ପାଣି ପାଇଁ ଗଣଧାରଣା

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ନିକଟରେ ପ୍ରତିଷ୍ଠିତ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏହାର ସମାଧାନ ହେଉ ନ ଥିବାରୁ ଗ୍ରାମବାସୀ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଗଣଧାରଣା ଦେଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ବାଲିମୀ ଥାନା ଅଧିକାରୀ ବ୍ରହ୍ମାନନ୍ଦ ପାତ୍ର, ରାସୋଳ ଥାନାଧିକାରୀ ବିଜୟ କୁମାର ହାଇବ୍ରୁ ଧାରଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ସମସ୍ୟାର ତ୍ୱରିତ ସମାଧାନ ନେଇ ଗାଲପଡ଼ା ସରପଞ୍ଚ ନର୍ମଦା ସେଠୀ, ସମିତି ସଭ୍ୟ ଦେବରାଜ ଦଳେଇ, ଅନ୍ତର୍ଯ୍ୟାମୀ ସାହୁ, ନବକିଶୋର ବାରିକ, ବିଜୟ ପାଣିଗ୍ରାହୀ, ବିଜୟ କୁମାର ଜେନା, ନାଏବ ସରପଞ୍ଚ ଲିକୁନ ସାହୁ ପ୍ରମୁଖ ପୋଲିସ ଉପସ୍ଥିତିରେ କମ୍ପାନୀର ମାନବସମ୍ବଳ ସହ ମହାପ୍ରବନ୍ଧକ ଅଜୟ କୁମାର ଦାସ, ଉପ ସହମହାପ୍ରବନ୍ଧକ ସଞ୍ଜୀବ ଶ୍ରୀବାସ୍ତକଙ୍କ ସହ ଆଲୋଚନା କରିଥିଲେ। ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri