ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ମଙ୍ଗଳ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ପୁନର୍ବସୁ ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଓ ବୃହସ୍ପତିଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିଛିନ। ତେଣୁ ମଙ୍ଗଳଙ୍କ ଉପରେ ଗୁରୁଙ୍କ ଏହି ଶୁଭ ପ୍ରଭାବ ‘ଜ୍ଞାନ ଓ ପରାକ୍ରମ’ର ଏକ ବିଶେଷ ସଂଯୋଗ ସୃଷ୍ଟି କରିବ ବୋଲି ଜ୍ୟୋତିଷ ମତ ରହିଛି।

ଏହି ୨୨ ଦିନର ଅବଧିରେ ୪ଟି ରାଶିର ଜାତକଙ୍କୁ ବିଶେଷ ଲାଭ ଓ ଉନ୍ନତି ମିଳିବାର ସମ୍ଭାବନା ରହିଛି।

ମେଷ- ଏହି ରାଶିର ସ୍ୱାମୀ ନିଜେ ମଙ୍ଗଳ ହୋଇଥିବାରୁ ଗୁରୁଙ୍କ ନକ୍ଷତ୍ରରେ ତାଙ୍କ ପ୍ରବେଶ ମେଷ ରାଶି ପାଇଁ ଶୁଭ ରହିବ। ସାହସ, ପରାକ୍ରମ ଓ ଆତ୍ମବିଶ୍ୱାସ ବଢ଼ିବ । ଦୀର୍ଘଦିନ ଧରି ଅଟକିଥିବା କାମ ଗତି ଧରିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିର ପ୍ରଶଂସା ହୋଇପାରେ। ନୂଆ ଦାୟିତ୍ୱ ମିଳିବା ସହ ଛୋଟ ଭାଇ-ଭଉଣୀଙ୍କ ସହଯୋଗ ମଧ୍ୟ ମିଳିବ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ।

ସିଂହ- ମଙ୍ଗଳ ଓ ବୃହସ୍ପତି ଉଭୟେ ବନ୍ଧୁ ଗ୍ରହ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ । ଏହି ନକ୍ଷତ୍ର ପରିବର୍ତ୍ତନରେ ଆୟର ନୂଆ ଉତ୍ସ ଖୋଲିପାରେ । ଅଟକିଥିବା ଟଙ୍କା ଫେରି ମିଳିବାର ଯୋଗ ରହିଛି। ଛାତ୍ରୀଛାତ୍ର ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ପରିଶ୍ରମର ଭଲ ଫଳ ମିଳିପାରେ। ପୁରୁଣା ରୋଗରୁ ମଧ୍ୟ ଆରାମ ମିଳିବାର ସମ୍ଭାବନା ରହିଛି।
ଧନୁ- ଏହି ରାଶିର ସ୍ୱାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି। ତେଣୁ ତାଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ଧନୁ ରାଶି ପାଇଁ ଲାଭଦାୟକ ରହିପାରେ। ଚାକିରିଆଙ୍କୁ ପଦୋନ୍ନତି କିମ୍ବା ଆୟ ବୃଦ୍ଧିର ଖୁସି ଖବର ମିଳିପାରେ। ବ୍ୟବସାୟରେ ନୂଆ ଚୁକ୍ତି ଲାଭଦାୟକ ହୋଇପାରେ। ସମାଜ ଓ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଜବୁତ ହୋଇପାରେ। ନୂଆ ପ୍ରୋଜେକ୍ଟ କିମ୍ବା ନିବେଶ ଯୋଜନା ପାଇଁ ଏହି ସମୟ ଅନୁକୂଳ ରହିପାରେ।
ମୀନ-ମଙ୍ଗଳଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ମୀନ ରାଶି ପାଇଁ ଭାଗ୍ୟଶାଳୀ ହୋଇପାରେ। ଭାଗ୍ୟର ସାଥ୍ ମିଳିବାରୁ ଜଟିଳ ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରେ। ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବ୍ୟବସାୟିକ ଯାତ୍ରା ଲାଭଦାୟକ ହୋଇପାରେ। ଜମି, ଘର କିମ୍ବା ଗାଡ଼ି କିଣିବାର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri