ମୋବାଇଲ୍‌ ଗେମ୍‌ ପାଇଁ ନାବାଳକଙ୍କୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଲକି କୋର୍ଟ ଚାଲାଣ

କୋରାପୁଟ,୧୭।୪(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ମୋବାଇଲ୍‌ ଗେମ୍‌କୁ ନେଇ ଜଣେ ନାବାଳକକୁ ତାଙ୍କର ଦୁଇ ସାଙ୍ଗ ପଥରରେ ଛେଚି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକି ମାଳୀ(୧୯)ଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟତମ ନାବାଳକ ଅଭିଯୁକ୍ତଙ୍କୁ ଜୟପୁରସ୍ଥିତ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ନିକଟରେ ହାଜର କରାଯାଇଥିବା ଟାଉନ ଥାନା ଅଧିକାରୀ ଧୀରେନ୍‌ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ୩ ସାଙ୍ଗ ମିଶି ମୋବାଇଲ୍‌ ଫୋନ୍‌ରେ ଫ୍ରି ଫାୟାର୍‌ ଗେମ୍‌ ଖେଳୁଥିଲେ। ଏଥିରେ ଲୁଲୁ ହାରିଯାଇଥିଲେ। ଫଳରେ ପାଖରେ ଥିବା ଲକି ଏବଂ ଅନ୍ୟଜଣେ ନାବାଳକ ସାଙ୍ଗ ଖେଳିବା ପାଇଁ ଲୁଲୁଙ୍କୁ ଫୋନ୍‌ ମାଗିଥିଲେ। ଲୁଲୁ ଫୋନ୍‌ ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଲକି ଏବଂ ତାଙ୍କ ସାଙ୍ଗ ପଥରରେ ଲୁଲୁଙ୍କୁ ଆକ୍ରମଣ କରିଥିଲେ। ଲୁଲୁ ଅଚେତ ହୋଇ ତଳେ ପଡ଼ିଯିବାରୁ ସେ ମରିଯାଇଥିବା ଭାବି ତାଙ୍କୁ ଘୋଷାଡ଼ି ନେଇ କୋଲବ ନଦୀରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ବିଫଳ ହୋଇଥିବାବେଳେ ଶୁକ୍ରବାର ଲୁଲୁଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ମା’ ଟାଉନ ଥାନା ପୋଲିସକୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?