ରାଜ୍ୟରେ ମ୍ୟାଲେରିଆ ୪୦.୩୯% କମିଛି

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ମ୍ୟାଲେରିଆ ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ୨୦୧୯ରେ ୧୭.୬% ହ୍ରାସ ପାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୨୦ରେ ପ୍ରକାଶ ପାଇଛି। ତେବେ ଦେଶରେ ମ୍ୟାଲେରିଆ ହ୍ରାସ କରାଇବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ରାଜ୍ୟରେ ୨୦୧୭ ତୁଳନାରେ ୨୦୧୮ରେ ସର୍ବାଧିକ ୮୧% ହ୍ରାସ ପାଇଥିଲା। ୨୦୧୯ରେ ୩୯,୫୫୬ ମ୍ୟାଲେରିଆ କେସ୍‌ ରହିଥିବାବେଳେ ଏହା ୨୦୧୮ଠାରୁ ୪୦.୩୯% କମ୍‌। ୨୦୧୮ରେ ମୋଟ ପଜିଟିଭିଟି ରେଟ୍‌ ୧.୦୮% ଥିବାବେଳେ ୨୦୧୯ରେ ୦.୬%କୁ ଖସି ଆସିଥିବାରୁ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏହା ରାଜ୍ୟର ବଡ଼ ସଫଳତା ବୋଲି କୁହାଯାଉଛି।
ଜାତୀୟସ୍ତରରେ ମ୍ୟାଲେରିଆ ହାର ହ୍ରାସ କରିବାରେ ୨୦୧୬ରୁ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ରାଜ୍ୟ ସରକାରଙ୍କ ଦୃଢ଼ ତଥା ଶକ୍ତିଶାଳୀ ପଦକ୍ଷେପ ଓ ନିରନ୍ତର ପ୍ରୟାସ ଯୋଗୁ ମ୍ୟାଲେରିଆ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିଲା। ଓଡ଼ିଶାରେ ୨୦୧୬ରେ ରେକର୍ଡ ସଂଖ୍ୟକ ୪,୪୪,୮୪୨ ମାମଲା ରହିଥିଲା। ଏହା ଜାତୀୟ ହାରର ୪୦.୯୧% ଥିଲା। ସେହିବର୍ଷ ମୃତ୍ୟୁ ହାର ମଧ୍ୟ ୨୩.୨୬% ରହିଥିଲା। ୨୦୧୭ରେ ମ୍ୟାଲେରିଆ ମାମଲା ସଂଖ୍ୟା ୩,୪୭,୮୬୦କୁ ଖସିଥିଲା। ସେହିଭଳି ମୃତ୍ୟୁ ସଂଖ୍ୟା କମିବା ସହିତ ଜାତୀୟ ହାର ମଧ୍ୟ ହ୍ରାସ ପାଇଥିଲା। ୨୦୧୬ରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୭୭ ଥିବାବେଳେ ୨୦୧୭ରେ ୨୪କୁ ଖସି ଆସିଥିଲା, ଯାହା ଜାତୀୟ ହାରର ୧୨.୩୭% ଥିଲା। ୨୦୧୮ରେ ମାମଲା ସଂଖ୍ୟା ୬୬,୩୧୧ ଓ ମୃତ୍ୟୁ ସଂଖ୍ୟା ୩କୁ ଖସି ଆସିଥିବାବେଳେ ୨୦୧୯ରେ ୩୯,୫୫୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୯ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ...

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri