ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ, ବାଇଡେନ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୨।୬ : ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ବହୁ ଗୁଳିକାଣ୍ହ ଘଟିଛି। ଏହାକୁ ନେଇ ଆମେରିକାର ନାଗରିକମାନେ ବନ୍ଧୁକ ସଂସ୍କୃତି ବିରୋଧରେ ଏକଜୁଟ ହୋଇଛନ୍ତି। ଶନିବାର ୱାଶିଂଟନ ଡିସିରେ ଥିବା ନ୍ୟାଶନାଲ ମେମୋରିଆଲ ସହିତ ଦେଶର ୩୦୦ଟି ସହରରେ ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ କରାଯାଇଛି। ଏସବୁ ସ୍ଥାନାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।

ୟୁରୋପର ଅନେକ ସ୍ଥାନରେ ମଧ୍ୟ ପ୍ରଦର୍ଶନ କରାଯାଇଛି। ଗୁଳିକାଣ୍ଡରୁ ରକ୍ଷା ପାଇଥିବା ବ୍ୟକ୍ତି, ଶିକ୍ଷକ, ପ୍ରତିନିଧୀ, ନାଗରିକ ଅଧିକାର ଆଇନଜୀବୀ ତଥା ନିର୍ବାଚିତ ଅଧିକାରୀମାନେ ୱାଶିଂଟନ ଡିସିରେ ଥିବା ନ୍ୟାଶନାଲ ମେମୋରିଆଲଠାରେ ପ୍ରଦର୍ଶନ କରିଥିଲେ।

ବନ୍ଧୁକ ସଂସ୍କୃତି ଉପରେ ନିଷେଧାଦେଶ ନେଇ ଦୀର୍ଘ ଦିନ ଧରି ସିନେଟରେ ବିତର୍କ ହୋଇଆସୁଥିଲା, କିନ୍ତୁ ରିପବ୍ଲିକାନ ସଦସ୍ୟଙ୍କ ଦ୍ୱାରା ଆଇନ ପ୍ରଣୟନ କରିବାକୁ ଚେଷ୍ଟା ବିଫଳ ହୋଇଛି। ଗୁଳିକାଣ୍ଡ ଘଟଣା ପାଇଁ ବନ୍ଧୁକ ସଂସ୍କୃତି ନୁହେଁ ବରଂ ଅନ୍ୟାନ୍ୟ ସାମାଜିକ କାରଣ, ମାନସିକ ସମସ୍ୟା, ବିଦ୍ୟାଳୟରେ ସୁରକ୍ଷା ଅଭାବ ବୋଲି ମତପ୍ରକାଶ ପାଇଛି। ତେବେ ସିନେଟ କହିଛି ଯେ ଅସ୍ତ୍ରଶସ୍ତ୍ର କ୍ରୟ ଘଟଣାର ତଦନ୍ତ ଏହା ପଛରେ ଅଛି।

ଏହା ପୂର୍ବରୁ ଏଭଳି ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ସେତେବେଳେ ୧୯ ବର୍ଷ ବୟସ୍କ ବନ୍ଧୁକଧାରୀ ପାର୍କଲ୍ୟାଣ୍ଡର ଡଗଲାସ ହାଇସ୍କୁଲରେ ଗୁଳି ଚଳାଇଥିଲେ। ଏଥିରେ ୧୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ। ଗତ ମାସରେ, ବଫାଲୋ ଦୋକାନ ବଜାରରେ ୧୦ ଜଣ କୃଷ୍ଣକାୟଙ୍କ ହତ୍ୟା ଏବଂ ଟେକ୍ସାସର ୟୁଭାଲଡେ ସ୍ଥିତ ରୋବ ପ୍ରାଥମିକ ବିଦ୍ୟାଳୟରେ ୧୯ ଜଣ ଛାତ୍ରୀଛାତ୍ର ଏବଂ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା।

ଆମେରିକାର ରାଷ୍ଟ୍ରପତି ନ୍ୟୁ ମେକ୍ସିକୋ ଯାଇ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ ବିଷୟରେ ଲୋକଙ୍କୁ ଜଣାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ପ୍ରଶଂସା ବଦଳରେ ତାଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା। ଫେଡେରାଲ ଅଧିକାରୀମାନେ କିପରି ଜିନିଷଗୁଡିକ ହାତରୁ ବାହାରକୁ ଯିବାକୁ ଦିଅନ୍ତି ସେଥିପାଇଁ ନାଗରିକମାନେ କ୍ରୋଧିତ ହୋଇଥିଲେ। ଏହା ସହିତ ଦେଶରେ ବନ୍ଧୁ ସଂସ୍କୃତି ବିରୋଧେରେ ବୃଦ୍‌ଦି ପାଉଥିବା ପ୍ରଦଶର୍ଷନ ନେଇ ବାଇଡେନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri