Posted inଜାତୀୟ

ମେଣ୍ଟ ସମ୍ପର୍କିତ ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ: ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡଇଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଆଇଏଡିଏମ୍‌କେ ଦାୟୀ କରିଛି। ଭାଜପା କର୍ମୀମାନେ ମେଣ୍ଟ ସପକ୍ଷରେ ଥିବାବେଳେ ସଭାପତି ଆନ୍ନାମଲାଇ ଏହା ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

ଏଆଇଏଡିଏମ୍‌କେ ଦୀର୍ଘଦିନ ଧରି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶବିଶେଷ ରହିଥିଲା। ଗତ ଜୁଲାଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍‌ଡିଏ ବୈଠକରେ ଦଳ ଯୋଗ ଦେଇଥିଲା। ତେବେ ଆନ୍ନାମଲାଇ ମେଣ୍ଟ ଚାହୁଁ ନାହାନ୍ତି। ସେ ସବୁବେଳେ ଏଆଇଏଡଇଏମ୍‌କେ ନେତାମାନଙ୍କୁ ସମାଲୋଚନା କରୁଛନ୍ତି। ସେ ଭାଜପା ରାଜ୍ୟ ସଭାପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି ବରିଷ୍ଠ ଏଆଇଏଡିଏମ୍‌କେ ନେତା ଡି. ଜୟକୁମାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !

ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ଲୋକଙ୍କୁ ଶସ୍ତା...

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାକର୍ମୀ। ନଗରୋଟା ଜାତୀୟ ରାଜପଥ ବନ୍‌ ଟୋଲ ପ୍ଲାଜାଠାରେ ସୁରକ୍ଷାକର୍ମୀଙ୍କ...

ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ

ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା...

୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ...

ଓବିସି ସଂରକ୍ଷଣ ପରେ ହେବ ପୌର ପରିଷଦ ନିର୍ବାଚନ, ଆବଶ୍ୟକ ପଡ଼ିଲେ ସୁପ୍ରିମ୍‌କୋର୍ଟ ଯିବୁ : ଯୋଗୀ ଆଦିତ୍ୟନାଥ…

ଲକ୍ଷ୍ନୌ,୨୭।୧୨ : ପୌର ପରିଷଦ ନିର୍ବାଚନରେ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ରାହୁଲ ନିଜ ଦଳ ପାଇଁ ମୁଣ୍ଡ ଖେଳାନ୍ତୁ: ମାୟାବତୀ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ବିଏସ୍‌ପି ସହ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ମାୟାବତୀ ତାହାକୁ ଏଡ଼ାଇ ଯାଇଥିଲେ ବୋଲି ରାହୁଲ...

ୟୁପିର ସବୁ ଆସନରେ ଭାଜପା ହାରିବ: ଅଖିଳେଶ

ଲକ୍ଷ୍ନୌ,୨୩।୧ : ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସମସ୍ତ ୮୦ ଆସନରେ ଭାଜପା ନିଶ୍ଚୟ ପରାଜୟର ସ୍ବାଦ ଚାଖିବ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ...

ସୁପ୍ରିମ୍‌କୋର୍ଟଙ୍କ ବଡ଼ ଫଇସଲା, ପିଏମ୍‌ଏଲଏ ଅନ୍ତର୍ଗତ ଇଡିଙ୍କର ସମସ୍ତ କ୍ଷମତାକୁ ସମର୍ଥନ…

ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ)ର କେତେକ ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା...

Advertisement
Archives

Model This Week