ତାତିରେ ମାନ୍ଦା ଫୁଲ ବ୍ୟବସାୟ

ରାଉରକେଲା ଅଫିସ,୧୯।୫: ରାଉରକେଲା ସହରରେ ପ୍ରବଳ ତାତି ଯୋଗୁ ଫୁଲ ଶୁଖିଯାଉଛି । ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି। ସହରର ୩ ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ଫୁଲ ବ୍ୟବସାୟ ହୋଇଥାଏ। ହେଲେ ଖରା ଯୋଗୁ ଏବେ ଫୁଲର ଚାହିଦା କମିଛି। ସହରର ବିଭିନ୍ନ ଧାର୍ମିକ ସ୍ଥଳରେ ଲୋକମାନେ ଆଉ ଆଗଭଳି ଫୁଲ ଚଢାଉ ନ ଥିବାରୁ ଧାର୍ମିକ ସ୍ଥଳରେ ଫୁଲର ମହକ ପୂର୍ବଭଳି ଆଉ ଦେଖିବାକୁ ମିଳୁୁନାହିଁା। ବିବାହ ଉତ୍ସବ, ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବାଗତ ଜଣାଇବା ପାଇଁ ମଧ୍ୟ ଫୁଲର ଆବଶ୍ୟକତା ପଡ଼ିଥାଏ। ବିଶେଷ କରି ଗୋଲାପ, ଗେଣ୍ଡୁ, ରଜନୀ ଗନ୍ଧା, ଗିଲାଡି, ସୂର୍ଯ୍ୟମୁଖି, ଗୁଲୁବାର, ରଡ଼, ମନ୍ଦାର, କଇଁ ପ୍ରମୁଖ ବିକ୍ରି ହୋଇଥିଏ। ସୂର୍ଯ୍ୟମୁଖି, ମନ୍ଦାର, କଇଁ ଆଦି ଫୁଲ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ବେଳେ ଅନ୍ୟ ସମସ୍ତ ଫୁଲ ବାଙ୍ଗଲୋର, କଲିକତା ଏବଂ ରାୟପୁର ଆଦି ଦୂରଦୂରାନ୍ତରୁ ଆସିଥାଏ। ବର୍ତ୍ତମାନ ବିବାହ କାଳୀନ ମୁହୂର୍ତ୍ତରେ ତଥା ପୂଜାପର୍ବାଣୀ ସମୟରେ ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲ ଶୁଖିଯାଉଛି। ଯାହାଫ ବି ଫୁଲ ରହୁଛି ସେ ସବୁ ଉଚ୍ଚା ଦରରେ ବିକ୍ରି ହେଉଛି। ଫଳରେ ଲୋକେମାନେ ଆଉ ଫୁଲ ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି। ଏନେଇ ରାଉରକେଲା ସେକ୍ଟର-୨ ଛକ ଫୁଲ ବ୍ୟବସାୟୀ ଶୁକଦେବ ରାଉତଙ୍କୁ ପଚାରିବାରୁ ମାସକ ମଧ୍ୟରେ ମୋର ୫୦ହଜାର ଟଙ୍କାର ଫୁଲ ପ୍ରବଳ ଗରମ ଯୋଗୁଁ ନଷ୍ଟ ହୋଇଯାଇଛି। ବାଙ୍ଗାଲୋର, କଲିକତା ଓ ରାୟପୁରରୁ ଲକ୍ଷାଧିକ ଟଙ୍କାର ଫୁଲ ଆଣିଥିଲି। ମାତ୍ର ସବୁ ଖରାରେ ଶୁଖିଯାଇଛି। ଗୋଟିଏ ପଟେ ଫୁଲ ବାବଦୀୟ ମୂଳରାଶି ଫେରୁନଥିବା ବେଳେ ଫୁଲଗୁଛ, ଫୁଲମାଳା ନିର୍ମାଣ ପାଇଁ ନିୟୋଜିତ ଶ୍ରମିକଙ୍କ ଦେୟ ରାଶି ପ୍ରଦାନରେ କଷ୍ଟ ହେଉଛି। ରାଉରକେଲାରେ ବର୍ତ୍ତମାନ ଫୁଲ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ପଡ଼ି ଯାଇଥିବା କହିଛନ୍ତି। ଏନେଇ ହନୁମାନବାଟିକା ଶିବ ମନ୍ଦିରର ପୂଜକ ଶରତ ମିଶ୍ର କୁହନ୍ତି, ପ୍ରବଳ ଗରମ ଯୋଗୁ ଫୁଲ ଶୁଖିଯାଉଛି। ଫଳରେ ଫୁଲ ଦର ଆକାଶ ଛୁଆଁ ହୋଇଛି। ତେଣୁ ଶ୍ରଦ୍ଧାଳୁମାନେ ଆଗଭଳି ଆଉ ମନ୍ଦିରକୁ ଫୁଲ ଆଣୁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri