ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଅଞ୍ଚଳ ସର୍ଚ୍ଚ କରିବା ପରେ ସେହି ଅଞ୍ଚଳରୁ ତିନୋଟି ପ୍ରେସର ବୋମା, ୨୦ ମିଟର କୋଡେକ୍ସ ତାର, ୨୪ ଜିଲଟିନ ଷ୍ଟିକ୍‌, ୨ ବଣ୍ଡଲ ବିଦ୍ୟୁତ୍‌ତାର ଜବତ କରିଥିଲେ। ତେବେ ଏହି ସାମଗ୍ରୀଗୁଡ଼ିକ ସିଲାକୋଟା ଜଙ୍ଗଲର ଆରମ୍ଭରୁ ୩୦୦ ମିଟର ମଧ୍ୟରେ ତିନୋଟି ସ୍ଥାନରେ ମାଟି ତଳେ ପୋତା ହୋଇ ରଖାଯାଇଥିଲା। ତେବେ ଏହା ବିସ୍ଫୋରଣ ହେବା ପୂର୍ବରୁ ଯବାନମାନେ ସେମାନଙ୍କ ଦମ୍‌ ଦେଖାଇ ମାଓବାଦୀଙ୍କ ଉକ୍ତ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ସିଲାକୋଟା ଜଙ୍ଗଲର ଏକ କ୍ୟାମ୍ପରେ ମାଓବାଦୀମାନେ ବୈଠକ କରୁଥିବା ସମୟରେ ଯବାନମାନଙ୍କ ଆକ୍ରମଣରେ ୧୪ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ା ସେଥିରେ ମାଲକାନଗିରି ଜିଲାର ଅନେକ ଯୁବତୀ ଯୁବକଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଜବତ ସାମଗ୍ରୀଗୁଡିକ ବହୁ ବର୍ଷ ପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଟି ତଳେ ପୋତା ହୋଇଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri