ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍‌ ଦେଇଛି। ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍‌ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍‌ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି।

ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୪ ଓ ୨୦୧୯ରେ ସେ ପରାଜିତ ହୋଇଥିଲେ। ଏଥିସହିତ ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢିବେନି ବୋଲି ବହୁ ପୂର୍ବରୁ କହି ସାରିଥିଲେ। ଆଜି ଦଳ ମନୋଜ ରଥଙ୍କ ନାଁ ଘୋଷଣା କରିବା ପରେ ସେ ସେହି କଥାକୁ ଦୋହରାଇଛନ୍ତି।

ସେ କହିଛନ୍ତି, ମନୋଜ ରଥ ଜଣ ଦକ୍ଷ ନେତା। ସତ୍ୟବାଦୀରେ କଂଗ୍ରେସ ଆଗରୁ ଭଲ ପ୍ରଦର୍ଶନ କରୁଥିଲା। ଏବେ କଂଗ୍ରେସ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri