ମାଲକାନଗିରି ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗ୍ରାମ

ମାଲକାନଗିରି,୨୯ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗ୍ରାମ ଥାଇ ମଧ୍ୟ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ୨ ବର୍ଷ ପୂର୍ବେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ ପ୍ରଶାସନ ରେକର୍ଡରେ ନ ଥିବାରୁ ଆନ୍ଧ୍ରପ୍ରଦେଶ ଏହି ଗ୍ରାମକୁ କବ୍‌ଜା କରିଥିଲା। ଏହି ଘଟଣା ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀମାନେ ତପତ୍ର ହୋଇ ଉକ୍ତ ଗ୍ରାମକୁ ଯାଇ ସମସ୍ତ ସୁବିଧା ସୁଯୋଗ ଦେବା ସହ ସେଠାରେ ତୁରନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଶିକ୍ଷା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମକୁ ପ୍ରଶାସନ ନିଜ ରେକର୍ଡରେ ଅନ୍ତର୍ଭୁକ୍ତ କରିଥଲା।
ସେହିପରି ଏକ ଗ୍ରାମ ମାଲକାନଗିରି ଜିଲା ଗୁଗୁଲ ଆପ୍‌ ମାନଚିତ୍ରରେ ଥିବା ବେଳେ ପ୍ରଶାସନିକ ରେକର୍ଡରେ ନ ଥିବା ଆଶ୍ଚର୍ଯ୍ୟ କରୁଛି। ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗନ୍ଧୀ ନାମକ ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଜନଜାତିର ଡିଡାଇ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ନାକାମାମୁଡି ସଦର ପଞ୍ଚାୟତଠାରୁ ନିଲାପାରି, ପିପିଲିପଦର ଓ କେନ୍ଦୁଗୁଡା ଗ୍ରାମକୁ ଗଲା ପରେ କେନ୍ଦୁଗୁଡା ଛକରୁ ତାରକାଗୁଡା ଯିବା ରାସ୍ତାରେ ଏହି ଗ୍ରାମ ପଡୁଥିବା ବେଳେ ମଝିରେ ୧ କି.ମି.ଘାଟି ପାର ହେଲା ପରେ ଏହି ଗ୍ରାମ ପଡୁଛି। ତେବେ ଏହି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ହୋଇଛି। ଏହି ଗ୍ରାମକୁ ଯେଉଁ ରାସ୍ତା ନିର୍ମାଣ ଚାଲିଛି ତାହା ଦାମୋଦରବେଡା ଗ୍ରାମ ନାମରେ ଚାଲିଥିବା ବେଳେ ଏହି ଗ୍ରାମର ଜନସାଧାରଣ ଦାମୋଦରବେଡା ଗ୍ରାମ ନାମରେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କିମ୍ବା ବିଦ୍ୟାଳୟ ନାହିଁ। ଗ୍ରାମର କୌଣସି ଲୋକଙ୍କ ଘରବାରି ପଟ୍ଟା, ଜମି ପଟ୍ଟା କିମ୍ବା ଜଙ୍ଗଲ ଜମି ପଟ୍ଟା ନାହିଁ, କିନ୍ତୁ ଏହି ଗ୍ରାମବାସୀ ଆଜକୁ ପ୍ରାୟ ୭୫ ବର୍ଷ ହେଲା ସେଠାରେ ବସବାସ କରୁଥିବା ମୁଖିଆ ପଲାସୀ ପ୍ରକାଶ କରିଛନ୍ତି। ଏଥିପାଇିଁ ଗ୍ରାମବାସୀ ପୂର୍ବରୁ ଅନେକ ଥର ଜିଲାପାଳ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଦୀର୍ଘ ୭୫ ବର୍ଷ ହେଲା ମାଲକାନଗିରି ଜିଲାରେ ବସବାସ କରୁଥିଲେ ମଧ୍ୟ ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରେକର୍ଡରେ ତାଙ୍କ ଗ୍ରାମ ନାମ ନ ଚଢିବାରୁ ଗ୍ରାମବାସୀ ବାଧ୍ୟ ହୋଇ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ତୁରନ୍ତ ରାଜସ୍ବ ଗ୍ରାମ ଘୋଷଣା କରାଯିବା ସହ ସମସ୍ତ ପରିବାରଙ୍କୁ ୧ ମାସ ମଧ୍ୟରେ ଘରବାରି, ଚାଷ ଜମି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଅଙ୍ଗନଓ୍ବାଡି, ବିଦ୍ୟାଳୟ, ପାନୀୟ ଜଳ ଇତ୍ୟାଦିର ସୁବିଧା କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri