ସପ୍ତାହକ ପରେ ସାମୁଦ୍ରିକ କଟକଣା ହଟିବ

ମହାକାଳପଡ଼ା,୬ା୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଦେଶାଗତ ଅତିଥି ଅଲିଭ ରିଡ଼ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ନଭେମ୍ବର ୧ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ସାମୁଦ୍ରିକ ପ୍ରବେଶ ଉପରେ କଟକଣା ସରକାରଙ୍କ ପକ୍ଷରୁ ଜାରି କରାଯାଇଥାଏ। ଏହି ସମୟରେ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି। ତେବେ ଏହି ସାଢ଼େ ୭ ମାସ ବାରଣ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ଥଇଥାନ ଓ ବିକଳ୍ପ ଜୀବିକା ନିର୍ବାହ ପାଇଁ ପ୍ରତି ମତ୍ସ୍ୟଜୀବୀଙ୍କୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଫଳରେ ସ୍ଥାନୀୟ ପାରମ୍ପାରିକ କେତେଜଣ ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣ ପାଇଁ ଏହି ସହାୟତା ରାଶି ଅଦ୍ୟାବଧି ମିଳି ନ ଥିବା ଅଭିଯୋଗ କରିଛନ୍ତି। ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି ଆର୍ଥିକ ରାଶି ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଏହି ପରିବାର ସବୁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବୋଲି ମତ୍ସ୍ୟଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଚିହ୍ନଟ କରାଯାଇଥିବା ୩,୪୪୪ ମତ୍ସ୍ୟଜୀବୀଙ୍କ ବ୍ୟାଙ୍କ ଖାତାକୁ ମାର୍ଚ୍ଚରେ କେବଳ ୧୦ ଟଙ୍କା ପରୀକ୍ଷା ମୂଳକ ଭାବେ ପ୍ରଦାନ କରାଯାଇଛି ବୋଲି ମହାକାଳପଡ଼ା ସାମୁଦ୍ରିକ ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୧୫ଠାରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ମାଛ ଓ ଜୀବଜନ୍ତୁମାନେ ଅଣ୍ଡାଦାନ ବା ଯାଆଁଳ ଫୁଟାଇ ଥାନ୍ତି। ସେଥିପାଇଁ ଏହି ଜୁନ ଦ୍ୱିିତୀୟ ସପ୍ତାହ ପର୍ଯ୍ୟନ୍ତ ସାମୁଦ୍ରିକ ପ୍ରବେଶ କଟକଣା ଜାରି କରାଯାଇଛି ବୋଲି ବନ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ସୂତ୍ରରୁ ପ୍ରକାଶ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳଗୁଡ଼ିକ ନଦୀ ନାଳ ଓ ସାମୁଦ୍ରିକ କଟକଣା ରହିଛି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ସାମୁଦ୍ରିକ କଟକଣା ଲାଗୁ ହେବା ପରେ ଏହି ଅଞ୍ଚଳର ପାରମ୍ପାରିକ ମତ୍ସ୍ୟଜୀବୀମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଛନ୍ତି। ଆଉ କେତେଜଣ ମତ୍ସ୍ୟଜୀବୀ ସାମୁଦ୍ରିକ କଟକଣା ହଟିବା ପରେ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ପୂର୍ବରୁ ଖରିନାସୀ ଜେଠିଠାରେ ଜାଲ ଗୁଡ଼ିକୁ ମରାମତି କରୁଥିବା ଦେଖିବାକୁ ମିଳିଛି। ଏହି ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ସାମୁଦ୍ରିକ କଟକଣା ଲାଗୁ ହେବା ପରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ନ ଥିବା ଖରୀନାସୀ ଗ୍ରାମର ଚିତ୍ତରଞ୍ଜନ ରାୟ, ପବିତ୍ର ଦାସ, ସଞ୍ଜୟ ସରକାର, ବିପ୍ଳବ ମଣ୍ଡଳ, ଦିଲୀପ ଦାସ, ଦେବବ୍ରତ ହାଲଦାର୍‌ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ସାମୁଦ୍ରିକ ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ ଦୀପକ କୁମାର ମଲିକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଅଦ୍ୟାବଧି ଓଡ଼ିଶାର କୌଣସି ମତ୍ସଜୀବୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଆସିଲେ ଏହି ମତ୍ସ୍ୟଜୀବୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri