କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’

କେନ୍ଦୁଝର, ୩୦।୧୦ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍‌ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି କମିଶନର ସୁଜାତା ଆର୍‌ କାର୍ତ୍ତେକେୟନ ଉପସ୍ଥିତ ଥିଲେ। ଜିଲାପାଳ ଆଶିଷ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସାହୁ କେନ୍ଦୁଝର ଜିଲା ପ୍ରଶାସନର ପୁରା ଟିମ୍‌କୁ ଏଥିପାଇଁ ପ୍ରଶଂସା କରିଥିଲେ। ମାଣ୍ଡିଆ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ। ଏହି କାଫେ ଖୋଲାଯିବା ଦ୍ୱାରା ଚାଷୀମାନେ ଲାଭବାନ ହେବେ ଏବଂ ମହିଳାମାନେ ଅଧିକ ସ୍ବାବଲମ୍ବୀ ହେବା ସହ ସଶକ୍ତିକରଣ ହୋଇପାରିବେ ବୋଲି କୁହାଯାଇଛି। ପଞ୍ଚାୟତ ସ୍ତରରେ ଏଭଳି କାଫେ ହେଲେ ମହିଳାମାନେ ଅଧିକ ସ୍ବାବଲମ୍ବୀ ହୋଇପାରିବେ। ତେବେ ଜିଲାର ୩୩୦ ପଞ୍ଚାୟତରେ ଏଭଳି କାଫେ ଖୋଲିବା ପାଇଁ ମିଶନ ଶକ୍ତି ଜରିଆରେ ଘର ତିଆରି ଚାଲିଥିବା ଜିଲାପାଳ କହିଛନ୍ତି।
ଏଠାରେ ଲୋକେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଗରମ ଖାଦ୍ୟ ଓ ସ୍ବାଦିଷ୍ଟ ତଥା ସ୍ବାସ୍ଥ୍ୟ ପକ୍ଷେ ହିତକର ଖାଦ୍ୟ ପାଇପାରିବେ। ମିଲେଟ ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏହା ଚାଲୁଥିବା ବେଳେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି କାଫେ ଖୋଲି ମାଣ୍ଡିଆ ଖାଦ୍ୟ ଓ ଚାଷକୁ ପ୍ରସାରିତ ଲାଗି ସରକାର ପଦକ୍ଷେପ ନେଉଥିବା ଅବଗତ କରାଯାଇଥିଲା। ସୂଚନାଯୋଗ୍ୟ, ଓଡ଼ିଶା ମିଲେଟ ମିଶନ ୨୦୧୯ରେ ଆରମ୍ଭ ହୋଇ ଜିଲାର ୭ ବ୍ଲକରେ ଏହି ଚାଷ କରାଯାଇ ପାଖାପାଖି ୪ହଜାର ଚାଷୀ ଉପକୃତ ହେଉଛନ୍ତି। ସେହିପରି ମାଣ୍ଡିଆ ଲଡୁ ଆଇସିଡିଏସ୍‌ ସ୍କିମ୍‌ରେ ଅଙ୍ଗନଓ୍ବାଡି କେନ୍ଦ୍ରର ଶିଶୁମାନଙ୍କୁ ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri