ନିର୍ମାଣ ହୋଇପାରୁନି ମହତୀପୁର ଆର୍‌ଆଇ ଅଫିସ ଗୃହ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ମହତୀପୁର ନୂତନ ରାଜସ୍ବ କ୍ଷେତ୍ର ଭାବେ ଘୋଷଣାକୁ ପାଖାପାଖି ୩ବର୍ଷ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟର ନୂତନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନି। ଏହି ନୂତନ ରାଜସ୍ବ କ୍ଷେତ୍ର ଅଧୀନରେ ଥିବା ୨୬ଗ୍ରାମର ଅଧିବାସୀ ୩ବର୍ଷ ହେଲା ପୂର୍ବଭଳି ଖଇରାଠାରେ ଅସ୍ଥାୟୀ ଭାବେ ଚାଲିଥିବା କାର୍ଯ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଦୌଡୁଛନ୍ତି। ତୁରନ୍ତ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇ ଗୃହ ନିର୍ମାଣ କରିବାକୁ ଉପରୋକ୍ତ ୨୬ ଗ୍ରାମର ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଦାବି କରିଛନ୍ତି।

ଜୁଲାଇରେ ବାଲେଶ୍ୱର ଜିଲାରେ ୪୫ଟି ନୂଆ ରାଜସ୍ବ ନିରୀକ୍ଷକ କ୍ଷେତ୍ର ସୃଷ୍ଟି କରାଯାଇଥିବା ବେଳେ ଏଥିରେ ଖଇରା ତହସିଲ ଅଧୀନରେ ମହତୀପୁର, ଗୋଳିହା ଓ କୋଚିଆକୋଇଲି ସ୍ଥାନ ପାଇଥିଲା। ମହତୀପୁର ରାଜସ୍ବ କ୍ଷେତ୍ର ଅଧୀନରେ ମହତୀପୁର ସମେତ ମଇତାପୁର, ମଠନୂଆଗାଁ, ରୁଢିଙ୍ଗିଆ, ସୁଙ୍ଗୁଡା, ସୁଣ୍ଢିରା-ଗଣ୍ଡିବେଡ, ପିତାପାଣିଆ, ପୂର୍ବପଡା, ଫଗୁଆ, ବଟେଶ୍ୱର, ବୀଣାପୁର, ବ୍ରହ୍ମଚାରୀ, ଚକମହାସମପୁର, ତେଲଦିଆ, ଅଘାପଦା, ଅଣ୍ଡାଇଲୋ, ଅସୁରିଆ, କଣ୍ଟାପଡା, କଲରାପାଳ, କଳାଝାଟିଆ, ଗନ୍ଧାଳି, ଗୋପାଳବେଡା ଗୋପିନାଥପୁର, ଘୁଷୁରିଗଡିଆା ଗ୍ରାମ ସାମିଲ ହୋଇଥିଲା।

ଗୋଳିହା ଓ କୋଚିଆକୋଇଲି ରାଜସ୍ବ କ୍ଷେତ୍ରର ନୂତନ କାର୍ଯ୍ୟାଳୟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମହତୀପୁରରେ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ। ମହତୀପୁର ହାଇସ୍କୁଲ ନିକଟରେ ଜାଗା ଚିହ୍ନଟ ପରେ ଏଥପାଇଁ ବର୍ଷେ ତଳୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହା ଶେଷ ହୋଇ ନ ଥିବା ବେଳେ ଏହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାର ପରସ୍ପର ଉପରେ ଦୋଷ ଲଦିଛନ୍ତି ା ଟେଣ୍ଡର ପ୍ରକ୍ରିୟା ଶେଷ ପରେ ଚୁକ୍ତିପାଇଁ ବିଭାଗ ଡାକି ନ ଥିବାରୁ ଚୁକ୍ତି ବିଳମ୍ବ ହୋଇଥିବା ନେଇ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଅନୀଲ କୁମାର ପଣ୍ଡା କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କୁ ପଚାରିବାରେ ଠିକାଦାର ଟେଣ୍ଡର ପରେ ଚୁକ୍ତି ପାଇଁ ଡକାଯାଇଥିଲେ ହେଁ ସେ ନ ଆସିବାରୁ ଏହି କାର୍ଯ୍ୟ ପୁନଃ ଟେଣ୍ଡର ପାଇଁ ଯାଇଥିବା କଥା କହିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ମହତୀପୁର ସମିତିସଭ୍ୟା ପ୍ରତିନିଧି ରମାକାନ୍ତ ମହାରଣା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?