ମାଲଗୋଦାମରେ ମସଲା ଅପମିଶ୍ରଣ

କଟକ,୨୨ା୭ (କାର୍ତ୍ତିକ ସାହୁ): କଟକ ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କିଛି ମାସ ବ୍ୟବଧାନ ପରେ ମାଲଗୋଦାମ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର କମିଶନରେଟ୍‌ ପୋଲିସ କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ଚଢାଉ କରି ୨୪ ବସ୍ତାରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ନକଲି ମସଲାଗୁଣ୍ଡ ଜବତ କରିଛି। ରୋଷେଇରେ ବ୍ୟବହାର ହେଉଥିବା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ବେସନ ଆଦି ଅପମିଶ୍ରଣ ହେଉଥିବା ପୋଲିସ ଚଢ଼ାଉବେଳେ ଜାଣିବାକୁ ପାଇଛି। ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଅରୁଣ ଗନ୍ତାୟତଙ୍କୁ ମାଲଗୋଦାମ ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ମାଲଗୋଦାମ ଅଞ୍ଚଳର ଉକ୍ତ ସ୍ଥାନରେ ମସଲା ଅପମିଶ୍ରଣ ୟୁନିଟ୍‌ ଚାଲିଥିବା ପୋଲିସ ସୂଚନା ପାଇଥିଲା। ତୁରନ୍ତ ମାଲଗୋଦାମ ଆଇଆଇସି ରଜନୀକାନ୍ତ ଦାସଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଓ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉରେ ସାମିଲ ଥିବା ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ଏକ ବିଦ୍ୟୁତ୍‌ଚାଳିତ ମସଲା ପେଷା ମେଶିନ୍‌ ରଖିଛନ୍ତି। ଅପମିଶ୍ରଣ ପାଇଁ ବସ୍ତା ବସ୍ତା ରାସାୟନିକ ରଙ୍ଗ ସେଠାରେ ମହଜୁଦ୍‌ ରହିଛି। ସେହି ରଙ୍ଗଗୁଡ଼ିକୁ ମସଲାର ରଙ୍ଗ ଅନୁଯାୟୀ ମିଳାଇ ସେଥିରେ ମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ନକଲି ଲଙ୍କାଗୁଣ୍ଡ ପ୍ରସ୍ତୁତବେଳେ ଶୁଖିଲା ଲଙ୍କା ୩୦% ଓ ଚାଉଳ ଗୁଣ୍ଡ ୭୦% ସହିତ ରାସାୟନିକ ରଙ୍ଗ ମିଶ୍ରଣ କରି ପେଷାଯାଉଛି। ସେହିପରି ନକଲି ହଳଦୀ, ଧନିଆ, ଜିରା, ବେସନ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ସେଗୁଡ଼ିକୁ ଓଜନ କରି ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଛି। ବିଶେଷକରି ରାସ୍ତାକଡ଼ରେ ଫାଷ୍ଟଫୁଡ୍‌ ବିକୁଥିବା ବ୍ୟବସାୟୀ ଏହି ସାମଗ୍ରୀଗୁଡ଼ିକୁ ଶସ୍ତାରେ କିଣିନେଉଛନ୍ତି। ସେହିପରି ବଜାର ଦରଠାରୁ କମ୍‌ ଦାମ୍‌ରେ ମିଳୁଥିବାରୁ ଲୋକମାନେ ମଧ୍ୟ ଆଗ୍ରହର ସହ ଏହାକୁ କିଣୁଛନ୍ତି। ଅପରପକ୍ଷରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମହାପାତ୍ର କହିଛନ୍ତି, ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯିବ। ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ସହରର ବିଭିନ୍ନ କାରଖାନା ଓ ଗୋଦାମରେ ଚଢ଼ାଉ କରାଯାଇ ନକଲି ମସଲା ଗୁଣ୍ଡ, ସିମେଣ୍ଟ, ଘିଅ, ଚା’ପତି ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି। କଟକ ବଣିକ ସଂଘ ମଧ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏପରି କି ଅପମିଶ୍ରଣ ଧରାପଡ଼ିଲେ ମାଲଗୋଦାମରେ ବ୍ୟବସାୟ କରିପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏସବୁ ସତ୍ତ୍ୱେ କଟକରେ ନକଲି ଓ ଅପମିଶ୍ରଣ ସାମଗ୍ରୀ ପ୍ରସ୍ତୁତ ଉପରେ ରୋକ୍‌ ଲଗାଯାଇପାରୁନାହିଁ। ଏହାକୁ ଖାଇବା ଦ୍ୱାରା ଲୋକମାନେ ରୋଗର ଶିକାର ହେଉଥିବାବେଳେ ବ୍ୟବସାୟୀ ମାଲାମାଲ୍‌ ହେଉଛନ୍ତି। ତେଣୁ ଆଗାମୀ ଦିନରେ ଏଭଳି କାରବାର ରୋକିବାକୁ ସିଏମ୍‌ସି ଓ ପୋଲିସ ପ୍ରଶାସନ କିଭଳି ପନ୍ଥା ଆପଣାଉଛନ୍ତି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?