ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା: ୧ମ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ୧ମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୨ଟି ମେଡିକାଲ କଲେଜରେ ଉଭୟ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ରାଜ୍ୟ କୋଟା ସିଟ୍‌ରେ ମୋଟ ୧,୪୬୬ଟି ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧,୪୦୧ ସିଟ୍‌ ଆଲଟମେଣ୍ଟ କରାଯାଇଛି। ସେଥିରୁ ୧,୧୩୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ ୨୧୨(ଏମ୍‌ବିବିଏସ୍‌) ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୫୭ ଜଣ ଆଡମିଶନ କରିଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ୨୧୩ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୦ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୯୫ ଜଣ ଆଡମିଶନ କରିଛନ୍ତି। ବୁର୍ଲାସ୍ଥିତ ଭିମ୍‌ସାରରେ ୧୭୦ ସିଟ୍‌ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୬୬ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା ଏବଂ ୧୫୭ ଜଣ ଆଡମିଶନ କରିଛନ୍ତି। ବାରିପଦା ପିଆର୍‌ଏମ୍‌ଏମ୍‌ସିଏଚ୍‌ରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୭ ଜଣ ଆଡମିଶନ କରିଛନ୍ତି। କୋରାପୁଟର ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ କଲେଜରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୮ ଜଣ ଆଡମିଶନ କରିଛନ୍ତି। ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୨ ଜଣଙ୍କୁ ସିଟ୍‌ ଆଲଟମେଣ୍ଟ କରାଯାଇଥିବା ବେଳେ ସେଥିରୁ ୮୦ ଜଣ ଆଡମିଶନ କରିଛନ୍ତି। ବଲାଙ୍ଗୀର ବିବି ମେଡିକାଲ କଲେଜରେ ୮୫ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୩ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୪ ଜଣ ଆଡମିଶନ କରିଛନ୍ତି। ପୁରୀ ଏସ୍‌ଜେ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୫ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୩ ଜଣ ଆଡମିଶନ କରିଛନ୍ତି। ଭୁବନେଶ୍ୱର ହାଇଟେକ ଏମ୍‌ସିଏଚ୍‌ରେ ୧୫୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୯୯ ଜଣ ଆଡମିଶନ କରିଛନ୍ତି। ରାଉରକେଲା ହାଇଟେକ ଏମ୍‌ସିଏଚ୍‌ରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୪୩ ଜଣ ଆଡମିଶନ କରିଛନ୍ତି। ସେହିପରି ଭୁବନେଶ୍ୱର ହାଇଟେକ(ଡେଣ୍ଟାଲ)ମେଡିକାଲ କଲେଜରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାରେ ୮୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୭ ଜଣ ଆଡମିଶନ କରିଛନ୍ତି। କଟକ ଏସ୍‌ସିବି(ଡେଣ୍ଟାଲ) କଲେଜରେ ୫୪ ସିଟ୍‌ରୁ ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୪୦ ଜଣ ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଜିଲାପାଳ, ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ

କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍‌ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ...

ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର,୫ା୩(ବ୍ୟୁରୋ)/ବାରଙ୍ଗ (ଡି.ଏନ.ଏ.): ଅପରାଧପ୍ରବଣ ହୋଇପଡ଼ିଲାଣି ରାଜଧାନୀ  ଭୁବନେଶ୍ୱର। ଅପରାଧୀମାନେ ଖୁଲମ୍‌ଖୁଲା ଅପରାଧ ଘଟାଇ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଥିବାବେଳେ ବୁଧବାର ମଧ୍ୟାହ୍ନରେ ପୁଣି ଫୁଟିଛି ଗୁଳି।...

ରାଉରକେଲାରେ ପହଞ୍ଚି ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ରାଉରକେଲା ଅଫିସ,୨୧।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ସେ ରାଉରକେଲା ଗସ୍ତରେ ଅଛନ୍ତି। ନିର୍ଦ୍ଧାରିତ...

ପିଜି ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୦ ତାରିଖ ରାତି ୧୧ଟା ୪୫...

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ...

ରାଜ୍ୟ ବଜେଟ: ମିଲେଟ ମିଶନକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ୍‌ ୨ ଲକ୍ଷ ୩୦ହଚାର...

ଯାଜପୁରକୁ ଟପି ଶୀର୍ଷରେ ଗଞ୍ଜାମ: ଦିନକରେ ୪୩ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ୭୧ରେ ପହଞ୍ଚିଲା

ଭୁବନେଶ୍ୱର,୮।୫(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ...

ଜେଲରୁ ବାହାରିଲେ ନାଚିକା ଲିଙ୍ଗା

ଭୁବନେଶ୍ୱର, ୬।୧୧(ବ୍ୟୁରୋ): କୋରାପୁଟ ମଣ୍ଡଳ କାରାଗାରରୁ ଶୁକ୍ରବାର ବାହାରିଲେ ଚାଷୀମୂଲିଆ ସଂଘର ନେତା ନାଚିକା ଲିଙ୍ଗା। ୩ ଦିନ ତଳେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ।...

Advertisement
Archives

Model This Week