Posted inଜାତୀୟ

ରେଳ ଲାଇନ ଉପରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ…

ମୁର୍ଶିଦାବାଦ,୨୧।୧୨: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ରେଳ ଲାଇନ ଉପରେ ରିଲ୍‌ କରିବା ପଡିଲା ମହଙ୍ଗା ପଡିଛି। ହଠାତ ଟ୍ରେନ ଆସିଯିବାରୁ ରିଲ ତିଆରି କରିଥିବା ୭ ଜଣ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ନାବାଳକ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ମାଲଦା ଡିଭିଜନର ଆଜିମଗଞ୍ଜ-ନ୍ୟୁ ଫରକ୍କା ଡିଭିଜନରେ ଘଟିଛି। ପୂର୍ବାଞ୍ଚଳ ରେଳ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ ବୁଧବାର ସୁଜନିପାରା ଏବଂ ଆହିରନ ଷ୍ଟେଶନ ମଧ୍ୟରେ ନଦୀ ଉପରେ ଥିବା ରେଳ ଟ୍ରାକ ବ୍ରିଜ ଉପରେ କିଛି ନାବାଳକ ରିଲ୍‌ ତିଆରି କରୁଥିଲେ। ଏହି ସମୟରେ, ଟ୍ରେନ ନମ୍ବର ୧୩୦୫୩ ହାୱଡା-ରାଧିକାପୁର କୁଲିକ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଆସିଥିଲା। ନାବାଳକଙ୍କ ମଧ୍ୟରୁ ଦୁଇଜଣ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ଜୀବନ ରକ୍ଷା କରିଥିଲେ, କିନ୍ତୁ ଅନ୍ୟ ପାଞ୍ଚଜଣଙ୍କୁ ଟ୍ରେନ ଧକ୍କା ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ।

ନିଜ ଜୀବନକୁ ବିପଦରେ ପକାଇ ରେଳ ଟ୍ରାକରେ ରିଲ ତିଆରି କରିବା ଭୁଲ୍‌। ଏହି କାରଣରୁ ଅନେକ ଦୁର୍ଘଟଣା ଅତୀତରେ ମଧ୍ୟ ଘଟିଛି। ନିକଟରେ, ଡିସେମ୍ବର ୧୫ ରେ, ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇ ଜଣ ଯୁବକ ଏବଂ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଥିଲା ସେମାନେ ମୁସୁରୀ ପୋଲିସ ଷ୍ଟେଶନ ଅଞ୍ଚଳର କାଲୁ ଗୌରୀ ଫାଟକ ନିକଟରେ ରେଳ ଟ୍ରାକରେ ରିଲ ତିଆରି କରିବାକୁ ଆସିଥିଲେ ଏବଂ ଏହି ସମୟରେ ସେମାନେ ଗାଜିଆବାଦରୁ ମୋରାଦାବାଦ ଅଭିମୁଖେ ଯାଉଥିବା ପଦ୍ମାବତ ଏକ୍ସପ୍ରେସ ସହ ଧକ୍କା ଦେଇଥିଲେ।

ପ୍ରାୟ ପାଞ୍ଚ ମାସ ପୂର୍ବେ ମୋରାଦାବାଦରେ ମଧ୍ୟ ଜଣେ ଅଟୋ ଡ୍ରାଇଭର ନିଜ ସାଙ୍ଗମାନଙ୍କ ସହିତ ରେଳ ଟ୍ରାକରେ ରିଲ ତିଆରି କରୁଥିବା ସମୟରେ ଟ୍ରେନ ଧକ୍କାରେ ଜୀବନ ଦେଇଥିଲେ। ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ତାଙ୍କୁ ସାଙ୍ଗମାନେ ଟ୍ରେନ ଆଗରେ ଠେଲି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା...

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ...

୭୦ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କଲା ହ୍ବାଟ୍ସଆପ୍‌, ନିୟମ ଉଲ୍ଲଂଘନ କଲେ ସଂଖ୍ୟା ବଢିପାରେ

ନୂଆଦିଲ୍ଲୀ,୩ା୬: ନିୟମ ଉଲଂଘନ କାରଣରୁ ପ୍ରତିମାସ ହ୍ବାଟ୍ସଆପ୍‌ ଲକ୍ଷ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କରୁଛି। ଏହାର ସଦ୍ୟତମ ଭାରତ ମାସିକ ରିପୋର୍ଟରେ, ମେଟା ପ୍ରକାଶ...

୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ...

ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ,...

‘ଲାପତା ଜେଣ୍ଟଲମ୍ୟାନ’ର ଉତ୍ତର ରଖିଲେ ରାଜୀବ କୁମାର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ...

ମତଦାନରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ...

କିଏ ଖୋଲେ ଷ୍ଟ୍ରଙ୍ଗ ରୁମର ତାଲା? କେମିତି ହୁଏ କାଉଣ୍ଟିଙ୍ଗ, କିଏ କିଏ ଯାଆନ୍ତି ଭିତରକୁ ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଜୁନ ୪ରେ ଭୋଟ ଗଣିବା ସହିତ କାହାର ସରକାର ଗଠନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri