ସିବିଆଇ ଅଫିସରେ ମହିମାନନ୍ଦ ମିଶ୍ର

ଭୁବନେଶ୍ୱର,୫ା୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ ଜାଣି ନ ଥିବା କହିଛନ୍ତି ମହିମାନନ୍ଦ। ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି।

ସୂଚନାନୁସାରେ, ସିବିଆଇର ଦୁଇଟି ଟିମ୍‌ ଗୁରୁବାର ସକାଳେ ଏକକାଳୀନ ମହିମାନନ୍ଦଙ୍କ କଟକ ଓଡ଼ିଆବଜାରସ୍ଥିତ ଘର ଓ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ କାର୍ଯ୍ୟାଳୟରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ମହିମାନନ୍ଦ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ଦୁଇ ପୁଅ ଉପସ୍ଥିତ ଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନତମାମ ଚଢ଼ାଉ ଜାରି ରହିଥିଲା। ସିବିଆଇ ଅଧିକାରୀମାନେ ଉଭୟ ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସମେତ ଚନ୍ଦନଙ୍କୁ ଭୁବନେଶ୍ୱର ସିବିଆଇ ମୁଖ୍ୟାଳୟକୁ ନେଇଯାଇଥିବା ଜଣାପଡ଼ିଛି। ସେହିପରି ପାରାଦୀପରେ ଚଢ଼ାଉ କରି ଚିଫ୍‌ ଇଲେକ୍ଟ୍ରିକାଲ ମେକାନିକାଲ ଇଞ୍ଜିନିୟର(ସିଇଏମ୍‌ଇ) ସରୋଜ କୁମାର ଦାସ ଏବଂ ଠିକା କର୍ମଚାରୀ ସୁମନ୍ତ ରାଉତ(ବନା)ଙ୍କୁ ସିବିଆଇ ନିଜ ହେପାଜତକୁ ନେଇ ପଚରାଉଚରା କରିଥିଲା। ପରେ ସେମାନଙ୍କୁ ଅପରାହ୍ନରେ ଭୁବନେଶ୍ୱର ନିଆଯାଇଥିବା କୁହାଯାଉଛି। ସେହିପରି ସିବିଆଇର ଆଉ ଏକ ଟିମ୍‌ ଅନ୍ୟତମ ପୋର୍ଟ ୟୁଜର କରମ ଚାନ୍ଦ ଥାପ୍ପର(କେସିଟି) କମ୍ପାନୀ ଅଫିସରେ ପ୍ରାୟ ଦୁଇଘଣ୍ଟା କାଗଜପତ୍ର ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କେସିଟି କମ୍ପାନୀ ବିଦେଶରୁ ଆମଦାନୀ ଭିତ୍ତିକ କୋଇଲା କାରବାର ପାଇଁ ଅଗ୍ରାଧିକାର ପାଇଛି। ଉକ୍ତ କମ୍ପାନୀର ହ୍ୟାଣ୍ଡଲିଂ ଏଜେଣ୍ଟ ଓଏସ୍‌ଏଲ। ଉକ୍ତ କୋଇଲା ପ୍ଲଟ ପାଇଁ ସିଇଏମ୍‌ଇ ସରୋଜ କେସିଟି କମ୍ପାନୀ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିଲେ। ଏନେଇ କେସିଟି ସିବିଆଇରେ ଅଭିଯୋଗ କରିବା ପରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ପାରାଦୀପ ସିୱେଜ ଶିପିଂ କମ୍ପାନୀର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମାନନ୍ଦ ଏବଂ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ ବ୍ୟାଙ୍କକ୍‌ର ଏକ ହୋଟେଲରୁ ୨୦୧୬ ଡିସେମ୍ବରରେ ଗିରଫ କରିଥିଲା। ଏହି ଘଟଣାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ତେବେ ଗୁରୁବାର ଚଢ଼ାଉ ପରେ ମାମଲାର ବିଭିନ୍ନ ଦିଗକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?