କବାଡି ଖେଳ ପଡିଲା ମହଙ୍ଗା: ୧୬ ଜଣଙ୍କ ନାଁ ରେ ମାମଲା

ଦିଗପହଣ୍ଡି,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଟାଉନ୍‌ ରୋଡ ଜନତାଲେନ୍‌ – ଆଠଗଡ଼ିଆ ସାହି ଛକରେ କୋଭିଡ଼ -୧୯ ନିୟମ ଉଲ୍ଲଂଘନ କରି କବାଡି ଖେଳୁଥିବା ୧୬ ଜଣଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ଦିଗପହଣ୍ଡି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୬୬/୨୦ ସେମାନଙ୍କ ନାଁ ରେ ମାମଲା ରୁଜୁ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।
ଗତ ଗହ୍ମାପୂର୍ଣ୍ଣମା ଅବସରରେ ସୋମବାର ରାତି ପ୍ରାୟ ୧୦ ଟାରେ ବିଭିନ୍ନ ସାହିର ଯୁବକମାନେ ସଂଘବଦ୍ଧ ହୋଇ ଆଠଗଡ଼ିଆ ସାହି ଛକରେ କବାଡି ଖେଳି ଥିଲେ। କବାଡି ଖେଳର ଫଟୋ ଓ ଭିଡିଓ ଉତ୍ତୋଳନ କରି କେହି ବ୍ୟକ୍ତି ଜିଲାପାଳଙ୍କୁ ପଠାଇଥିଲେ। ଏ ନେଇ ତଦନ୍ତ କରିବାକୁ ସେ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ସହ ତହସିଲଦାର। ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବାପରେ ସେଥିରେ ସତ୍ୟତା ଥିବା ଜଣାପଡିଥିଲା। ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ଏତଲା ଦିଆଯାଇଥିବା ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ ହେଲେ ସୁରେନ୍ଦ୍ର ବାରିକ

ଗଞ୍ଜାମ,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧ ନଂ ଓ୍ବାର୍ଡର ବିଜେଡି କାଉନସିଲର ସୁରେନ୍ଦ୍ର ବାରିକ ଉପାଧ୍ୟକ୍ଷ ଭାବେ...

ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।...

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ,ସ୍ତ୍ରୀ ଗୁରୁତର

ସାଲେପୁର,୧୬।୨(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମା ମାଡ...

ତେଲକୋଇରେ ହାତୀ ଆତଙ୍କ

କେନ୍ଦୁଝର, ୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ ଦେଖାଯାଇଛି। ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା...

ଏସ୍‌ସିବି ଉନ୍ନତୀକରଣ ପାଇଁ ଅଧିକ ୯୭୪କୋଟି

କଟକ ଅଫିସ,୬।୫: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିଛି। ତେବେ ଏହାର...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ

ଢେଙ୍କାନାଳ ଅଫିସ୍‌,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ...

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି: ୪ ଗୁରୁତର

ଖୋର୍ଦ୍ଧା ଅଫିସ, ୧୯।୮: ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି...

ରଥ ଛୁଇଁପାରିଲେନି ଭକ୍ତ

ପୁରୀ ଅଫିସ,୯।୭: ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ ହୋଇ ରୁହେ। ଅନେକ ଭକ୍ତ...

Advertisement
Archives

Model This Week