କ୍ଷତି ସହୁଛନ୍ତି ମକା ଚାଷୀ

ଚମ୍ପୁଆ,୭।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମ ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୋଧୂଳି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଧାନ ଚାଷ ଅପେକ୍ଷା ମକା ଚାଷକୁ ଏଠାକାର ଲୋକ ଗୁରୁତ୍ୱ ଦେଇଥାନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳର ଚାଷ ଜମିଗୁଡିକ ଢିପ ହୋଇଥିବାରୁ ଧାନ ଅପେକ୍ଷା ମକା ଅଧିକ ଅମଳ ହୋଇଥାଏ। ମାତ୍ର ଚଳିତ ବର୍ଷ ମକା ଚାଷରେ ପୋକ ଲାଗିବା ଓ ଶୁଆମାନଙ୍କ ଦ୍ୱାରା ମକା ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଅଭାବରୁ ମକା ଅମଳ ସେତେଟା ସନ୍ତୁଷ୍ଟଜନକ ହୋଇ ନଥିବା ବେଳେ ଉପରୋକ୍ତ ଦୁଇ କାରଣ ପାଇଁ ଚାଷୀ ଏଥର କ୍ଷତି ସହିଥିବା ସୂଚନା ମିଳିଛି।
ମକା ଚାଷ ଦ୍ୱାରା ଏଠାକାର ଚାଷୀ ବେଶ୍‌ ସ୍ବାବଲମ୍ବୀ ହୋଇପାରିଥିବା ବେଳେ ଚାଷୀମାନେ ଉନ୍ନତ ବିହନ ଓ ସାର ପ୍ରୟୋଗ କରି ଚଳିତ ବର୍ଷ ମକା ଲଗାଇଥିଲେ। ମାାତ୍ର ମକା ଗଛରେ ଫଳ ହେବା ପରେ ଠିକ ଅମଳ ସମୟରେ ମକା ଫସଲରେ ପୋକ ଲାଗିଯିବାରୁ ବହୁତଗୁଡ଼ିଏ ମକା ନଷ୍ଟ ହୋଇଯାଇଥିବା ବେଳେ ମକା ଫସଲର ବଇରୀ ସାଜିଥିବା ଶୁଆ ଚାଷୀଙ୍କ ସ୍ବପ୍ନକୁ ଧୂଳିସାତ କରିଦେଲାଣି। ପଲ ପଲ ଶୁଆ ମକା ଫଳକୁ ଅଧା ଖଣ୍ଡିଆ କରି ଦେଉଥିବାରୁ ଏହା ବିକ୍ରି ଯୋଗ୍ୟ ହୋଇ ପାାରୁନାହିଁ। ଫଳରେ ଗୋଧୂଳି ଅଞ୍ଚଳର ମକା ଯୋଡ଼ା, ବଡବିଲ ଓ ଝାଡଖଣ୍ଡ ରାଜ୍ୟକୁ ରପ୍ତାନୀ ଚଳିତ ବର୍ଷ କମିଯାଇଥିବା ଦେଖାଦେଇଛି। ଚାଷୀ କାଳୀରଚରଣ ନାୟକ କହିଛନ୍ତି, ମେଘୁଆ ପାଗ ହେଲେ ଶୁଆମାନେ ଶହଶହ ସଂଖ୍ୟାରେ ମକା ଫସଲ ଉପରେ ଆକ୍ରମଣ କରୁଥିବା ବେଳେ ନିଜ ଫସଲର ସୁରକ୍ଷା ପାଇଁ ଜମି ମଧ୍ୟରେ ମଞ୍ଚା କରି ଏହି ଶୁଆପକ୍ଷୀଙ୍କୁ ଘଉଡ଼ାଉଛନ୍ତି। ଏହି ଚାଷରୁ ଯାହା ଆୟ ହୁଏ ସେଥିରେ ବର୍ଷତମାମ ପରିବାର ଚଳିଥାଏ। କିନ୍ତୁ ଚଳିତବର୍ଷ କ୍ଷତି ଘଟିଥିବା କହି ଚାଷୀ ଛତ୍ରପତି ନାୟକ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri