ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ ପଞ୍ଜୀକରଣ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ତେବେ ଛାତ୍ରୀଛାତ୍ରମାନଙ୍କର ନାମ ପଞ୍ଜୀକରଣ ପାଇଁ ବ୍ୟାଙ୍କ ପାସ୍‌ବୁକ ଏବଂ ଆଧାର କାର୍ଡ ଜରୁରୀ। ବର୍ତ୍ତମାନ ସୁଭଦ୍ରା ଯୋଜନା ଏବଂ ରାଶନ କାର୍ଡରେ ଆଧାର ସଂଯୋଗ ପାଇଁ ଗ୍ରାହକ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରଗୁଡିକରେ ଲମ୍ବା ଲାଇନ ଲାଗୁଛି। ଆଧାର କାର୍ଡ ପାଇଁ ପଞ୍ଜୀକରଣ କିମ୍ବା ତ୍ରୁଟି ସଂଶୋଧନ ପାଇଁ ଆବେଦନ କଲେ ୧୫ ଦିନରୁ ୧ ମାସ ପର୍ଯ୍ୟନ୍ତ ସମୟ ଲାଗିଯାଉଛି। ସବୁ ଛାତ୍ରୀଛାତ୍ରଙ୍କର ଅଭିଭାବକମାନେ ଏନେଇ ସଚେତନ ନ ଥିବା ବେଳେ ସ୍କୁଲରେ ପଞ୍ଜୀକରଣ ସମୟରେ ହିଁ ଆଧାର କାର୍ଡରେ ରହିଥିବା ତ୍ରୁଟି ବିଷୟରେ ଅବଗତ ହୋଇ ବହୁ ଅଭିଭାବକ ସଂଶୋଧନ ପାଇଁ ଆବେଦନ କରିଥାନ୍ତି। ପୂର୍ବ ବର୍ଷଗୁଡ଼ିକରେ ମାଟ୍ରିକ ପଞ୍ଜୀକରଣ ସମୟ ବୃଦ୍ଧି ହୋଇଆସୁଥିବା ବେଳେ ଚଳିତବର୍ଷ ପଞ୍ଜୀକରଣ ସମୟ ବୃଦ୍ଧି କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରାଯାଇନାହିଁ। ଯାହାଦ୍ୱାରା ବହୁ ଛାତ୍ରୀଛାତ୍ର ତ୍ରୁଟି ଥିବା ଆଧାର କାର୍ଡରେ ହିଁ ପଞ୍ଜୀକରଣ କରିବାକୁ ବାଧ୍ୟ ହେବେ ନଚେତ ପଞ୍ଜୀକରଣରୁ ବାଦ୍‌ପଡିବେ।

ଅନ୍ୟପକ୍ଷରେ ସୁଭଦ୍ରା ଯୋଜନା ଆବେଦନ ଆରମ୍ଭ ହେବା ପରଠାରୁ ନୂତନ ଆଧାର କାର୍ଡ ଆବେଦନ କରିବାକୁ ବହୁ ଜନସେବା କେନ୍ଦ୍ର ମନା କରୁଛନ୍ତି। ଯାହାଦ୍ୱାରା ବହୁ ନବମ ଶ୍ରେଣୀ ଛାତ୍ରୀଛାତ୍ର ଆଧାର କାର୍ଡ ମଧ୍ୟ ଆବେଦନ କରି ପାରିନାହାନ୍ତି, କିମ୍ବା ଆବେଦନ କରିଥିବା ସତ୍ତ୍ବେ ନମ୍ବର ମିଳି ନ ଥିବାରୁ ସେମାନେ ମଧ୍ୟ ପଞ୍ଜୀକରଣରୁ ବାଦ୍‌ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସମସ୍ୟା ନେଇ ସମ୍ବଲପୁର ଜିଲାପାଳଙ୍କୁ ଜଣାଇବା ପରେ ସେ ନବମ ଶ୍ରେଣୀ ଛାତ୍ରଙ୍କ ଆଧାର କାର୍ଡ ଶୀଘ୍ର ଉପଲବ୍ଧ କରାଇବାକୁ ଆଧାର(ୟୁଆଇଡିଏଆଇ) ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏନେଇ ରାଜ୍ୟ ଶିକ୍ଷା ବିଭାଗକୁ ବହୁ ଅଭିଭାବକ ମାଟ୍ରିକ ପଞ୍ଜୀକରଣ ସମୟ ବୃଦ୍ଧି କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ଓଷ୍ଟା ପକ୍ଷରୁ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ଚିଠି ଲେଖି ସମସ୍ୟା ବିଷୟରେ ଅବଗତ କରିଛନ୍ତି। ଏଥିରେ ଦିଆଯାଇଥିବା ସମୟ କମ୍‌ ରହିଥିବାରୁ ଛାତ୍ରୀଛାତ୍ରଙ୍କ ନିର୍ଭୁଲ ପଞ୍ଜୀକରଣରେ ସମସ୍ୟା ଉପୁଜୁଥିବା ନେଇ ସେ ଅବଗତ କରିଛନ୍ତି। ବ୍ୟାଙ୍କଗୁଡ଼ିକରେ ବିନା ଆଧାର କାର୍ଡରେ ଆକାଉଣ୍ଟ ଖୋଲାଯାଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ପ୍ରଥମେ ଆଧାର କାର୍ଡ ଏବଂ ତା’ ପରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ପୂର୍ବ ବର୍ଷଗୁଡ଼ିକ ଭଳି ପଞ୍ଜୀକରଣ ସମୟ ଅବଧି ବୃଦ୍ଧି କରିବାକୁ ଦାସ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri