Posted inଜାତୀୟ

ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ

କୋଲକାତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ଭାଜପାରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ ୯ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସୁପ୍ରିୟୋଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ ଭୋମିକ, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୁସେନ ଏବଂ ସତ୍ୟଜିତ୍‌ ବର୍ମନ ରାଜ୍ୟପାଳଙ୍କ ଦ୍ୱାରା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଦିବାସୀ ନେତା ବିରବାହା ହାଂସଦା ଏବଂ ବିପ୍ଲବ ରୟ ଚୌଧୁରୀ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ମହମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହେବା ପରେ ବିବାଦରେ ରହିଛନ୍ତି ମମତା। ଏହି ବିବାଦ ଭିତରେ ସେ ନିଜର କ୍ୟାବିନେଟ ସଂପ୍ରସାରଣ ବା ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିଲେ।
ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାର ତଦନ୍ତ କରି ଇଡି ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ଜବତ କରିଛି। ଏଥିସହ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରିଛି। ପାର୍ଥ ଗିରଫ ହେବା ପରେ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ। ତେଣୁ ତାଙ୍କ ଦାୟିତ୍ୱରେ ଥିବା ବିଭାଗ ଖାଲି ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଜିଟି ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୮ା୧୨: ଗୋବରୀ ନଦୀକୁ ଛଡ଼ାଯାଉଥିବା ବର୍ଜ୍ୟଜଳ ନିୟନ୍ତ୍ରଣରେ ବିଫଳତା ପାଇଁ କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ୨୪ ଲକ୍ଷ ଟଙ୍କା...

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ...

ସକ୍ରିୟ ମାମଲା ୬୧ ହଜାର ଟପିଲା…

ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି ।...

ଖାଲକୁ ଖସିଲା ବରଯାତ୍ରୀ ଗାଡି: ଚାଲିଗଲା ୧୧ ଜୀବନ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡର ଚମ୍ପାବନରେ ଏକ ଅଭାବନୀୟ ଘଟଣା ଘଟିଛି। ବରାଯାତ୍ରୀଙ୍କୁ ନେଇ ଆସୁଥିବା ଗାଡି ହଠାତ୍‌ ରାସ୍ତା କଡରେ ଥିବା ଖାଲକୁ ଖସିପଡିଛି। ଏଥିରେ ୧୧...

ବୃଦ୍ଧି ହେବ କରୋନା ଭାଇରସ ଯୋଗୁ ଭାରତରେ ଫସିଥିବା ବିଦେଶୀଙ୍କ ଭିଜା ଅବଧି

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସକୁ ନେଇ ଦେଶରେ ହଠାତ୍‌ ଲକ୍‌ ଡାଉନ ଘୋଷଣା କରାଯିବା ପରେ କେତେଜଣ ବିଦେଶୀ ନାଗରିକ ଭାରତରେ ଫସି ରହିଛନ୍ତି। ଏହି ସମୟ...

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ବିରୋଧ: କୃଷକ ଖୋଳିଦେଲେ ହେଲିପ୍ୟାଡ

ଚଣ୍ଡିଗଡ଼,୨୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିୟାଣାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଉଛି । ଅମ୍ବାଲାରେ...

ଏହି ରାଜ୍ୟରେ ମଦ୍ରାସା ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ଗୁଆହାଟୀ, ୧୦।୧୦: ଆସାମରେ ଶାସକ ଭାଜପା ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ବନ୍ଦ କରାଯିବ। ଏହି...

Advertisement
Archives

Model This Week