜଣ ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri