ବନ୍ଧୁତାର ଅନ୍ୟ ନାଁ ମକର

ସଙ୍ଗାତ, ମିତ, ସାଙ୍ଗ, ସହି ଏମିତି କିଏ କେତେ ପ୍ରକାରରେ ଡାକନ୍ତି ବନ୍ଧୁମାନଙ୍କୁ। ଆତ୍ମୀୟତା ଆଉ ଆପଣାପଣର ଏକ ଭିନ୍ନ ପରିଭାଷା ରହିଥାଏ ବନ୍ଧୁତାରେ। ଠିକ୍‌ ଏମିତି ଢଙ୍ଗରେ କିଛି ମହିଳା ପରସ୍ପରକୁ ଡାକନ୍ତି ମକର…

ପରକୁ ଆପଣା କରିବାର ଆଉ ନିବିଡ଼ ବନ୍ଧୁତାର ଇଏ ବି ଏକ ରୂପ। ଆଗରୁ ମକର ସଂକ୍ରାନ୍ତିରେ ମହିଳାମାନେ ଏମିତି ସ୍ବତନ୍ତ୍ର ଢଙ୍ଗରେ ମକର ବସୁଥିଲେ। ଆଧୁନିକ ସମୟରେ ଏବେ ଯଦିଓ ମକର ବସିବା ପରମ୍ପରା କମି ଆସିଲାଣି ତଥାପି ଗାଁ ଗହଳିରେ ଅନେକ ମହିଳା ମକର ସଂକ୍ରାନ୍ତିରେ ମକର ବସି ସମ୍ପର୍କର ମଧୁରତାକୁ ବଢେଇ ଚାଲିଛନ୍ତି।
ମକର ଚାଉଳ ସାକ୍ଷୀ:ମକର ସଂକ୍ରାନ୍ତି ଦିନ ମକର ଚାଉଳକୁ ପରସ୍ପରକୁ ଦେଇ ଝିଅ କି ବୋହୂମାନେ ମକର ବସନ୍ତି। ସମ୍ପର୍କକୁ ଆହୁରି ଅଧିକ ମଧୁର କରିବା ନିମନ୍ତେ ମହିଳାମାନେ ବିଶେଷକରି ଏମିତି ମକର ବସିବାର ପରମ୍ପରା ଦେଖିବାକୁ ମିଳିଥାଏ। ଅର୍ଥାତ୍‌ ସମ୍ପର୍କର ସାକ୍ଷୀ ହୋଇଥାଏ ମକର ଚାଉଳ। ଭଗବାନଙ୍କର ଏହି ପ୍ରସାଦକୁ ସାକ୍ଷୀ ରଖି ସବୁ ବର୍ଗର ମହିଳାମାନେ ମକର ବସନ୍ତି। ଏମିତି କି କେବଳ ସାଙ୍ଗମାନେ ନୁହନ୍ତି ଅନେକ ସମୟରେ ଅଧିକ ବୟସର ମହିଳା ଅର୍ଥାତ୍‌ ଜେଜେମା, ମାଉସୀମାନେ ମଧ୍ୟ ସେମାନଙ୍କ ନାତୁଣୀ କି ଝିଆରୀଙ୍କ ସହିତ ମକର ବି ବସିଥାନ୍ତି। ଅବଶ୍ୟ ଗାଁ ଗହଳିରେ ବେଳେବେଳେ ପୁଅମାନେ ବି ମଜାରେ ମକର ବସିଥାନ୍ତି।
ଆଧୁନିକତାରେ ଫିକା : ଆଧୁନିକ ସମୟରେ ଏବେ ଆଉ ମକର କେହି ବସୁନାହାନ୍ତି। କାହିଁକି ନା ଏହି ନାଁରେ ପରସ୍ପରକୁ ଡାକିବା ପୁରୁଣାକାଳିଆ ହୋଇଯାଇଛି। ତା’ଛଡ଼ା ବର୍ତ୍ତମାନ ସମୟରେ ଲୋକଙ୍କର ସମୟର ଏତେ ଅଭାବ ଯେ ସେମାନେ ବନ୍ଧୁବାନ୍ଧବଙ୍କ ପାଖରେ କିଛି ମୁହୂର୍ତ୍ତ ବି କଟାଇ ପାରୁନାହାନ୍ତି। ଏବେ ହୋଟେଲ, ପବ୍‌ କି ପାର୍କରେ ବନ୍ଧୁମାନେ ପରସ୍ପର ଏକାଠି ହୋଇ ସମୟ କଟାଉଛନ୍ତି, କିନ୍ତୁ ମକର ଚାଉଳ ଖାଇ ସେମାନେ ଆଉ ବନ୍ଧୁ ବାନ୍ଧି ପାରୁ ନାହାନ୍ତି। ହେଲେ ଗାଁ ଗହଳିରେ ଏବେ ବି ଏହି ପରମ୍ପରା ରହିଛି ଆଉ ଏବେ ବି ମକର ଚାଉଳ ଦେଇ ସାଙ୍ଗମାନେ ମକର ବସୁଛନ୍ତି।
ଭିନ୍ନ ଅନୁଭୂତି: ଏକାଠି ପଢିବା, ଏକାଠି ବୁଲିବା ଆଉ କଥାବାର୍ତ୍ତା ହେଲେ ପରସ୍ପର ମଧ୍ୟରେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥାଏ। କିନ୍ତୁ ବନ୍ଧୁମାନଙ୍କ ଭିତରେ ମକର ବସିବାର ଏକ ଭିନ୍ନ ଅନୁଭୂତି ରହିଥାଏ। ସାଙ୍ଗମାନଙ୍କ ଭିତରେ ଜଣେ କି ଦୁଇଜଣ ମକର ହୋଇଥାନ୍ତି। ତେଣୁ ସେମାନେ ନିଶ୍ଚିତଭାବେ ମକର ପାଖରେ ବନ୍ଧୁତାର ଭାବ ଟିକିଏ ଗାଢ଼ା ରହିଥାଏ। ସେଥିପାଇଁ ସାଙ୍ଗକୁ ନାଁ ଧରି ଡାକିବା ବଦଳରେ ମକର ଡାକିଲେ ଟିକିଏ ଅଲଗା ଲାଗିଥାଏ।

ଏମାନେ ଯାହା କୁହନ୍ତି
ଗାଁ ମନ୍ଦିରରେ ମକର ବସିଥିଲୁ: ଆମେ ଦିଜଣ ଛୋଟବୋଳରୁ ସାଙ୍ଗ। ଏକାଠି ପିଲାବେଳରୁ ପାଠ ପଢିଚୁ। ଆମ ଦୁଇ ସାଙ୍ଗଙ୍କର ଘର ପାଖ ହୋଇଥିବାରୁ ସକାଳୁ ଉଠିଲେ ସବୁ କାମ ଏକାଠି କରୁ। ଏମିତିକି ଅଧିକାଂଶ ସମୟ ଆମେ ଏକାଠି ଖିଆପିଆ ବି କରୁ। ଆମର ବନ୍ଧୁତା ଦେଖି ମୋ ଭାଉଜ ଆମକୁ ମକର ବସିବା ପାଇଁ କହିଥିଲେ। ଆମେ ହାଇସ୍କୁଲରେ ପଢିବା ବେଳରୁ ଥରେ ମକର ସଂକ୍ରାନ୍ତିରେ ଗାଁ ମନ୍ଦିର ଯାଇ ଭୋଗ କରି ପରସ୍ପରକୁ ମକର ଚାଉଳ ଖୁଆଇ ମକର ବସିଥିଲୁ। ସେଇଦିନରୁ ଆମ ବନ୍ଧୁତାର ନିବିଡତା ଆହୁରି ଅଧିକ ହୋଇ ଯାଇଥିଲା। ଏବେ ଆମ ଦୁଇଜଣଙ୍କର ବାହାଘର ହୋଇ ସାରିଲାଣି ସିନା ଏବେ ବି ଆମେ ପରସ୍ପରକୁ ଦେଖା କରୁଛୁ। ଏମିତିକି ଆମ ଶାଶୁ ଘର ସହିତ ମଧ୍ୟ ଦୁଇଜଣଙ୍କର ଭଲ ସମ୍ପର୍କ ରହିଛି। ଯେତେ ସମ୍ପର୍କ ହେଲେ ବନ୍ଧୁତାକୁ ଭୁଲିହୁଏନି।
-ସୀମା ପାଣି, ଚକେଇସିହାଣି, ଭୁବନେଶ୍ୱର
କାଳେ ଭୁଲିଯିବୁ ବୋଲି ମକର ବସିଥିଲୁ: ମୋ ମକର ସଙ୍ଗୀତା ଆଉ ମୋର ଘର ବ୍ରହ୍ମପୁରରେ, କିନ୍ତୁ ଆମେ ଦୁଇଜଣ ଭୁବନେଶ୍ୱରରେ କିଛି ଦିନ ପାଖାପାଖି ରହିବା ପରେ ଆମ ଦୁଇଜଣଙ୍କ ଭିତରେ ଘନିଷ୍ଠ ବନ୍ଧୁତା ହୋଇ ଯାଇଥିଲା। ଆମେ ଦୁଇଜଣ ଏକା ଭଳି ଦେଖାଯାଉ ବୋଲି ପ୍ରାୟ ସମସ୍ତେ କହନ୍ତି। ବାହାଘର ପରେ ଅଲଗା ହେବା ଆଗରୁ ଆମେ ମକର ବସିଥିଲୁ। କିନ୍ତୁ ବାହାଘର ପରେ ବି ଆମ ସମ୍ପର୍କ ଆଦୌ କମ୍‌ ହୋଇନି। ଏବେ ଆମେ ପାଖାପାଖି ରହୁଛୁ ଆଉ ଆମ ଦୁଇଜଣଙ୍କର ପିଲା ବି ଗୋଟିଏ ସ୍କୁଲରେ ପଢୁଛନ୍ତି। ତେଣୁ ଭଗବାନଙ୍କ ଦୟାରୁ ଆମ ବନ୍ଧୁତା ପୂର୍ବପରି ରହିଛି।
-ସଂଯୁକ୍ତା ଦାସ,
ଇରମ, ଭଦ୍ରକ
ଗୋଟିଏ କ୍ୟାମ୍ପସରେ ରହି ସମ୍ପର୍କ ନିବିଡ଼ ହୋଇଥିଲା: ମୁଁ ବିଳାସିନୀ ସାଙ୍ଗରେ ମକର ବସିବା ବେଳକୁ ଆମ ଦୁଇଜଣଙ୍କର ବିବାହ ହୋଇ ସାରିଥିଲା। ଆମ ଦୁଇଜଣଙ୍କର ସ୍ବାମୀ ଗୋଟିଏ ସ୍କୁଲରେ ଶିକ୍ଷକ ଥିଲେ। ସେଥଇପାଇଁ ଆମେ ସ୍କୁଲ କ୍ୟାମ୍ପସରେ ରହୁଥିଲୁ। ସେଇଠାରୁ ପରସ୍ପର ସହ ଦେଖା ପରେ ଘନିଷ୍ଟତା ବଢ଼ିଥିଲା ଆଉ ଆମେ ଥରେ ମକର ଚାଉଳ ଖୁଆଇ ମକର ବସିଥିଲୁ। ସେଇଦିନରୁ ଆଜିଯାଏ ଆମ ଦୁଇ ପରିବାର ମଧ୍ୟରେ ବନ୍ଧୁସମ୍ପର୍କ ଆରମ୍ଭ ହୋଇଥିଲା। ଆମର ପ୍ରତି ପର୍ବପର୍ବାଣୀ ଆଉ ଭୋଜିଭାତରେ ମକର ଆଉ ତା ପିଲାମାନେ ତ ନିଶ୍ଚୟ ଆସନ୍ତି।
-ସୁରଭୀବାଳା ମହାନ୍ତି,
ଧାମରା, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri