Posted inଖେଳ

ମ୍ୟାକ୍ସଓ୍ବେଲ ଅନ୍‌ ଫାୟାର

ଦୁବାଇ,୨୯।୯: ପୁରୁଣା ଫର୍ମକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ଗତ ମ୍ୟାଚ୍‌ ଭଳି ଏଥର ମଧ୍ୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୧୭ ବଲ ପୂର୍ବରୁ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ବିଜୟ ସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସ୍ଥାନ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ପରାଜୟ ସହ ପ୍ଲେ-ଅପ୍‌ ଦୌଡ଼ରୁ ଦ୍ୱିତୀୟ ଦଳ ଭାବେ ବାଦ୍‌ ପଡ଼ିଛି ରାଜସ୍ଥାନ।

ଟସ୍‌ ଜିତି କୋହଲି ପ୍ରତିପକ୍ଷ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ରାଜସ୍ଥାନକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଇଭିନ ଲୁଇସ ୫୮ (୫ ଚୌକା ଓ ୩ ଛକା) ଓ ଜଶସ୍ବୀ ଜୈଶ୍ୱାଲ ୩୧ (୩ ଚୌକା ଓ ୨ ଛକା)। ଦଳ ୧୧ ଓଭର ସୁଦ୍ଧା ୧ ଉଇକେଟ ହରାଇ ୧୦୦ ରନ୍‌ କରିଥିଲା। ଲାଗୁଥିଲା ସଞ୍ଜୁ ସାମସନଙ୍କ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ କୋହଲିଙ୍କ ଚତୁରତାପୂର୍ଣ୍ଣ କ୍ୟାପଟେନଶିପ୍‌ କାରଣରୁ ରାଜସ୍ଥାନ ଅଟକି ଯାଇଥିଲା ୧୪୯/୯ ରନ୍‌ରେ। ଆରସିବି ପକ୍ଷରୁ ହର୍ଶଲ ପଟେଲ ୩ ଉଇକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ଶାହାବାଜ ଅହମ୍ମଦ ୨ ଲେଖାଏ ଉଇକେଟ ହାତେଇଥିଲେ।

ଜବାବରେ ଆରସିବିକୁ ୪୮ ରନ୍‌ର ଆରମ୍ଭ ଦେଇଥିଲେ କୋହଲି(୨୫) ଓ ଦେବଦତ୍ତ ପାଡିକଲ (୨୨)। କ୍ରମାଗତ ବ୍ୟବଧାନରେ ଦୁହେଁ ଆଉଟ୍‌ ହେବା ପରେ ଶ୍ରୀକର ଭରତ (୪୪) ଓ ମ୍ୟାକ୍ସେଓ୍ବେଲ (୫୦* ରନ୍‌, ୬ ଚୌକା ଓ ୧ ଛକା) ୩ୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୭୯ ରନ୍‌ ଯୋଡ଼ି ବିଜୟ ସୁନିଶ୍ଚିତ କରି ଦେଇଥିଲେ। ଶେଷକୁ ଏବି ଡି’ଭିଲୟର୍ସ ଚୌକା ଲଗାଇ ଦଳକୁ ଦେଇଥିଲେ ବିଜୟ ଭେଟି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ...

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ।...

ସୌରଭଙ୍କ ଉପରେ ରାଗିଥିଲେ ସଚିନ

ମୁମ୍ବାଇ, ୨୮।୪- ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ...

ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ...

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ...

ଶାମିଙ୍କୁ ଆଶ୍ୱସ୍ତି:ଏବେ ଗିରଫ ହେବେନି

କୋଲକାତା,୧୦।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶାମିଙ୍କ ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଦାୟର...

ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ...

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ...

Advertisement
Archives

Model This Week