Posted inଜାତୀୟ

ରେଳ ଲାଇନ ଉପରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ…

ମୁର୍ଶିଦାବାଦ,୨୧।୧୨: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ରେଳ ଲାଇନ ଉପରେ ରିଲ୍‌ କରିବା ପଡିଲା ମହଙ୍ଗା ପଡିଛି। ହଠାତ ଟ୍ରେନ ଆସିଯିବାରୁ ରିଲ ତିଆରି କରିଥିବା ୭ ଜଣ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ନାବାଳକ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ମାଲଦା ଡିଭିଜନର ଆଜିମଗଞ୍ଜ-ନ୍ୟୁ ଫରକ୍କା ଡିଭିଜନରେ ଘଟିଛି। ପୂର୍ବାଞ୍ଚଳ ରେଳ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ ବୁଧବାର ସୁଜନିପାରା ଏବଂ ଆହିରନ ଷ୍ଟେଶନ ମଧ୍ୟରେ ନଦୀ ଉପରେ ଥିବା ରେଳ ଟ୍ରାକ ବ୍ରିଜ ଉପରେ କିଛି ନାବାଳକ ରିଲ୍‌ ତିଆରି କରୁଥିଲେ। ଏହି ସମୟରେ, ଟ୍ରେନ ନମ୍ବର ୧୩୦୫୩ ହାୱଡା-ରାଧିକାପୁର କୁଲିକ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଆସିଥିଲା। ନାବାଳକଙ୍କ ମଧ୍ୟରୁ ଦୁଇଜଣ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ଜୀବନ ରକ୍ଷା କରିଥିଲେ, କିନ୍ତୁ ଅନ୍ୟ ପାଞ୍ଚଜଣଙ୍କୁ ଟ୍ରେନ ଧକ୍କା ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ।

ନିଜ ଜୀବନକୁ ବିପଦରେ ପକାଇ ରେଳ ଟ୍ରାକରେ ରିଲ ତିଆରି କରିବା ଭୁଲ୍‌। ଏହି କାରଣରୁ ଅନେକ ଦୁର୍ଘଟଣା ଅତୀତରେ ମଧ୍ୟ ଘଟିଛି। ନିକଟରେ, ଡିସେମ୍ବର ୧୫ ରେ, ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇ ଜଣ ଯୁବକ ଏବଂ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଥିଲା ସେମାନେ ମୁସୁରୀ ପୋଲିସ ଷ୍ଟେଶନ ଅଞ୍ଚଳର କାଲୁ ଗୌରୀ ଫାଟକ ନିକଟରେ ରେଳ ଟ୍ରାକରେ ରିଲ ତିଆରି କରିବାକୁ ଆସିଥିଲେ ଏବଂ ଏହି ସମୟରେ ସେମାନେ ଗାଜିଆବାଦରୁ ମୋରାଦାବାଦ ଅଭିମୁଖେ ଯାଉଥିବା ପଦ୍ମାବତ ଏକ୍ସପ୍ରେସ ସହ ଧକ୍କା ଦେଇଥିଲେ।

ପ୍ରାୟ ପାଞ୍ଚ ମାସ ପୂର୍ବେ ମୋରାଦାବାଦରେ ମଧ୍ୟ ଜଣେ ଅଟୋ ଡ୍ରାଇଭର ନିଜ ସାଙ୍ଗମାନଙ୍କ ସହିତ ରେଳ ଟ୍ରାକରେ ରିଲ ତିଆରି କରୁଥିବା ସମୟରେ ଟ୍ରେନ ଧକ୍କାରେ ଜୀବନ ଦେଇଥିଲେ। ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ତାଙ୍କୁ ସାଙ୍ଗମାନେ ଟ୍ରେନ ଆଗରେ ଠେଲି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?