କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’

କେନ୍ଦୁଝର,୨୯।୧୦(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍‌ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି କମିଶନର ସୁଜାତା ଆର୍‌ କାର୍ତ୍ତେକେୟନ ଉପସ୍ଥିତ ଥିଲେ। ଜିଲାପାଳ ଆଶିଷ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସାହୁ କେନ୍ଦୁଝର ଜିଲା ପ୍ରଶାସନର ପୁରା ଟିମ୍‌କୁ ପ୍ରଶଂସା କରିଥିଲେ। ମାଣ୍ଡିଆ ଆମର ପାରମ୍ପାରିକ ଓଡ଼ିଆ ଖାଦ୍ୟ। ଏହି କାଫେ ଖୋଲାଯିବା ଦ୍ୱାରା ଚାଷୀମାନେ ଲାଭବାନ ହେବେ ଏବଂ ମହିଳାମାନେ ଅଧିକ ସ୍ବାବଲମ୍ବୀ ହେବା ସହ ସଶକ୍ତିକରଣ ହୋଇପାରିବେ ବୋଲି କୁହାଯାଇଛି। ପଞ୍ଚାୟତ ସ୍ତରରେ ଏଭଳି କାଫେ ହେଲେ ମହିଳାମାନେ ଅଧିକ ସ୍ବାବଲମ୍ବୀ ହୋଇପାରିବେ। ତେବେ ଜିଲାର ୩୩୦ ପଞ୍ଚାୟତରେ ଏଭଳି କାଫେ ଖୋଲିବା ପାଇଁ ମିଶନ ଶକ୍ତି ଜରିଆରେ ଘର ତିଆରି ଚାଲିଥିବା ଜିଲାପାଳ କହିଛନ୍ତି।
ଏଠାରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଗରମ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ଓ ଲୋକେ ସ୍ବାଦିଷ୍ଟ ତଥା ସ୍ବାସ୍ଥ୍ୟ ପକ୍ଷେ ହିତକର ଖାଦ୍ୟ ପାଇପାରିବେ। ମିଲେଟ ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏହା ଚାଲୁଥିବା ବେଳେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି କାଫେ ଖୋଲି ମାଣ୍ଡିଆ ଖାଦ୍ୟ ଓ ଚାଷକୁ ପ୍ରସାରିତ ଲାଗି ସରକାର ପଦକ୍ଷେପ ନେଉଥିବା ଅବଗତ କରାଯାଇଥିଲା। ସୂଚନାଯୋଗ୍ୟ, ଓଡ଼ିଶା ମିଲେଟ ମିଶନ ୨୦୧୯ରେ ଆରମ୍ଭ ହୋଇ ଜିଲାର ୭ ବ୍ଲକରେ ଏହି ଚାଷ କରାଯାଇ ପାଖାପାଖି ୪ହଜାର ଚାଷୀ ଉପକୃତ ହେଉଛନ୍ତି। ସେହିପରି ମାଣ୍ଡିଆ ଲଡୁ ଆଇସିଡିଏସ୍‌ ସ୍କିମ୍‌ରେ ଅଙ୍ଗନଓ୍ବାଡି କେନ୍ଦ୍ରର ଶିଶୁମାନଙ୍କୁ ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri