କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ଜନଶୁଣାଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲେ ହେଁ, ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପ୍ରଶମିତ ହେବାର ନାଁ ନେଉନାହିଁ। “ଜାନ ଯାଉ ପଛେ ଜୀବନ ଯାଉ, କୁଟ୍ରୁମାଳି ବଞ୍ଚିଥାଉ” ନାରାରେ ଏବେ ଗାଁକୁ ଗାଁ କମ୍ପୁଛି।

ଆଦାନୀ କମ୍ପାନୀକୁ ଆବଣ୍ଟିତ ଏହି ଖଣି ପ୍ରକଳ୍ପକୁ ବିରୋଧ କରି “ମା-ମାଟି-ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ଗତ ୩ ତାରିଖଠାରୁ ଏକ ବିଶାଳ ପଦଯାତ୍ରା ଓ ସଚେତନତା ଅଭିଯାନ ଜାରି ରହିଛି। ଥୁଆମୂଳ ରାମପୁର ଓ କାଶୀପୁର ବ୍ଲକର କୁଟ୍ରୁମାଳି, ଲେଲିଙ୍ଗପଦର, ରାଖିଗୁଡ଼ା ଓ ଭିକାପଙ୍ଗା ଭଳି ପ୍ରଭାବିତ ଗ୍ରାମଗୁଡ଼ିକରେ ଲୋକମାନେ ନିଜର ପ୍ରାକୃତିକ ସମ୍ପଦ ରକ୍ଷା ପାଇଁ ଏକଜୁଟ ହେଉଛନ୍ତି। ଆନ୍ଦୋଳନକାରୀଙ୍କ ମତରେ, ଖଣି ଖନନ ହେଲେ ଜଳସ୍ରୋତ ଶୁଖିଯିବ, ନିର୍ମଳ ବାୟୁ ଦୂଷିତ ହେବ ଏବଂ ଜୀବିକାର ଆଧାର ପାହାଡ଼ ନଷ୍ଟ ହୋଇଯିବ।

ଜନଶୁଣାଣି ପାଇଁ ସ୍ଥିର କରାଯାଇଥିବା ସ୍ଥାନକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ପ୍ରଭାବିତ ଗ୍ରାମଗୁଡ଼ିକଠାରୁ ପ୍ରାୟ ୫୦ରୁ ୮୦ କିଲୋମିଟର ଦୂର ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟଠାରେ ଆସନ୍ତା ମେ ୧୨ ଓ ୧୩ ତାରିଖରେ ଶୁଣାଣି କରିବାକୁ ପ୍ରଶାସନ ଯେଉଁ ଯୋଜନା କରିଥିଲା, ତାକୁ ଲୋକେ ତୀବ୍ର ବିରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନୀର ଭଡ଼ାଟିଆ ଲୋକଙ୍କୁ ନେଇ ପୋଲିସ ଘେରାଉ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଚକ୍ରାନ୍ତ କରାଯାଇଛି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନ।

ନିକଟସ୍ଥ ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ପୋଲିସ ଦମନଲୀଳା ଜାରି ରହିଥିବା ଏବଂ ବହୁ ନିରୀହ ଲୋକ ମିଥ୍ୟା ମକଦ୍ଦମାରେ ଜେଲରେ ଥିବା ବେଳେ ଏହି ଶୁଣାଣି ଆୟୋଜନ କରିବା ସ୍ଥାନୀୟ ଲୋକଙ୍କ ପାଇଁ “କଟା ଘାରେ ଚୂନ” ଦେବା ସଦୃଶ ହୋଇଛି। ଏହାକୁ ବାତିଲ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କ ନିକଟରେ ତିନୋଟି ପିଟିସନ୍ ଦାଖଲ କରାଯାଇଥିଲା।

ଜନଶୁଣାଣି ସ୍ଥଗିତ ହେବା ପରେ ମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହା କେବଳ ସାମୟିକ ସ୍ଥଗିତ ଆଦେଶ, ବାତିଲ ନୁହେଁ। କମ୍ପାନୀକୁ ଦିଆଯାଇଥିବା ଖଣି ଲିଜ୍ ଏବେ ବି ବଳବତ୍ତର ରହିଛି। ତେଣୁ ଏହି ସାମୟିକ ସଫଳତାରେ ଅତ୍ୟଧିକ ଉତ୍ସାହିତ ନ ହୋଇ ବେଦାନ୍ତ ଓ ଆଦାନୀ କମ୍ପାନୀର ଲିଜ୍ ସମ୍ପୂର୍ଣ୍ଣ ବାତିଲ ଏବଂ ଜଳ-ଜମି-ଜଙ୍ଗଲର ସୁରକ୍ଷା ପାଇଁ ଜନ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଜୋରଦାର କରିବାକୁ ସୁରକ୍ଷା ମଞ୍ଚ ଅଞ୍ଚଳବାସୀଙ୍କୁ ଆହ୍ୱାନ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ପରାମର୍ଶ: ଏଚ୍‌ଆଇଭି-ଏଡ୍‌ସ୍ ଏବଂ ଯକ୍ଷ୍ମା ରୋଗରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନ…

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏଚ୍‌ଆଇଭି (HIV), ଏଡ୍‌ସ୍ ଏବଂ ଯକ୍ଷ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri