ମହାମାରୀ କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ତାଲା ପଡିଛି। ଆଜିକାଲି ବାହାରକୁ ଯାଇ ନ ପାରି ଲୋକମାନେ ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ମଧ୍ୟରେ ଲୋକେ ଠକାମିର ଶିକାର ହେଉଥିବା ଦେଖାଯାଇଛି। ସୁମିତ ଚୌହାନ ନାମକ ଜଣେ ବ୍ୟକ୍ତି ନିକଟରେ ଅନଲାଇନ ସପିଂ ୱେବସାଇଟ ଆମାଜନରୁ କ୍ୟାମେରା କିଣିଥିଲେ। ଅଗଷ୍ଟ ୨୭ରେ ସୁମିତ ତାଙ୍କ କ୍ରେଡିଟ କାର୍ଡରୁ ୧.୪୦ ଲକ୍ଷ ଟଙ୍କାର ଏହି କ୍ୟାମେରା ବୁକ କରିଥିଲେ। ଘରେ କ୍ୟାମେରା ପହଞ୍ଚିବା ପରେ ପ୍ୟାକେଟ୍ ଖୋଲିବା ମାତ୍ରେ ତାଙ୍କ ହୋସ୍ ଉଡିଯାଇଥିଲା। ପ୍ୟାକେଟ୍ରେ କ୍ୟାମେରା ନୁହେଁ, ପୁରୁଣା ଜୋତା ଏବଂ ପଥର ଦେଖିବାକୁ ମିଳିଥିଲା। ସୁମିତ ଏହାର ଭିଡିଓ ଶୁଟିଂ କରି ସୋସିଆଲ ମିଡିଆରେ ଛାଡିଥିଲେ। ଏହାପରେ ସେ ଡିଲରଙ୍କୁ ଫୋନ କରିଥିଲେ। କିନ୍ତୁ ଡିଲର କହିଥିଲେ ଯେ ତାଙ୍କ ପାଖରୁ ପ୍ରକୃତ କ୍ୟାମେରା ପଠାଯାଇଛି। ଏହାପରେ ସୁମିତ ଆମାଜନ ସହିତ ଯୋଗାଯୋଗ କରିଥିଲେ। ଅନେକ ଇମେଲ ପରେ ଆମାଜନ ପ୍ରତିକ୍ରିୟା ଦେଇଛି ଯେ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଏଥିପାଇଁ ସୁମିତଙ୍କୁ କମ୍ପାନୀ କ୍ଷମା ମାଗିଛି।
#Fraud_by_Amazon मैंने @amazonIN को Panasonic Lumix GH5 कैमरे के लिए 1.40 लाख रुपये दिए और बदले में @amazon मुझे फटे-पुराने जूते और पत्थर से भरा बॉक्स पकड़ा गया। अमेज़न इंडिया हेड @AmitAgarwal ने शायद तरक्की का नया रास्ता निकाला है। pic.twitter.com/iTunT6uwbc
— Sumit Chauhan (@Sumitchauhaan) September 3, 2020