ବିଜ୍ଞାନ ପଢ଼ିବାକୁ ମାଟ୍ରିକ୍‌ ଟପ୍ପର ଆଗ୍ରହୀ

ବରଗଡ଼ ଅଫିସ୍‌,୧୯।୫(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ଛାତ୍ରୀଛାତ୍ର ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‌ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ବରଗଡ଼ ଜିଲାରେ ୯୭.୨୨ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏହି ଜିଲା ରାଜ୍ୟର ପଞ୍ଚମ ସ୍ଥାନରେ ରହିଛି । ଜିଲାର ୧୦୫ ଜଣ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଗ୍ରେଡ୍‌ ଏ-୨ରେ ୮୦୧, ବି-୧ରେ ୨୬୯୯, ବି-୨ରେ ୪୪୧୩, ଗ୍ରେଡ୍‌-ସିରେ ୪୨୭୫, ଗ୍ରେଡ୍‌-ଡିରେ ୩୦୭୩, ଗ୍ରେଡ୍‌-ଇରେ ୧୭୧୮ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ୍‌ ଜିଲାର ସମୁଦାୟ ୧୭ହଜାର ୫୭୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ହଜାର ୮୪ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଜିଲାର ସର୍ବାଧିକ ମାର୍କ ରଖିଥିବା ତାଲିକାରେ ଥିବା ୪ଜଣ ଛାତ୍ରୀଛାତ୍ର ୯୭ ତଥା ୯୭ରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖିଛନ୍ତି। ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରିୟଦର୍ଶିନୀ ବେହେରା ୯୭.୬୭ ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଥବବା ଜଣାପଡିଛି। ସେହିପରି ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲିସା ପ୍ରଧାନ, ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତିଲକ ହୋତା, ପ୍ରୀତିଶ ଚନ୍ଦ୍ର ସାହୁ ୯୭ ପ୍ରତିଶତ ଲେଖାଏଁ ମାର୍କ ରଖିଛନ୍ତି।
ଢେଙ୍କାନାଳ ଝିଅ ବରଗଡ଼ ଜିଲା ଟପ୍ପର
ଢେଙ୍କାନାଳ ଜିଲାର ମୂଳବାସିନ୍ଦା ପ୍ରସନ୍ନ ବେହେରା ଏବଂ ମୋନାଲିସାଙ୍କ ଝିଅ ପ୍ରିୟଦର୍ଶିନୀ ବେହେରା। ପ୍ରସନ୍ନ ବରଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ଭାବେ କାର୍ଯ୍ୟ କରୁଥିବାରୁ ପ୍ରିୟଦର୍ଶିନୀ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ୁଥିଲେ। ସେ ସମୁଦାୟ ୬୦୦ ମାର୍କରୁ ୫୮୬ ମାର୍କ ପାଇଛନ୍ତି । ତେବେ ଇଂରାଜୀ, ଗଣିତ, ବିଜ୍ଞାନ ବିଷୟରେ ଆଉ କିଛି ଅଧିକ ମାର୍କ ମିଳିବ ବୋଲି ସେ ଆଶା କରିଥିଲେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରିୟଦର୍ଶିନୀ କହିଛନ୍ତି।
ଟପ୍ପର ତାଲିକାରେ ଚାଷୀଙ୍କ ଝିଅ
ବରଗଡ଼ ବ୍ଲକ ହଳଦୀପାଲି ଗ୍ରାମର ଚାଷୀ ମନୋଜ ପ୍ରଧାନ ଏବଂ ବୈଦେହୀଙ୍କ ଝିଅ ଲିସା। ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଲିସା ଦିନକୁ ସେ ୭ରୁ ୮ଘଣ୍ଟା ପାଠପଢ଼ାରେ ବିନିଯୋଗ କରୁଥିଲେ। ସେ ତାଙ୍କ ସଫଳତାର ଶ୍ରେୟ ମା’ ବାପା, ସ୍କୁଲର ଗୁରୁମା, ଗୁରୁଜୀଙ୍କୁ ଦେଇଛନ୍ତି। ସେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇବେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବେ ବୋଲି ଲିସା କହିଛନ୍ତି ।
ଇଞ୍ଜିନିୟର ହେବା ପ୍ରୀତିଶଙ୍କ ଲକ୍ଷ୍ୟ
ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରୀତିଶ ଚନ୍ଦ୍ର ସାହୁ ୫୮୨ ମାର୍କ ପାଇଛନ୍ତି। ଇଂରାଜୀରେ ଆଉ କିଛି ଅଧିକ ମାର୍କ ମିଳିବ ବୋଲି ତାଙ୍କ ଆଶା ଥିଲା। ପରୀକ୍ଷା ପୂର୍ବରୁ ସେ ଦିନକୁ ୪ରୁ ୫ଘଣ୍ଟା ପଢ଼ୁଥିଲେ। ପ୍ରୀତିଶଙ୍କ ବାପା ଅକ୍ରୂରମଣି ରେମଣ୍ଡା ହାଇସ୍କୁଲ ଏବଂ ମା’ ମଧୁମିତା ବାଗବାଡ଼ି ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି। ସେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇବେ ଏବଂ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରୀତିଶ କହିଛନ୍ତି।
ଟିଉଶନ ନ ହୋଇ ଟପ୍ପର
ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ତିଲକ ହୋତା ଟପ୍ପର ତାଲିକାରେ ରହିଛନ୍ତି। ବାପା ନିରଞ୍ଜନ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ମା’ ମମତାମୟୀ ଗୃହିଣୀ ଅଟନ୍ତି। ନିରଞ୍ଜନ ଯେଉଁ ସ୍କୁଲର ପ୍ରଧାନ ଆଚାର୍ଯ୍ୟ, ସେହି ସ୍କୁଲରେ ପାଠପଢ଼ି ଟପ୍ପର ତାଲିକାରେ ରହିଥିବା ଯୋଗୁ ତିଲକ ଖୁସିବ୍ୟକ୍ତ କରିଛନ୍ତି। କେବେ ସେ ଟିଉଶନ ଯାଇନାହାନ୍ତି। ପରୀକ୍ଷା ପୂର୍ବରୁ ସେ ୧୫ରୁ ୧୬ଘଣ୍ଟା ପରିଶ୍ରମ କରୁଥିଲେ। ଆଗକୁ ବିଜ୍ଞାନ ପଢ଼ି ଜଣେ ଡାକ୍ତର ହେବା ତାଙ୍କ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri