Posted inଜାତୀୟ

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଆୟୋଜନ କରିଥିବା ଏହି ରାତ୍ରୀ ଭୋଜନରେ ଇବ୍ରାହିମ ମହାନ ଗାୟକ କିଶୋର କୁମାରଙ୍କ ଲୋକପ୍ରିୟ ଗୀତ ‘ଖ୍ୱାବ୍ ହୋ ତୁମ୍ ୟା କୋଇ ହକିକତ୍‌’ ଗାଇଛନ୍ତି।

ଇବ୍ରାହିମ ନିଜେ ଏହି ପରିବେଷଣର ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଭିଡିଓରେ ଜଣେ ପିଆନୋ ବାଦକ ଗୀତର ସଙ୍ଗୀତ ବଜାଉଥିବା ବେଳେ ମାଲେସିଆ ପ୍ରଧାନମନ୍ତ୍ରୀ ଗୀତଟି ଗାଉଥିବା ଦେଖାଯାଇଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଶୋର କୁମାରଙ୍କ ପ୍ରତି ଅନୱାର ଇବ୍ରାହିମଙ୍କ ଭଲପାଇବା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଭାରତର ମହାନ ଗାୟକଙ୍କ ଜଣେ ପ୍ରଶଂସକ ବୋଲି କହିସାରିଛନ୍ତି । ୨୦୨୪ରେ ଭାରତରେ ଏକ ସାକ୍ଷାତକାର ସମୟରେ ମଧ୍ୟ ଇବ୍ରାହିମ ଏହି ସମାନ ଗୀତ ଗାଇଥିଲେ।

୧୯୬୫ର ହିନ୍ଦୀ ଫିଲ୍ମ ତୀନ୍ ଦେବିୟାଁର ଏହି ଗୀତକୁ କିଶୋର କୁମାର ଗାଇଥିବା ବେଳେ ଏସ୍‌.ଡି. ବର୍ମନ ସଙ୍ଗୀତ ଦେଇଥିଲେ ଏବଂ ମଜରୁହ ସୁଲତାନପୁରୀ ଗୀତ ଲେଖିଥିଲେ। ଏହା କିଶୋର କୁମାରଙ୍କ ଲୋକପ୍ରିୟ ରୋମାଣ୍ଟିକ୍‌ ଗୀତ ମଧ୍ୟରୁ ଅନ୍ୟତମ। ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଶନିବାର ଅନୱାର ଇବ୍ରାହିମ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ । ଆଲୋଚନା ସମୟରେ ସେ ମୋଦିଙ୍କ ଲୋକପ୍ରିୟତାର ମଧ୍ୟ ପ୍ରଶଂସା କରିଥିଲେ। ଇବ୍ରାହିମ କହିଥିଲେ, “ଦେଖନ୍ତୁ, ପ୍ରଧାନମନ୍ତ୍ରୀ ମୋଦି କେତେ ଲୋକପ୍ରିୟ। ତାଙ୍କ ପାଇଁ ଅଭିନନ୍ଦନ ଜଣାଇବାକୁ ମୋତେ ଅନେକ ମେସେଜ୍‌ ମିଳିଛି।”

ବ୍ରିକ୍ସ ଗାଲା ଡିନରରେ କେବଳ ସଙ୍ଗୀତ ନୁହେଁ, ଭାରତୀୟ ଖାଦ୍ୟ ମଧ୍ୟ ବିଶେଷ ଆକର୍ଷଣ ଥିଲା। ଅତିଥିମାନଙ୍କ ପାଇଁ ଖାଣ୍ଡଭି ମିଲ୍‌-ଫୋଇ, ଖୁମ୍ବ ଗଲୌଟି, ପନିର ଲବାବଦାର, ଗୁଚ୍ଛି ମାର୍ମିକ, ମିଲେଟ୍‌ ପୁଲାଓ ଏବଂ ବିଟ୍‌ରୁଟ୍‌ ରାଇତା ଭଳି ବ୍ୟଞ୍ଜନ ପରସା ଯାଇଥିଲା।ମିଠାରେ ଓଲ୍ଡ ଦିଲ୍ଲୀ ଫ୍ରୁଟ୍‌ କ୍ରିମ୍‌ ସହ ଜାଲେବି ଏବଂ ଶହତୂତ ଫିର୍ନି ପରସା ଯାଇଥିଲା। ଏହାସହ ଗାଲା ଡିନରରେ ‘ନବରସ-ଦି ୟୁନିଭର୍ସ ଅଫ୍‌ ସେୟାର୍ଡ ଇମୋସନ୍ସ’ ନାମରେ ସାଂସ୍କୃତିକ ପରିବେଷଣ ଏବଂ ‘ୱାନ୍‌ ରିଦମ୍‌, ମ୍ୟାନି କଲଚର୍ସ’ ନାମରେ ବ୍ରିକ୍ସ ସିମ୍ଫୋନୀ ମଧ୍ୟ ପରିବେଷିତ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?