Posted inଖେଳ

ଅଭ୍ୟାସ ମ୍ୟାଚ୍‌ରେ ମ୍ୟାଚ୍‌ ଦିନର ଭ୍ରମ

ନୂଆଦିଲ୍ଲୀ,୧୨।୬: ବାରବାଟୀ ଷ୍ଟାଡ଼ିୟମରେ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଅଭ୍ୟାସ କରିଥିଲେ। ଅଭ୍ୟାସ ଦେଖିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ୬ ଓ ୭ ନଂ ଗ୍ୟାଲେରୀରେ ଦର୍ଶକଙ୍କୁ ସୁଯୋଗ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବାକୁ ଆସିଥିଲା। ଏଥିରେ ଦୁଇ ଗ୍ୟାଲେରୀରେ ପାଖାପାଖି ୫,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା। ପରେ ଅପରାହ୍ନ ୫ଟାରେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲା। ଭାରତୀୟ ଦଳର ଅଭ୍ୟାସ ଦେଖିବା ଲାଗି ଷ୍ଟାଡ଼ିୟମରେ ପାଖାପାଖି ୧୫ ହଜାରରୁ ଉଦ୍ଧର୍‌ବ ଦର୍ଶକଙ୍କ ଉପସ୍ଥିତି ରହିଥିଲେ। ଉଭୟ ଗ୍ୟାଲେରୀରେ ଦର୍ଶକ ଭାରତୀୟ ଖେଳାଳି ଅଭ୍ୟାସ କରିବା ସମୟରେ ତାଳି ଓ ସ୍ଲୋଗାନ ଦେଇ ଉତ୍ସାହିତ କରିଥିଲେ। ଫଳରେ ଅଭ୍ୟାସ ମ୍ୟାଚ୍‌ରେ ବି ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା। ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ବିସିସିଆଇ ପ୍ରଶଂସା କରିଛି। ବିସିସିଆଇ ଟୁଇଟ୍‌ କରି ଅଭ୍ୟାସ ମ୍ୟାଚର କିଛି ଫଟୋ ଶେୟାର କରି କ୍ରିକେଟପ୍ରେମୀଙ୍କ ଏଭଳି ଉତ୍ସାହ ପ୍ରଶଂସନୀୟ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ...

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ...

ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ

ଆଣ୍ଟିଗୁଆ,୧୯।୬: ସ୍ଥାନୀୟ ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ଜିତି ନେଇଛି। ପ୍ରଥମ ଇନଂସରେ ବାଂଲାଦେଶ...

ମୁମ୍ବାଇ ଇଣ୍ଡିଆନ୍ସରେ ପୁଅ ସାମିଲ ହେବା ପରେ ସଚିନଙ୍କ ଝିଅ କହିଲେ ଏମିତି

ନୂଆଦିଲ୍ଲୀ,୧୯।୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିୟର ଆହୁରି ମଜଭୁତ ହୋଇଛି। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ନିଜ ଦଳରେ...

ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍‌

ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍‌ ବୋଲି...

୧ ନିୟୁତ ଡଲାର ଦାନ କଲେ ଫେଡରର

ଜେନେଭା,୨୬ା୩ (ଏଏଫ୍‌ପି)-ସୁଇଜରଲାଣ୍ଡରେ କରୋନା ଭାଇରସ୍‌ ଜନିତ ସଂକଟ ଦେଖା ଦେଇଥିବାବେଳେ ଷ୍ଟାର ଟେନିସ୍‌ ଖେଳାଳି ରୋଜର ଫେଡରର ସହାୟତାର ହାତ ବଢାଇଛନ୍ତି। କୋଭିଡ୍‌-୧୯ର ମୁକାବିଲା ପାଇଁ...

ବିଗ୍‌ ସର୍ଭର

ଦ୍ରୁତଗତିରେ ବଲ୍‌ ସର୍ଭ କରି ଏସେସ୍‌ ହାସଲ କରିବାରେ ସମ୍ପ୍ରତି ଆମେରିକା ଟେନିସ୍‌ ତାରକା ଜନ୍‌ ରବର୍ଟ ଇଜନର୍‌ ରେକର୍ଡର ଅଧିକାରୀ ଅଛନ୍ତି। ଏହି ସଫଳତା...

ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର

ସିଡ୍‌ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ...

Advertisement
Archives

Model This Week