Posted inଖେଳ

ମମତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟର ମମତା ଭୁଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନଭେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ ଓଡ଼ିଶାର ୨୫ ଜଣ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୭ ବାଳିକା ଓ ୫ ବାଳକ ଫାଇନାଲରେ ପହଞ୍ଚତ୍ଥିଲେ ବୋଲି ଓଡ଼ିଶା ଯୋଗ ସ୍ପୋଟର୍‌ସ ଆସୋସିଏଶନ ସମ୍ପାଦକ ଡ. ଗଗନେନ୍ଦୁ ଦାଶ ପ୍ରକାଶ କରିଛନ୍ତି। ୩୦ ବର୍ଷରୁ କମ୍‌ ମହିଳା ବିଭାଗରେ ସଫଳତା ପାଇଥିବା ମମତାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ।...

ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ବୁଧବାର ଟୋକିଓରେ ଆରମ୍ଭ ହୋଇଛି। ବିଶ୍ୱର ୧୯୨ ପ୍ରତିଯୋଗୀଙ୍କୁ ନେଇ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ...

ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଏବେ ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...

ଦେଶ ଲାଗି ଖେଳି ପାରିବିନି ବୋଲି କେତେକ କହୁଥିଲେ: ବୁମ୍‌ରା

ନୂଆଦିଲ୍ଲୀ,୨୭।୪(ପି.ଟି): ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ନିଜର ସ୍ବତନ୍ତ୍ର ପରିୟ ସୃଷ୍ଟି କରିଛନ୍ତି। ତେବେ ନିଜର...

ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ସୁପର ଲିଗ୍‌ ଆରମ୍ଭ

ଜୋହାନ୍ସବର୍ଗ,୬।୯- ଆଗାମୀ ବର୍ଷ ହେବାକୁ ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଦଳ ପ୍ରସ୍ତୁତ କରିବା ପାଇଁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଟକ୍ସ କ୍ରିକେଟ କ୍ଲବହାଉସଠାରେ...

ଇତିହାସ ରଚିଲେ ରୋନାଲ୍ଡୋ

କାତାର,୨୫।୧୧: ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଇତିହାସ ସୃଷ୍ଟି କରିଛନ୍ତି। ସେ ଫିଫା ବିଶ୍ୱକପର ପାଞ୍ଚଟି ସଂସ୍କରଣରେ ଗୋଲ ସ୍କୋର କରିବାରେ...

ମହିଳା କ୍ରିକେଟର୍‌ଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର...

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ...

Advertisement
Archives

Model This Week