ଅମର ହେବ ମଣିଷ

ଡ. ନରେନ୍ଦ୍ର ସେଠୀ

 

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଭାଗବତର ଏହି ମର୍ମସ୍ପର୍ଶୀ ବାଣୀର ଅର୍ଥ ହେଲା ଯିଏ ଜନ୍ମ ନେବ ତା’ର ମୃତ୍ୟୁ ନିଶ୍ଚିତ। ସେ ଦେବତା ହେଲେ ମଧ୍ୟ ଏହି ନିୟମରେ ବନ୍ଧା। ସତ କହିବାକୁ ଗଲେ ଆମେ କେହି ମରିବାକୁ ଚାହୁଁନା। ମୃତ୍ୟୁ ଚରମ ସତ୍ୟ ହେଲେ ମଧ୍ୟ ହିଂସା, ଦ୍ୱେଷ, ଈର୍ଷା ଓ ଲୋଭ ଭିତରେ ଘାଣ୍ଟି ହୋଇ ରହୁ। ତେବେ ଖୁସିର କଥା ଏହି କି ଯେ ମଣିଷର ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିବାର ଏହି ଲାଳସାକୁ ପୂର୍ଣ୍ଣ କରିବାକୁ ବିଜ୍ଞାନ ଚେଷ୍ଟା କରୁଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଂଶ ଶତାବ୍ଦୀର ଆରମ୍ଭରେ ମଣିଷର ହାରାହାରି ପରମାୟୁ ମାତ୍ର ୩୧ ବର୍ଷ ଥିଲା; ଯାହା ୧୯୫୦ ବେଳକୁ ୪୮ ଓ ୨୦୧୭ ବେଳକୁ ୭୨ ବର୍ଷରେ ପହଞ୍ଚିଲା। ଉନ୍ନତ ଚିକିତ୍ସା ପଦ୍ଧତି, ବୈଜ୍ଞାନିକ ଜ୍ଞାନ କୌଶଳ ଓ ଆର୍ଥିକ ଅଭିବୃଦ୍ଧି ଏଥିପାଇଁ କାରଣ। କିନ୍ତୁ ବିଜ୍ଞାନ ଏଇଠି ଅଟକି ଯାଇନି। ମଣିଷର ପରମାୟୁ ଆହୁରି ବଢ଼େଇ ଦୀର୍ଘଜୀବୀ କରିବା ପାଇଁ ବୈଜ୍ଞାନିକ ମାନେ ଅଣ୍ଟା ଭିଡ଼ିଛନ୍ତି। ସମୟ ସହିତ ବୟସ୍କ ହେବାର ବୈଜ୍ଞାନିକ କାରଣ ହେଲା ଶରୀର ଭିତରେ ଘଟୁଥିବା ଅନେକ ଜଟିଳ ଜୈବିକ ପରିବର୍ତ୍ତନ। ବୟସ ବଢ଼ିଲେ ଗୁଣସୂତ୍ର ଗୁଡ଼ିକ ଧୀରେ ଧୀରେ ଭାଙ୍ଗି ଅକାମୀ ହେଇପଡ଼ନ୍ତି ଓ ଅନେକ ପ୍ରୋଟିନଗୁଡ଼ିକ ଜରୁରୀ ଜୈବିକ ପ୍ରକ୍ରିୟାଗୁଡ଼ିକରେ ଭାଗ ନେଇପାରନ୍ତିନି। କୋଷଗୁଡ଼ିିକ ଅନବରତ କାର୍ଯ୍ୟ କରିବା ସମୟରେ ଅନେକ ବର୍ଜ୍ୟବସ୍ତୁ ତିଆରି ହୁଏ; ଯାହା ସେମିତି ଜମା ହୋଇ ରହେ ଓ ଶରୀରର ଶକ୍ତି ପ୍ରଦାନ କରିବା କ୍ଷମତା ହ୍ରାସ କରେ। ଏହାଛଡ଼ା ଖାଦ୍ୟ ପଦାର୍ଥର ହଜମ ଓ ଜାରଣ ସମୟରେ ନିର୍ଗତ ହେଉଥିବା ଅମ୍ଳଜାନ ଆୟନ ଅନେକ ଫ୍ରି ରାଡିକାଲ ବା ମୁକ୍ତ ମୂଳକମାନ ତିଆରି କରେ; ଯାହା ଶରୀରର ଅନେକ ସୁସ୍ଥ କୋଷଗୁଡ଼ିକୁ ନଷ୍ଟ କରିଥାଏ। ଏହାଛଡ଼ା ବୟସ୍କ ହେବାର ଅନେକ ଅଜଣା କାରଣ ଅଛି। ମଣିଷ ଶରୀର ଅନେକ କୋଷକୁ ନେଇ ଗଠିତ। କୋଷଗୁଡ଼ିକ ଏକରୁ ଦୁଇ, ୨ରୁ ଚାରି ହୋଇ ବିଭାଜନ ପ୍ରକ୍ରିୟାରେ ବଢ଼ିଥାନ୍ତି। ଆମ ଶରୀରର ଗୋଟିଏ କୋଷ ଏହିପରି ୫୦ ଥର ବିଭାଜନ ହେଲା ପରେ ମୃତ୍ୟୁବରଣ କରିଥାଏ ବୋଲି ପରୀକ୍ଷା କରି ଜଣାପଡ଼ିଛି। ତିରିଶ ବର୍ଷ ପରେ ମଣିଷ ଶରୀରର ଧୀରେ ଧୀରେ ଶିଥିଳତା ଆସେ ଓ ବାର୍ଦ୍ଧକ୍ୟ ଆଡ଼କୁ ପାଦ ପକାଏ । କିନ୍ତୁ ସବୁଠୁ ରୋଚକ କଥା ହେଲା ମଣିଷ ଶରୀରରେ କିଛି ଏମିତି କୋଷ ଅଛି, ଯାହା ମରେ ନାହିଁ। ଉଦାହରଣ ସ୍ବରୂପ କର୍କଟ ଆକ୍ରାନ୍ତ କୋଷଗୁଡ଼ିକ ମରିବାର ସବୁ ଗୁଣ ହରେଇ ବସିଥାନ୍ତି। ଷ୍ଟେମ ସେଲ ଓ ଜର୍ମ ସେଲର ମଧ୍ୟ ଏହି ଗୁଣ ଅଛି। ଯେହେତୁ ଗୁଣସୂତ୍ର ବା ଜିନ୍‌ ମଣିଷର ବାର୍ଦ୍ଧକ୍ୟ ପାଇଁ ମୋଟାମୋଟି ଦାୟୀ। ବୈଜ୍ଞାନିକମାନେ ଏବେ ଏପରି ଜିନ୍‌ର ସନ୍ଧାନରେ ଅଛନ୍ତି, ଯାହା ବୟସକୁ ଅଟକେଇ ପାରିବ।
ଆମେରିକାର ବକ ବୟସ ଗବେଷଣା କେନ୍ଦ୍ର ଓ ଚାଇନାର ନାଞ୍ଜିଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତ ଭାବରେ ଏପରି ଏକ ଜିନ୍‌ର ସନ୍ଧାନ କରିଛନ୍ତି, ଯାହା ମଣିଷର ପରମାୟୁ ୪୦୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ କରିପାରେ ବୋଲି ଏକ ଗବେଷଣା ପ୍ରବନ୍ଧରେ ପ୍ରକାଶ ପାଇଛି । ପ୍ରାରମ୍ଭିକ ଭାବରେ ଆମେରିକାର ନର୍ଥ ଓ୍ବେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବୟସ ବୃଦ୍ଧି କରୁଥିବା ଗୁଣସୂତ୍ରକୁ ପୋକଙ୍କଠାରେ ଠାବ କରିସାରିଛନ୍ତି। ଗୁଗଲ, ଓରାକେଲ ଭଳି ବିଶ୍ୱର ଅନେକ ବଡ଼ ବଡ଼ ଘରୋଇ ସଂସ୍ଥା ହଜାର ହଜାର କୋଟି ଟଙ୍କା ଏବେ ଏପରି ଗବେଷଣାରେ ଲଗେଇ ସାରିଲେଣି। ଅମରତ୍ୱ ପାଇବା ପାଇଁ ଆହୁରି ଅନେକ ଉପାୟ ଗୁଡ଼ିକ ଭିତରେ ହେଲା ବୟସ୍କ କରୁଥିବା ଗୁଣସୂତ୍ରକୁ ବାହାର କରି ଅମର ଗୁଣସୂତ୍ରରେ ବଦଳେଇ ଦେବା। ଯୋଉଦିନ ବୈଜ୍ଞାନିକମାନେ ଏକ ଅମର ଗୁଣସୂତ୍ରର ସନ୍ଧାନ ପାଇଯିବେ ମଣିଷ ଅମରତ୍ୱ ପ୍ରାପ୍ତ ନ କଲେ ମଧ୍ୟ ୫୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ। ଆଉ ଗୋଟେ ଉପାୟ ହେଲା କ୍ଲୋନିଂ। ଏହାଦ୍ୱାରା ମଣିଷର ପୁରୁଣା ଅଙ୍ଗ ପ୍ରତ୍ୟଙ୍ଗକୁ ନୂଆ ସମ୍ପୂର୍ଣ୍ଣ ମଣିଷର ଶରୀର ଦ୍ୱାରା ବଦଳେଇ ଦେବା। କ୍ଲୋନିଙ୍ଗର ସଫଳ ପ୍ରଦର୍ଶନ ବୈଜ୍ଞାନିକ ମେଣ୍ଢା ଓ ମୂଷା ପରି ପ୍ରାଣୀଙ୍କ ଦେହରେ କରି ସଫଳତା ପାଇଁ ସାରିଲେଣି । ସେହିପରି କ୍ରାୟୋଜେନିକ ବା ନିମ୍ନତାପିକି କୌଶଳ ଦ୍ୱାରା ମଣିଷର ଶରୀରକୁ ବର୍ଷ ବର୍ଷ ଧରି ସୁପ୍ତ ଅବସ୍ଥାରେ ସଂରକ୍ଷଣ କରି ରଖା ଯାଇପାରିବ ଓ ଦରକାର ପଡ଼ିଲେ ନିଦରୁ ଉଠିଲା ପରି ଚେଇଁ ନୂଆ ଜୀବନ ବିତେଇବ। ୟା ଭିତରେ ରୁଷିଆର ଜଣେ ଧନୀ ଶିଳ୍ପପତିଙ୍କ ଆର୍ଥିକ ଅନୁଦାନରେ ପ୍ରୋଜେକ୍ଟ- ୨୦୪୫ ନାମକ ଗବେଷଣା ଅନୁଯାୟୀ ମଣିଷର ମସ୍ତିଷ୍କକୁ ପ୍ରୋଗ୍ରାମିଂ କରି ଏକ କମ୍ପୁଟର ହାର୍ଡ ଡ୍ରାଇଭରେ ଭର୍ତ୍ତି କରିଦିଆଯିବ ଓ ମଣିଷ ଅମରତ୍ୱ ଲାଭ କରିବ। ଏହି ସଂସ୍ଥାର ଦାବି ଅନୁଯାୟୀ ଆଗାମୀ ୧୭ ବର୍ଷ ଭିତରେ ମଣିଷ ଏହି ସାଇବର ବ୍ରେନ ଉପାୟରେ ଅମରତ୍ୱ ଲାଭ କରିବାରେ ସଫଳ ହେବ। ତେବେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ଜର୍ନାଲରେ ପ୍ରକାଶିତ ଏକ କୌତୂହଳପୂର୍ଣ୍ଣ ଗାଣିତିକ ସମ୍ମୀକରଣ ଅନୁସାରେ ମଣିଷ ଭଳି ବହୁ କୋଷିୟ ପ୍ରାଣୀର କୋଷିକାର ମୃତ୍ୟୁ ଗତିକୁ ଅଟକେଇଲେ ଏକା ସମୟରେ କର୍କଟ ଆକ୍ରାନ୍ତ କୋଷିକାଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ହେବ। ତେଣୁ ଏହି ଗାଣିତିକ ସମ୍ମୀକରଣ ଅନୁସାରେ ମଣିଷ ପାଇଁ ଅମରତ୍ୱ ଲାଭ କରିବା ଅସମ୍ଭବ।
ଆମ ଆଖ ପାଖରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯିଏ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ଉଦାହରଣ ସ୍ବରୂପ ଆମେରିକାରେ ମିଳୁଥିବା ବ୍ରିଷ୍ଟଲ ପାଇନ ଗଛ ୫୦୦୦ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ସାଧରଣତଃ ବରଗଛ ହଜାରେ ବର୍ଷ ପର୍ଯ୍ୟନ୍ତ, ସମୁଦ୍ରି ଲବଷ୍ଟର ୧୪୦ ବର୍ଷ, ତିମି ମାଛ ୨୦୦ ବର୍ଷ, ବୃହତ୍ତାକାର କଇଁଛ ୨୫୬ ବର୍ଷ, ଗ୍ରୀନଲ୍ୟାଣ୍ଡ ସାର୍କ ୨୦୦ ବର୍ଷ ଓ ଆଇସଲ୍ୟାଣ୍ଡ ଶାମୁକା ୫୦୭ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଛି। ତେଣୁ ମଣିଷ ଯେ ଦିନେ ନିଜର ଜୀବନ ଧାରଣ ସମୟ ସୀମାକୁ ଇଚ୍ଛା ଅନୁସାରେ ବଢ଼େଇ ପାରିବ ଏହାର ଯଥେଷ୍ଟ ସମ୍ଭାବନା ଅଛି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡା, ପୂର୍ବ ସିଂଭୁମି, ଝାରଖଣ୍ଡ
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri