ଦୁଇ ସ୍କ୍ରାପ୍‌ ଦୋକାନରୁ ବାଇକ୍‌ର ବହୁ ଯନ୍ତ୍ରାଂଶ ଜବତ, ୨ ଗିରଫ

ପୋଲସରା,୧୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଚଢ଼ିଆପଡ଼ା ଗ୍ରାମରେ ଥିବା ଦୁଇଟି ସ୍କ୍ରାପ୍‌ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗାଡ଼ିର ଯନ୍ତ୍ରାଂଶ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚଢିଆପଡ଼ାର ସାଗର ସାହୁ ଓ ଲଡ଼ୁକିଶୋର ସାହୁ। ଉଭୟଙ୍କ ନାମରେ ଯଥାକ୍ରମେ ୨୬୨/୨୩ ଏବଂ ୨୬୩/୨୩ରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଉଭୟ ଦୁଇ ସ୍କ୍ରାପ୍‌ ଦୋକାନୀ ଚୋରା ଗାଡ଼ି କିଣି ତାକୁ ରାତାରାତି କଟର ସାହାଯ୍ୟରେ କାଟି ବ୍ୟବସାୟ କରନ୍ତି। ପୋଲିସ ଖବର ପାଇ ଚଢ଼ାଉ କରିଥିଲା ଏବଂ କଟର ମେଶିନ ସହିତ ବିପୁଳ ପରିମାଣ ମୋଟର ସାଇକେଲ ଚେନ୍‌, ସାଇଲେନ୍ସକଭର ମୋଟର ସାଇକେଲ ହେଡ଼, ଇଞ୍ଜିନ କଭର, ବାଇକର ଚକା ଆଦି ବହୁ ଯନ୍ତ୍ରାଂଶ ଜବତ କରିଛି। ଗାଡ଼ିର କାଗଜ ପତ୍ର, ଦୋକାନ ଲାଇସେନ୍ସ ଆଦି ଦୋକାନୀଙ୍କୁ ପୋଲିସ ମାଗିଥିଲେ ମଧ୍ୟ ଦୋକାନୀ ଦ୍ୱୟ ଦେଖାଇ ପାରି ନ ଥିଲେ। ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନ ଥିବା ହେତୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

ବରଗଡ଼ରେ ଆଲୋଡ଼ନ: ବିଚ୍‌ ରାସ୍ତାରେ ଯୁବତୀଙ୍କୁ ରୋଡ ରୋମିଓଙ୍କ ଅସଦାଚରଣ, ଦେଖନ୍ତୁ VIDEO

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ଆଜିକାଲି ସୋସିଆଲ ମିଡିଆରେ ବରଗଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟଜଣେ ଯୁବକ ଅସଦାଚରଣ…

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ବୁଡ଼ିଲା ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ମୋହନା,୨୮।୭(ମନ୍ମଥ ମିଶ୍ର): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri