Posted inଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ

ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ ସ୍ଥାନରେ ଏବେ ୬୧ବର୍ଷୀୟ ସିହ୍ନା ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ ମନୋଜ ସିହ୍ନା ନେତା ଥିବା ବେଳେ ଏବେ କେନ୍ଦ୍ର ଶାସିତ ପ୍ରଦେଶର ନୂଆ ଦାୟିତ୍ୱ ସମ୍ଭାଳିବେ। ଶୁକ୍ରବାର ଜମ୍ମୁ-କଶ୍ମୀର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ରାଜଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେବା ପରେ ସିହ୍ନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଭାରତର ସ୍ବର୍ଗ, ଏଠାରେ କୌଣସି ଅରାଜକତାର ସ୍ଥାନ ନାହିଁ। ସହରରେ ଶାନ୍ତି ବଜାୟ ରଖିବା ସହ ବିକାଶର ଗତି ତ୍ୱରାନ୍ବିତ କରିବା ଆମର ଲକ୍ଷ୍ୟ। ମୋତେ ଏହାର ଭୂମିକା ନିର୍ବାହ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ନୂଆ ଉପରାଜ୍ୟପାଳ ସିହ୍ନା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା

ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ...

ମୋଦି ସରକାରଙ୍କ ଆଖିରେ ଚାଇନା ଚଷମା ଲାଗିଥିବା ଭଳି ମନେ ହେଉଛି: ଖାର୍ଗେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି...

‘ପ୍ରସ୍ତୁତ ହୁଅନ୍ତୁ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା’

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା...

ଥାନାରୁ ୨୫ ଲକ୍ଷ ଚୋରି, ଜେରା ବେଳେ ଆଖି ବୁଜିଲେ ଅଭିଯୁକ୍ତ

ଆଗ୍ରା,୨୦।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାଜତ...

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

ଜି -୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ଖାର୍ଗେ

ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ...

ଏକସଙ୍ଗେ ନିର୍ବାଚନ ଲାଗି କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ,୨୪୯: ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।...

ଦିଲ୍ଲୀ ମେଟ୍ରୋ, ଡିଟିସି ବସରେ ଠିଆ ହୋଇ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୨୧ ।୧୧: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ଘରୋଇ ଯାନବାହାନର ବହୁଳ ବ୍ୟବହାର ଏପଟେ ବାୟୁ ପ୍ରଦୂଷଣକୁ...

Advertisement
Archives

Model This Week