Posted inଫୁରସତ

ପ୍ରତି ୨୭୦ ଲକ୍ଷ ବର୍ଷରେ ମହାବିନାଶ

ନ୍ୟୁୟର୍କ: ମରଣଶୀଳ ପୃଥିବୀର କଠୋର ବାସ୍ତବତା ହେଉଛି ମୃତ୍ୟୁ। ଏହି ନିୟମରେ ବନ୍ଧା ସମଗ୍ର ଜୀବଜଗତ। ହେଲେ ଏପରି ବି ସମୟ ଆସେ, ଯେତେବେଳେ ପୃଥିବୀ ପୃଷ୍ଠର ସିଂହଭାଗ ଜୀବନ ଶେଷ ହୋଇଯାଏ। ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମହାବିନାଶ (ମାସ୍‌ ଏକ୍ସଟିନ୍‌କ୍ସନ)ର ଏଭଳି ପ୍ରକ୍ରିୟା ସଂଘଟିତ ହୋଇଆସୁଛି। ଏହାର ସମ୍ପର୍କ ବିଶାଳକାୟ ଆଗ୍ନେୟଗିରି ଉଦ୍‌ଗୀରଣ ଏବଂ ଉଲ୍‌କାପିଣ୍ଡ ଧକ୍କା ସହ ରହିଛି। ସବୁଜଗ୍ରହରେ ବସବାସ କରୁଥିବା ଉଭୟଚର, ସରୀସୃପ, ସ୍ତନ୍ୟପାୟୀ, ପକ୍ଷୀ ସମେତ ସମସ୍ତ ପ୍ରଜାତିର ଜୀବଜନ୍ତୁ ୨୭୦ ଲକ୍ଷ ବର୍ଷରେ ଥରେ ହେଉଥିବା ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ହର୍ଟିକଲ୍‌ଚର ବାୟୋଲୋଜି ଜର୍ନାଲରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ମହାବିନାଶ ସମ୍ପର୍କରେ ଅଧ୍ୟୟନ କରୁଥିବା ନ୍ୟୁୟର୍କ ୟୁନିଭର୍ସିଟିର ଜୀବବିଜ୍ଞାନ ବିଭାଗର ପ୍ରଫେସର ମାଇକେଲ ରିମ୍ପିନୋଙ୍କ କହିବା କଥା, ଗ୍ରହ, ନକ୍ଷତ୍ର, ଗ୍ରହଣୁପୁଞ୍ଜ, ଉଲ୍‌କାପିଣ୍ଡଙ୍କ ସମାହାର ମହାଶୂନ୍ୟ। ଅନେକ ସମୟରେ ପୃଥିବୀ ପୃଷ୍ଠରେ ବିଶାଳକାୟ ପିଣ୍ଡ ଧକ୍କା ହୋଇଥାଏ। ମହାକାଶର ଗତିବିଧିରେ ପରିବର୍ତ୍ତନ ଏହାର କାରଣ। ସେହିପରି ପୃଥିବୀ ଆଭ୍ୟନ୍ତରରେ ଘୂର୍ଣ୍ଣାୟମାନ ପ୍ଲେଟ୍‌ ପରସ୍ପର ମଧ୍ୟରେ ପିଟିହେଲେ ଆଗ୍ନେୟ ଉଦ୍‌ଗୀରଣ ହୋଇଥାଏ। ତେବେ ପ୍ରତି ୨୭୦ ଲକ୍ଷ ବର୍ଷ ଅନ୍ତରାଳରେ ମହାପ୍ରଳୟ ଆସୁଛି। ଆକାଶଗଙ୍ଗା ଗ୍ୟାଲେକ୍ସି ସହ ଏହି ପ୍ରଳୟ ସମାନ୍ତରାଳ ଭାବେ ଗତି କରୁଥିବା ପ୍ରତୀୟମାନ ହେଉଛି।

୬୬୦ ଲକ୍ଷ ବର୍ଷ ମଧ୍ୟରେ ଉଭୟ ସ୍ଥଳଚର ଏବଂ ଜଳଚର ଜୀବଙ୍କ ୭୦% ପ୍ରଜାତି ବିଲୁପ୍ତ ହୋଇଗଲାଣି। ଏଥିରେ ବିଶାଳକାୟ ଡାଇନୋସୋର ମଧ୍ୟ ସାମିଲ। ଅଧିକାଂଶ ସମୟରେ ଧୂମକେତୁ କିମ୍ବା କ୍ଷୁଦ୍ରଗ୍ରହ ଧକ୍କା ହେବା ଫଳରେ ଜୀବଗୋଷ୍ଠୀ ସାମୂହିକ ବିଲୟର ଶିକାର ହୋଇଥାନ୍ତି। ପୂର୍ବରୁ ଏଭଳି ହୋଇସାରିଛି, ଯେଉଁଥିରେ ଥରକରେ ୯୦ପ୍ରତିଶତ ପ୍ରଜାତି ଧ୍ୱଂସ ହୋଇଯାଇଥିଲେ। ପୃଥିବୀରେ ଅଦ୍ୟାବଧି ହୋଇଥିବା ମହାପ୍ରଳୟର ଅଧ୍ୟୟନରୁ ଏ ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ମହାସାଗରରେ ରହୁଥିବା ହଜାର ହଜାର ପ୍ରଜାତିର ଜୀବଙ୍କ ଅନ୍ତ ମହାବିନାଶ କାରଣରୁ ହୋଇଛି। ଏହା ପରବର୍ତ୍ତୀ ସମୟରେ ଜୀବନଚକ୍ର ପ୍ରଭାବିତ ହୁଏ। ତଦନୁଯାୟୀ ପ୍ରାଣୀମାନେ ଜଳବାୟୁ ସହିତ ଖାପଖୁଆଇ ଥାଆନ୍ତି।
ଅନ୍ୟ ଏକ ତଥ୍ୟ ଅନୁଯାୟୀ, ପ୍ରତି ୨୬୦ରୁ ୩୦୦ ବର୍ଷ ମଧ୍ୟରେ ଧୂମକେତୁ ବର୍ଷା ହୋଇଥାଏ। ଏହା ପୃଥିବୀ ପୃଷ୍ଠରେ ଖଣ୍ଡପ୍ରଳୟ ଆଣେ। ଯେମିତି ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିଥାଏ, ଠିକ୍‌ ସେହିପରି ସୌରମଣ୍ଡଳ ଗ୍ୟାଲେକ୍ସି ଚାରିପଟେ ୩ କୋଟି ବର୍ଷରେ ଚକ୍କର ଲଗାଇଥାଏ। ଏହି ଦୀର୍ଘ ସମୟ ଭିତରେ ସୌରମଣ୍ଡଳୀୟ ଗତିବିଧିର ପ୍ରଭାବ ପୃଥିବୀ ଉପରେ ପଡ଼ିବା ସ୍ବାଭାବିକ। କେବଳ ଏତିକି ନୁହେଁ, ଏହାର ପ୍ରଭାବରେ ଅନ୍ଧାର ଘନତ୍ୱ ବଢ଼ିବା, ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା, ବନାଗ୍ନି, ଅମ୍ଳବର୍ଷା, ଓଜନ କ୍ଷୟ ଭଳି ଅନେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ଗତ ୨୫ କୋଟି ବର୍ଷ ମଧ୍ୟରେ ଏଭଳି ୩ ଥର ଘଟିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ହୁଏତ ଏଭଳି ଆହୁରି ଅନେକ ଥର ଘଟିଥାଇପାରେ। ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନ ଥିବା ପ୍ରଫେସର ମାଇକେଲ ରିମ୍ପିନୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri