Posted inଜାତୀୟ

‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍‌ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ ଐତିହାସିକ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଜୋରଦାର ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ମୋଦି ୧୦୦ ଏପିସୋଡ ପର୍ଯ୍ୟନ୍ତ ପହଞ୍ଚିବା ଯାତ୍ରାକୁ ଖୁବ୍‌ ନିଆରା ଯାତ୍ରା ବୋଲି କହିଛନ୍ତି।

ମୋଦି ଟୁଇଟ କରି ଲୋକଙ୍କୁ ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଅପିଲ କରିଛନ୍ତି। ଭାଜପାର ଅନ୍ୟ ନେତାମାନେ ବି କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମ ପ୍ରତିମାସର ଶେଷ ରବିବାର ପ୍ରଚାରିତ ହୋଇଥାଏ।
ମୋଦି ଟୁଇଟ କରି ଲେଖିଛନ୍ତି, ମନ କି ବାତର ୧୦୦ ତମ ଏପିସୋଡ ପାଇଁ ସକାଳ ୧୧ଟାରେ ଟ୍ୟୁନ ଇନ କରନ୍ତୁ, ଏହା ବାସ୍ତବରେ ଏକ ବିଶେଷ ଯାତ୍ରା। ଯେଉଁଥିରେ ଆମେ ଭାରତର ଲୋକଙ୍କ ସାମୁହିକ ଭାବନାର ପର୍ବ ପାଳନ କରିଛୁ ଓ ପ୍ରେରକ ଜୀବନଯାତ୍ରା ଉପରେ ଆଲୋକ ଦେଖାଇଛୁ।
ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ, ରବିବାର ସକାଳ ୧୧ଟାରେ ପ୍ରଚାରିତ କରାଯିବ। ଜନସମ୍ବାଦ ଦୁନିଆରେ ଏହି କାର୍ଯ୍ୟକ୍ରମ ‘ଏକ ମାଇଲ ଷ୍ଟୋନ’ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଶବାସୀଙ୍କ ସହ ସିଧା ସମ୍ପର୍କ ସ୍ଥାପନ କରି, ସେ ଅନେକ ବିଷୟକୁ ନେଇ କେବଳ ସଚେତନା ସୃଷ୍ଟି କରିଛନ୍ତି ତା’ନୁହେଁ, ବରଂ ସେମାନଙ୍କୁ ପ୍ରେରଣା ବି ଦେଇଛନ୍ତି। ସେ ସ୍ବଚ୍ଛତା କଥା ହେଉ ଅବା କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ହେଉ, ବେଟି ବଚାଓ ବେଟି ପଢାଓର ପ୍ରେରଣା ଦେବା ହେଉ, ମେକ ଇନ ଇଣ୍ଡିଆ କଥା ହେଉ, ଅବା ଜଳ ସଂରକ୍ଷଣର ବିଷୟ, ମୋଦି ରାଜନୈତିକ ବିଷୟକୁ ବାଦ ଦେଇ ସାର୍ବଜନିକ ଜୀବନ ସହ ଜଡିତ ପ୍ରାୟ ସମସ୍ତ ବିଷୟ ଉପରେ ତାଙ୍କ କଥାକୁ ବଡ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri