ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ। ସମ୍ପତ୍ତି ଲୋଭରେ ପୁଅ, ଝିଅ ଓ ବୋହୂମାନେ ପରିଣତ ବୟସରେ ମା’-ବାପାଙ୍କୁ ଅବହେଳା କରିବା ସହିତ ନିର୍ଯାତନା ଦେଉଥିବା ଅନେକ ନଜିର ରହିଛି। ସମାଜରେ ଏହିଭଳି ସାମାଜିକ ବ୍ୟାଧି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେବା ଶୁଶ୍ରୂଷାରୁ ବଞ୍ଚିତ ହୋଇ ବୃଦ୍ଧାବୃଦ୍ଧମାନେ ଶେଷରେ ସରକାରୀ ସ୍ୱୀକୃତିପ୍ରାପ୍ତ ବୃଦ୍ଧାଶ୍ରମର ଆଶ୍ରୟ ନେଉଛନ୍ତି।

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଉପକୂଳ ଖରିନାସୀସ୍ଥିତ ‘ଜନ କଲ୍ୟାଣ ସେବା ସଂସ୍ଥା’  ପରିସରରେ ଆୟୋଜିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି। ସମାଜରେ ପ୍ରାୟ ୮୦ ପ୍ରତିଶତ ଏଭଳି ଘଟଣା ନଜରକୁ ଆସୁଥିବା ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ମା’-ବାପାଙ୍କୁ ଅବହେଳା କଲେ ଆଇନରେ କଠୋର ଦଣ୍ଡର ପ୍ରାବଧାନ ରହିଛି। ବୃଦ୍ଧାବୃଦ୍ଧମାନେ ସମ୍ପୂର୍ଣ୍ଣ ମାଗଣାରେ ଆଇନଗତ ଆଶ୍ରୟ ନେବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପରିବାରଠାରୁ ଦୂରରେ ଥାଇ ମଧ୍ୟ ଏହି ବୃଦ୍ଧାଶ୍ରମରେ ଏକାଠି ହୋଇ ନୂତନ ଜୀବନ ଜିଉଁଥିବା ବରିଷ୍ଠ ନାଗରିକମାନଙ୍କୁ ଦେଖି ଅତିଥିମାନେ ସନ୍ତୋଷ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ପରେ ଅତିଥିମାନେ ଆଶ୍ରମରେ ରହୁଥିବା ବୃଦ୍ଧାବୃଦ୍ଧମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଡିହ ବଳରାମପୁର ଅଞ୍ଚଳର ସୁନାକର ମହାନ୍ତି (୯୨), ଚରଣ ନାଉରି (୭୬), ଓଷା ନାୟକ (୭୮), ପର୍ଶୁରାମ ନାୟକ (୭୬), ହରେନ ଦାସ (୮୦) ଓ ବାବାଜୀ ପ୍ରଧାନ (୮୦)ଙ୍କ ସମେତ ୩୦ରୁ ଅଧିକ ବୃଦ୍ଧାବୃଦ୍ଧ ଉପସ୍ଥିତ ରହି ଏଠାରେ ସେମାନେ ଖୁସିରେ ସମୟ ବିତାଉଥିବା ପ୍ରକାଶ କରିଥିଲେ।

ଅତିଥିମାନଙ୍କ ମଧ୍ୟରେ ଉପଦେଷ୍ଟା ଜୀବନାନନ୍ଦ ସାହୁ , ସମିତି ସଭ୍ୟା ରିତାରାଣୀ ରକ୍ଷିତ, କ୍ରିଷ୍ଣପଦ ମଣ୍ଡଳ, ଅନୁଷ୍ଠାନ ସଭାପତି ବିଶ୍ୱନାଥ ନାୟକ, ଉପସଭାପତି ମନୋରଞ୍ଜନ ଜେନା, ନିର୍ଦ୍ଦେଶକ ତୁଷାର ସାମନ୍ତରାୟ, ଅନୁଷ୍ଠାନ ସମ୍ପାଦକ ପବିତ୍ର ପରିଡ଼ା ନିର୍ବାହୀ ଅଧିକାରୀ ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?